ମେଷ: ପରିବାରରେ ସମସ୍ତଙ୍କର ବ୍ୟବହାର ସକାରାତ୍ମକ ରହିବ। କାମର ବୋଝ ଅଧିକ ହେବ। କୌଣସି ସାମାଜିକ ସମାରୋହରେ ବନ୍ଧୁଙ୍କ ସହିତ ସାକ୍ଷାତ ହେବ।
ବୃଷ: ଦୀର୍ଘ ଦିନରୁ କରିଥିବା ଯୋଜନା ସଫଳ ହେବ। ଜମି ଦଲାଲଙ୍କୁ ବକେୟା ଅର୍ଥ ମିଳିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶିକ୍ଷାର୍ଥୀଙ୍କ ମନ ଲେଖାପଢ଼ାରେ ଲାଗିବ।
ମିଥୁନ: ପ୍ରତିଯୋଗିତମୂଳକ ପରୀକ୍ଷାରେ ଭଲ ପରିଣାମ ପାଇବେ। ଭଲ ଚାକିରି ପାଇବାର ଆଶା ବଢ଼ିବ। ଆପଣଙ୍କର କୌଣସି ଗୋପନୀୟ କଥା ଘର ଲୋକ ଜାଣିପାରିବେ।
କର୍କଟ: ପାରିବାରିକ ବାତାବରଣ ସକାରାତ୍ମକ ରହିବ। ସନ୍ତାନର ପୂରା ସହଯୋଗ ପାଇବେ। ବେପାରରେ ଉନ୍ନତି ହେବ। ବାହାରକୁ ବୁଲି ଯିବାର ଯୋଜନା କରିବେ।
ସିଂହ: ବ୍ୟବସାୟ ସମ୍ବନ୍ଧୀୟ ଯୋଜନା ସଫଳ ହେବ। ନିଜ ବ୍ୟବହାରରେ ସଂଯମ ରକ୍ଷା କରନ୍ତୁ। ଯାନ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
କନ୍ୟା: ଆପଣ ସମସ୍ତଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ସଂଚାର ସମ୍ବନ୍ଧୀୟ କୌଣସି କୌଶଳ ଯୋଗୁଁ ଲାଭ ପାଇବେ। କାର୍ଯ୍ୟକ୍ଷେତ୍ରରେ ବିବାଦ ଠାରୁ ଦୂରରେ ରହନ୍ତୁ।
ତୁଳା: ପରିବାରରେ ଉତ୍ସାହର ପରିବେଶ ରହିବ। ବିରୋଧୀମାନଙ୍କ ପ୍ରତି ସତର୍କ ରହିବାର ଆବଶ୍ୟକତା ରହିଛି। ପରିବାର ସହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ।
ବିଛା: ଆପଣଙ୍କର କୌଣସି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ସଂପନ୍ନ ହେବ। କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ଚେଷ୍ଟା କରିବେ। ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ।
ଧନୁ: ବ୍ୟବସାୟ କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ହେବ। ଜୀବନସାଥୀଙ୍କ ପୂରା ସହଯୋଗ ପାଇବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଘର ଖର୍ଚ୍ଚ ବଢ଼ିପାରେ।
ମକର: କାରବାରରେ ଉନ୍ନତି ଲାଗି ଆପଣଙ୍କୁ ଭଲ ମଉକା ମିଳିବ। ଦୂର ସ୍ଥାନକୁ ଯିବାର ଯୋଗ ଅଛି। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ଖର୍ଚ୍ଚ ବଢ଼ିବାରୁ ଆର୍ଥିକ ସ୍ଥିତି ଦୁର୍ବଳ ହୋଇପାରେ।
କୁମ୍ଭ: ବ୍ୟବସାୟରେ ଅଧିକ ଲାଭର ସମ୍ଭାବନା ଅଛି। ଜୀବନସାଥୀଙ୍କ ସହ ବୁଲିବାକୁ ଯାଇପାରନ୍ତି। ଆଳସ୍ୟ ପାଇଁ କାର୍ଯ୍ୟରେ ଗତିରୋଧ ଆସିବ। ରାଜନୀତିରେ ସଫଳ ହେବେ।
ମୀନ: ଚାକିରିରେ ମନଲାଖି ପରିବର୍ତ୍ତନ ହେବ। ଭଲ ଜାଗାରେ ନିବେଶ କରିପାରନ୍ତି। ଜୀବନସାଥୀଙ୍କ ସହଯୋଗ ଆପଣଙ୍କ ଅଶାନ୍ତି ଦୂର କରିଦେବ। ଆର୍ଥିକ ସ୍ଥିତି ଭଲ ରହିବ।