ମେଷ: ଜୀବନସାଥୀ ଓ ପିଲାମାନଙ୍କ ଠାରୁ ବହୁତ ଖୁସି ପାଇବେ। ସରକାରୀ ଚାକିରିଆଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ଅଛି। ଚାରିଆଡ଼େ ଆପଣଙ୍କ ସଚ୍ଚୋଟତାର ଚର୍ଚ୍ଚା ହେବ।
ବୃଷ: ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। କୋର୍ଟ କଚେରି ମାମଲାର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ମନପ୍ରାଣ ଢାଳି କାମ କଲେ ସଫଳତାର ପାହାଚ ଚଢ଼ିବେ।
ମିଥୁନ: ପ୍ରସ୍ତୁତ କରିଥିବା ଯୋଜନା ସଫଳ ହେବ। ଅଚାନକ ଧନଲାଭ ହେବ। ଅଫିସରେ ସାବଧାନତା ଅବଲମ୍ବନ କରନ୍ତୁ। ବାଣୀ ଉପରେ ଯେତେ ନିୟନ୍ତ୍ରଣ ରଖିବେ ସେତେ ଲାଭ।
କର୍କଟ: ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ, ତାହାକୁ ଆପଣ ସହଜରେ ନିର୍ବାହ କରିପାରିବେ। ଧନ ସଂଚୟ ଲାଗି ଯୋଜନା କରିପାରନ୍ତି। ମହିଳାମାନଙ୍କ ଲାଗି ଦିନଟି ଭଲ।
ସିଂହ: ଇଜିନିୟରଙ୍କୁ ଆର୍ଥିକ ଲାଭ ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ସମ୍ବନ୍ଧରେ ମଧୁରତା ଆସିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଖର୍ଚ୍ଚ କମ୍ କରନ୍ତୁ।
କନ୍ୟା: ସମ୍ବନ୍ଧରେ ବ୍ୟବଧାନ ଦୂର କରିବାର ଦିନଟିଏ। ସମସ୍ତେ ଆପଣଙ୍କ କଥାରେ ପ୍ରଭାବିତ ହେବେ। ବନ୍ଧୁଙ୍କ ପରାମର୍ଶ କାମରେ ଆସିବ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ।
ତୁଳା: ଭୁଲ୍ ରାସ୍ତାରେ ନେଇଯିବା ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ। ଟଙ୍କା ନେଣଦେଣ ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଜମି ବ୍ୟବସାୟୀଙ୍କ ଲାଗି ଦିନଟି ଭଲ।
ବିଛା: ବନ୍ଧୁ ସହ ବାହାରକୁ ବୁଲି ଯିବାର ଅବସର ପାଇବେ। ପରିବାରରେ ସୁଖଦ ବାତାବରଣ ରହିବ। ଅଫିସରେ ଅଧୁରା କାମ ପୂରା କରିବାକୁ ଚେଷ୍ଟା କରିବେ।
ଧନୁ: ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଶୁଭ। ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ଟେଣ୍ଟ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ପାରିବାରିକ ଜୀବନରେ ସୁଖୀ ରହିବେ।
ମକର: ସବୁ ଆହ୍ବାନର ସାମନା କରିବାରେ ସଫଳ ହେବେ। ଅଫିସରେ ବଡ଼ ଦାୟିତ୍ବ ମିଳିବ। ବାଣୀ ଉପରେ ସଂଯମ ରଖନ୍ତୁ। ବିରୋଧୀମାନେ କ୍ଷତି କରିବାକୁ ଚେଷ୍ଟା କରି ବିଫଳ ହେବେ।
କୁମ୍ଭ: କୌଣସି ସାମାଜିକ ସଂଗଠନରେ ଯୋଗ ଦେବାର ସୁଯୋଗ ପାଇବେ। ଆର୍ଥିକ ଚିନ୍ତାର ସମାଧାନ ବାହାରିବ। ଖୁସି ଖବର ପାଇବେ। କାରବାରରେ ଉନ୍ନତି ହେବ।
ମୀନ: ରଚନାତ୍ମକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ଚାକିରି ବଦଳାଇବା ପାଇଁ ବିଚାର କରିବେ। କୌଣସି କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ।