publive-imageମେଷ: ଅନ୍ତରଙ୍ଗ ବନ୍ଧୁ ସହ ସାକ୍ଷାତ ହେବ। ବେପାର କରିବାର ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଆପଣଙ୍କର ସାମାଜିକ ପରିସର ବୃଦ୍ଧି ପାଇବ।

Advertisment

publive-imageବୃଷ: କ୍ୟାରିୟର ନେଇ ଭଲ ନିଷ୍ପତ୍ତି ନେବେ। ଜମିରେ ନିବେଶ କରିବା ପୂର୍ବରୁ ମୁରବିଙ୍କ ସହ ଆଲୋଚନା କରନ୍ତୁ। ପଇସା ଦିଆନିଆ ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

publive-imageମିଥୁନ: ଉପରିସ୍ଥ କର୍ମଚାରୀଙ୍କ ସହ ଭଲ ସଂପର୍କ ରଖନ୍ତୁ। କ୍ୟାରିୟରରେ ଉନ୍ନତିର ଯୋଗ ଅଛି। ପୂର୍ବରୁ ନେଇଥିବା ନିଷ୍ପତ୍ତିର ଭଲ ଫଳ ମିଳିବ। ମହିଳାଙ୍କ ଲାଗି ଦିନଟି ଆରାମଦାୟକ।

publive-imageକର୍କଟ: କାର୍ଯ୍ୟକ୍ଷେତ୍ରରେ କିଛି ନୂଆ କରିବା ଲାଗି ଭାବିବେ। କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ରାଜନୀତିରେ ଆପଣଙ୍କୁ ବିଶେଷ ସଫଳତା ମିଳିବ।

publive-imageସିଂହ: ଭଗବାନଙ୍କ ପ୍ରତି ଆସ୍ଥା ବଢ଼ିବ। ଅଧ୍ୟାପକଙ୍କ ଲାଗି ଦିନଟି ଭଲ। ବକେୟା ଅର୍ଥ ପାଇବେ। କାରବାରକୁ ଆଗକୁ ବଢ଼ାଇବା ପାଇଁ ଜୀବନସାଥୀଙ୍କ ସାହାଯ୍ୟ ପାଇବେ।

publive-imageକନ୍ୟା: ନୂଆ ବେପାର ଆରମ୍ଭ କରିବା ପୂର୍ବରୁ ମୁରବିଙ୍କ ଅନୁମତି ନିଅନ୍ତୁ। ଛାତ୍ରଛାତ୍ରୀଙ୍କ କ୍ୟାରିୟରରେ ପରିବର୍ତ୍ତନ ଆସିବ। ଜୀବନସାଥୀ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।

publive-imageତୁଳା: ପୂଜାପାଠରେ ସମୟ ବିତିବ। ବିଶେଷ କାର୍ଯ୍ୟରେ ବନ୍ଧୁର ସାହାଯ୍ୟ ପାଇବେ। ଚାକିରି ଖୋଜୁଥିବା ଲୋକଙ୍କୁ କୌଣସି ଭଲ ଉଦ୍ୟୋଗରୁ ଡାକରା ଆସିବ।

publive-imageବିଛା: ଉଚ୍ଚ ଅଧିକାରୀଙ୍କ ସହ ଭଲ ସଂପର୍କ ଯୋଗୁଁ ସରକାରୀ କାମରେ ଲାଭ ହେବ। ଜମିରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ପ୍ରିୟଜନଙ୍କ ସହ ସମ୍ବନ୍ଧରେ ସୁଧାର ହେବ।

publive-imageଧନୁ: ଇଲେକ୍ଟ୍ରୋନିକ୍‌ସ କାମ କରୁଥିବା ଲୋକଙ୍କୁ ଧନଲାଭ ହେବ। କାର୍ଯ୍ୟରେ ଜୀବନସାଥୀଙ୍କ ସାହାଯ୍ୟ ପାଇବେ। ଚାକିରିରେ ପଦୋନ୍ନତିର ଯୋଗ ଅଛି। ସମ୍ବନ୍ଧ ମଜଭୁତ ହେବ।

publive-imageମକର: ଶିକ୍ଷା ସଂସ୍ଥାରେ ଥିବା ଲୋକଙ୍କୁ ଲାଭ ହେବ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ, ସମାଜରେ ମାନ ସମ୍ମାନ ବଢ଼ିବ। ଜମି କିଣିବାକୁ ଚାହୁଁଥିଲେ ଲାଭଦାୟକ ପ୍ରସ୍ତାବ ମିଳିବ।

publive-image

କୁମ୍ଭ: ବ୍ୟବସାୟରେ ବନ୍ଧୁ ବା ପରିବାର ଲୋକଙ୍କର ସାହାଯ୍ୟ ପାଇବେ। ଅଫିସରେ ପରିବେଶ ଭଲ ରହିବ। ଲୋକମାନଙ୍କ ମଧ୍ୟରେ ଆପଣଙ୍କର ମାନ ସମ୍ମାନ ବଢ଼ିବ।

publive-imageମୀନ: ଅଫିସ ଲୋକ ଆପଣଙ୍କ କାମର ପ୍ରଶଂସା କରିବେ। ରାଜନୈତିକ ଆୟୋଜନରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ପ୍ରେମ ଜୀବନରେ ପ୍ରଗାଢ଼ତା ଆସିବ।