ଜାଣନ୍ତୁ ଆଜିର ରାଶିଫଳ

ମେଷ: କିଛି ନୂଆ ଓ ସକାରାତ୍ମକ କାମ କରିବାକୁ ଭାବିବେ। କ୍ଷୁଦ୍ର ଉଦ୍ୟୋଗୀଙ୍କ ଲାଗି ଦିନଟି ଭଲ। କୋର୍ଟ ମକଦ୍ଦମାର ସମାଧାନ ବାହାରିବ। ପତି ପତ୍ନୀଙ୍କ ମଧ୍ୟରେ ସମ୍ବନ୍ଧ ମଧୁର ହେବ।

ବୃଷ: ଆହ୍ବାନକୁ ସହଜରେ ମୁକାବିଲା କରିପାରିବେ। ଭଉଣୀ ଜରୁରୀ କାମରେ ଆପଣଙ୍କୁ ସାହାଯ୍ୟ ମାଗିବେ। ପଡ଼ୋଶୀଙ୍କ ଠାରୁ ସକାରାତ୍ମକ ବ୍ୟବହାର ପାଇବେ।

ମିଥୁନ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଜୀବନସାଥୀଙ୍କ ସହ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହେବ। କାରବାରରେ ଲାଗି ରହିଥିବା ବାଧା ଦୂର ହେବ।

କର୍କଟ: ଅଫିସରେ କାମର ବୋଝ ଅଧିକ ରହିବ। ଧୀଶକ୍ତି ବଳରେ ସବୁ ପ୍ରକାର ସ୍ଥିତିକୁ ସମ୍ଭାଳି ନେବେ। ଛାତ୍ରଛାତ୍ରୀ ଏକାନ୍ତରେ ଅଧ୍ୟୟନ କରନ୍ତୁ।

ସିଂହ: ମାନସିକ ପ୍ରସନ୍ନତା ବଜାୟ ରହିବ। ପୁରୁଣା ମକଦ୍ଦମାରେ ଜୟଲାଭ କରିବେ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ। ଡାକ୍ତରୀ ଛାତ୍ରଙ୍କୁ ବରିଷ୍ଠ ଡାକ୍ତରଙ୍କ ପରାମର୍ଶ ମିଳିବ।

କନ୍ୟା: ସବୁ କାମ ନିଜେ କରିବାକୁ ଚେଷ୍ଟା କରନ୍ତୁ। ଘରର ପରିବେଶ ଠିକ୍ ରହିବ। ସିମେଣ୍ଟ ବେପାରୀଙ୍କ ଲାଗି ଦିନଟି ଭଲ। କୌଣସି ବନ୍ଧୁ ଆପଣଙ୍କ ସହ ମିଶିବାକୁ ଆସିବେ।

ତୁଳା: ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ିବେ। ଦୋକାନୀଙ୍କୁ ଯଥେଷ୍ଟ ଲାଭ ମିଳିବ। ଆପଣଙ୍କ ଯୋଜନା ଅନ୍ୟମାନଙ୍କୁ ଜଣାନ୍ତୁ ନାହିଁ। ପରିବାରରେ ଖୁସିର ପରିବେଶ ରହିବ।

ବିଛା: ନିଜର ଶକ୍ତିକୁ ଭଲ କାମରେ ଲଗାଇ ପାରନ୍ତି। ବ୍ୟବସାୟରେ ଧନଲାଭ ହେବ। ସମାଜସେବୀଙ୍କ ଲାଗି ଦିନଟି ଭଲ। ବଡ଼ ଭାଇ ଭଉଣୀଙ୍କ ସମ୍ବନ୍ଧ ମଜଭୁତ ହେବ।

ଧନୁ: ନିଜର ସାମର୍ଥ୍ୟ ବଳରେ କାମ ପୂରା କରିନେବେ। ବିରୋଧୀମାନଙ୍କ ପ୍ରତି ସାବଧାନ ରୁହନ୍ତୁ। ଛାତ୍ରଙ୍କର ମନ ଉପନ୍ୟାସ ପଠନରେ ଲାଗି ରହିବ।

ମକର: ନିଜର ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ। ପାରିବାରିକ ପ୍ରସଙ୍ଗରେ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। ବଡ଼ ସୁଯୋଗ ମିଳିବା ଯୋଗୁଁ ଧନଲାଭ ହୋଇପାରେ।

କୁମ୍ଭ: ବାପାଙ୍କ କହିବା ମାର୍ଗରେ ଚାଲନ୍ତୁ, ସଫଳତା ନିଶ୍ଚୟ ପାଇବେ। ବ୍ୟବସାୟରେ ଭଲ ସୁଯୋଗ ପାଇବେ। ସନ୍ଧ୍ୟା ସୁଦ୍ଧା କୌଣସି ସମାରୋହରେ ସାମିଲ ହୋଇପାରନ୍ତି।

ମୀନ: କାମ ପାଇଁ ଅଧିକ ଯାଆସ କରିବେ। ଦୀର୍ଘ ଦିନରୁ ସ୍ଥଗିତ ଥିବା ସରକାରୀ କାମ ପୂରା ହୋଇଯିବ। ପରିବାର ସହ ମଧ୍ୟାହ୍ନ ଭୋଜନର ଆନନ୍ଦ ଉପଭୋଗ କରିବେ।

ସମ୍ବନ୍ଧିତ ଖବର