ମେଷ: ଆପଣଙ୍କର ମନୋବଳ ଦୃଢ଼ ରହିବ। କଥା ହେବାବେଳେ ଭାଷା ଠିକ୍ ରଖନ୍ତୁ। ବ୍ୟବସାୟରେ ପୁଞ୍ଜି ଲଗାଇ ପାରନ୍ତି। ସରକାରୀ ଚାକିରିଆଙ୍କର ପଦୋନ୍ନତି ହୋଇପାରେ।
ବୃଷ: ପୂଜାପାଠରେ ସମୟ ବିତିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ସାମାଜିକ କାର୍ଯ୍ୟରେ ସଫଳତା ପାଇବେ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଉତ୍ତମ।
ମିଥୁନ: ଆଗକୁ ବଢ଼ିବା ଲାଗି ଭଲ ଦିନଟିଏ। ରାଜନୀତିକ, ସାମାଜିକ କାର୍ଯ୍ୟରେ ସମୟ ଦେବେ। ବିଲଡର୍ଙ୍କୁ ଧନଲାଭ ହେବ। ପରିବାରରେ ସୁଖଶାନ୍ତିର ପରିବେଶ ରହିବ।
କର୍କଟ: ସମସ୍ତଙ୍କ ପ୍ରତି ଆପଣଙ୍କ ବ୍ୟବହାର ଭଲ ରହିବ। ବ୍ୟବସାୟରେ ଆର୍ଥିକ ସ୍ଥିତି ମଜଭୁତ ହେବ। ବିବାହ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇଯିବ।
ସିଂହ: ଜମିରେ ନିବେଶ ଲାଗି ଭଲ ଦିନଟିଏ। ଅଧିକ କ୍ରୋଧ କଲେ କାମରେ ଗତିରୋଧ ହେବ। ଆଶା କରୁଥିବା ଦିଗରୁ ପଇସା ପାଇବେ। ଘରକୁ ଅଚାନକ କୌଣସି ବନ୍ଧୁ ଆସିପାରନ୍ତି।
କନ୍ୟା: ମନକୁ ସକାରାତ୍ମକ ବିଚାର ଆସିବ। ପଢ଼ା କ୍ଷେତ୍ରରେ ସଫଳତା ମିଳିବାର ଯୋଗ ଅଛି। ବ୍ୟବସାୟରେ ଭାଗୀଦାରି ଭାବିଚିନ୍ତି କରନ୍ତୁ। ଅନ୍ୟମାନଙ୍କ ଉପରେ ଭରସା କରନ୍ତୁ ନାହିଁ।
ତୁଳା: ସନ୍ତାନଙ୍କ କ୍ୟାରିୟରକୁ ନେଇ ଚିନ୍ତା ରହିବ। ଅଫିସରେ ଅଧିକ ସମୟ କାମ କଲେ ଅଧୁରା ସ୍ବପ୍ନ ପୂରା ହୋଇଯିବ। ବୈବାହିକ ଜୀବନରେ ପ୍ରସନ୍ନତା ରହିବ।
ବିଛା: ଆପଣଙ୍କ ପିଲା ଆପଣଙ୍କ ବେପାରରେ ପୂରା ସହଯୋଗ କରିବେ। ବାଲ୍ୟବନ୍ଧୁ ସହ ଫୋନରେ ଦୀର୍ଘ ସମୟ କଥା ହେବେ। ରାଜନୀତିରେ ସଫଳତା ପାଇବେ।
ଧନୁ: ଧର୍ମକାର୍ଯ୍ୟରେ ମନ ଲାଗିବ। ଜମି ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ। ଆପଣଙ୍କ ମନ ଅନ୍ତରଙ୍ଗ ବନ୍ଧୁ ସହ ମିଶିବାକୁ ଚାହିଁବ। ଚାକିରିଆଙ୍କର ପଦୋନ୍ନତି ହୋଇପାରେ।
ମକର: ପୂଜାପାଠରେ ସମୟ ବିତିବ। ଅଫିସରେ ବଡ଼ ଦାୟିତ୍ବ ମିଳିବ। ବ୍ୟବସାୟ କାମରେ ରାଜ୍ୟ ବାହାରକୁ ଯିବାର ଯୋଜନା କରିବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଆନନ୍ଦମୟ।
କୁମ୍ଭ: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ। ସାବଧାନତାର ସହ ଯାନ ଚଳାନ୍ତୁ।
ମୀନ: ଆପଣ ଯେଉଁ କାମ କରିବାକୁ ଭାବିଛନ୍ତି ତାହା ପୂରା ହୋଇଯିବ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କର ପଦୋନ୍ନତି ହୋଇପାରେ। ଜୀବନସାଥୀଙ୍କୁ ଉପହାର ଦେବେ।