ଜାଣନ୍ତୁ ଆଜିର ରାଶିଫଳ

ମେଷ: କୌଣସି କଥାକୁ ନେଇ ବହୁତ ଭାବିବେ। ଆପଣଙ୍କୁ ପରିବାରର ସାହାଯ୍ୟ ମିଳିବ। ଚାକିରି ପାଇଁ ଲାଗି ରହିଥିବା ଯୁବକଙ୍କୁ ସଫଳତା ମିଳିବ। ଆପଣଙ୍କର ଖର୍ଚ୍ଚ ବଢ଼ିବ।

ବୃଷ: ଆପଣଙ୍କ ମନ ଧାର୍ମିକ କାର୍ଯ୍ୟରେ ଅଧିକ ଲାଗି ରହିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ଛାତ୍ରଛାତ୍ରୀ ମନ ପସନ୍ଦ କଲେଜରେ ନାମ ଲେଖାଇବାର ଯୋଗ ଅଛି।

ମିଥୁନ: ମନପ୍ରାଣ ଢାଳି କାମ କରିବେ। ପଦୋନ୍ନତିର ସମ୍ଭାବନା ଅଛି। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ପାରିବାରିକ ବାତାବରଣ ଆନନ୍ଦମୟ ରହିବ। ପ୍ରେମୀଯୁଗଳ ପରସ୍ପରକୁ ବିଶ୍ବାସ କରିବେ।

କର୍କଟ: ପାରିବାରିକ ଜୀବନ ଭଲ ରହିବ। ବନ୍ଧୁ ସହିତ ମିଶିବା ଲାଗି ତାଙ୍କ ଘରକୁ ଯିବେ। ସଫଳତାର ନୂଆ ସୁଯୋଗ ହାତରେ ଲାଗିବ। ବ୍ୟବସାୟ କାମରେ ବ୍ୟସ୍ତ ରହିପାରନ୍ତି।

ସିଂହ: ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ବେପାରରେ ଭଲ ଲାଭ ହେବ। ସହ‌ଯୋଗୀ ଉତ୍ସାହିତ କରିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ।

କନ୍ୟା: ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ପାଇବେ। ପାଖଲୋକ ଆପଣଙ୍କ କ୍ୟାରିୟରକୁ ଲାଭ ପହଞ୍ଚାଇବେ। ଚାକିରିଆଙ୍କ ଲାଗି ଭଲ ଦିନଟିଏ। କମ୍ପ୍ୟୁଟର ଛାତ୍ର କିଛି ନୂଆ ଶିଖିବେ।

ତୁଳା: କୌଣସି ବିଷୟକୁ ନେଇ ଭାବପ୍ରବଣ ହେବେ। ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଆପଣଙ୍କ ପାଇଁ ଆସିଥିବା ବିବାହ ପ୍ରସ୍ତାବ ଫାଇନାଲ୍ ହୋଇଯିବ।

ବିଛା: ଆପଣ ଆଶା କରିଥିବା ଜାଗାରେ ଚାକିରି ପାଇବେ। ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। ଭଲ ଧନଲାଭ ହେବାର ଯୋଗ ଅଛି। ଆପଣ ନିଜର ମାନସିକ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ।

ଧନୁ: ବ୍ୟବସାୟୀଙ୍କ ଲାଗି ଦିନଟି ଅନୁକୂଳ। ଇଂଜିନିୟରଙ୍କର ଉନ୍ନତି ହେବାର ସମ୍ଭାବନା ଅଛି। ବିରୋଧୀମାନଙ୍କ ପ୍ରତି ସାବଧାନ ରହନ୍ତୁ। ସମାଜର ହିତ ପାଇଁ ବ୍ୟକ୍ତିଗତ ସ୍ତରରେ ବିଚାର କରିବେ।

ମକର: ନୂଆ କାମ କରିବାର ପ୍ରେରଣା ପାଇବେ। ଉଚ୍ଚଶିକ୍ଷା ପାଇଁ ଦୂର ସ୍ଥାନକୁ ଯାଇପାରନ୍ତି। ପରିବାର ତରଫରୁ କୌଣସି ଉପହାର ପାଇବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

କୁମ୍ଭ: କ୍ୟାରିୟରରେ ଆଗକୁ ବଢ଼ିବାର ଅବସର ପାଇବେ। ବେପାରରେ ନିଶ୍ଚିତ ରୂପେ ଲାଭ ପାଇବେ। ଖାଦ୍ୟାଭ୍ୟାସ ଓ ଜୀବନଶୈଳୀ ସୁଧାରିବା ଆପଣଙ୍କ ଲାଗି ଲାଭଦାୟକ ହେବ।

ମୀନ: ବେପାରରେ ଲାଭ ପାଇବେ। ଭାଇ ଭଉଣୀ ସହଯୋଗ କରିବେ। ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ ରହିବ।

ସମ୍ବନ୍ଧିତ ଖବର