publive-imageମେଷ: କାମର ବୋଝ ବଢ଼ିପାରେ। ଶାନ୍ତିରେ କାମ କରନ୍ତୁ। ଲୋକେ ଆପଣଙ୍କ କଥାରେ ପ୍ରଭାବିତ ହେବେ। ନବବିବାହିତଙ୍କ ଜୀବନରେ ଖୁସି ବଢ଼ିବ। ଚାକିରିରେ ଦରମା ବଢ଼ିପାରେ।

Advertisment

publive-imageବୃଷ: ଅନ୍ୟମାନଙ୍କ ଉପରେ ଆପଣଙ୍କର ଭଲ ପ୍ରଭାବ ପଡ଼ିବ। ପାରିବାରିକ ଆୟ ବଢ଼ିପାରେ। ଘରର ଦରକାରୀ ଜିନିଷ କିଣିବା ପାଇଁ ସହରକୁ ଯିବେ। ଆପଣଙ୍କୁ ପରିଶ୍ରମର ପୁରସ୍କାର ମିଳିବ।

publive-imageମିଥୁନ: ଜୀବନସାଥୀଙ୍କ ସହଯୋଗ ପାଇବେ। ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ବେପାରରେ ଭଲ ଲାଭ ହେବ। କାମରେ ଦୂର ସ୍ଥାନକୁ ଯିବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

publive-imageକର୍କଟ: ଓକିଲଙ୍କ ଲାଗି ଦିନଟି ଭଲ। ଗ୍ରାହକଙ୍କ ଦ୍ବାରା ଭଲ ଧନଲାଭ ହେବ। ପାରିବାରିକ ମାମଲା ଆପଣଙ୍କ ପକ୍ଷରେ ହେବ। ରାଜନୀତିରେ ସଫଳତା ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।

publive-imageସିଂହ: ନୃତ୍ୟ ସଙ୍ଗୀତ ଶିକ୍ଷା ଆରମ୍ଭ କରିବା ପାଇଁ ଦିନଟି ଭଲ। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ। ପ୍ରିୟଜନ ଆପଣଙ୍କୁ ବାହାରକୁ ବୁଲି ଯିବାକୁ କହିବେ।

publive-imageକନ୍ୟା: କୌଣସି କାମ ସୁଖଦ ପରିଣାମ ନେଇ ଆସିବ। ଜୀବନସାଥୀଙ୍କ ଠାରୁ ଉପହାର ପାଇବେ। ଭଲ ବେପାର ହୋଇପାରେ। ଆପଣଙ୍କର ମାନ ସମ୍ମାନ ବଢ଼ିବ।

publive-imageତୁଳା: ଭଗବାନଙ୍କ ପ୍ରତି ଆସ୍ଥା ବଢ଼ିବ। ଆୟ ପ୍ରାପ୍ତିର ସାଧନରେ ବୃଦ୍ଧି ହେବ। ଜମି ବ୍ୟବସାୟୀଙ୍କୁ ବଢ଼ିଆ ଜମି ଭଲ ଦାମରେ ମିଳିଯିବ। ପରୀକ୍ଷାରେ ଭଲ ପରିଣାମ ପାଇବେ।

publive-imageବିଛା: କ୍ୟାରିୟର ସମ୍ପର୍କିତ ଭଲ ଖବର ପାଇବେ। ବଡ଼ଙ୍କର କଥା ଧ୍ୟାନ ଦେଇ ଶୁଣନ୍ତୁ। ରାଜନୀତିରେ ସଫଳତା ପାଇବେ। ବ୍ୟବସାୟିକ କାରଣରୁ ପରିଶ୍ରମ ଓ ଯାତାୟାତ ବଢ଼ିବ।

publive-imageଧନୁ: ଘରର ପରିବେଶ ଭଲ ରହିବ। ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ। ସମାଜରେ ଆପଣଙ୍କର ପ୍ରଶଂସା ହେ‌ବ। ବେପାରରେ ଲାଭ ହେବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ।

publive-imageମକର: ନିଜ କାମରେ ଅଧିକ ବ୍ୟସ୍ତ ରହିପାରନ୍ତି। କିଛି ନୂଆ ଲୋକଙ୍କ ସହିତ ସମ୍ପର୍କ ଗଢ଼ିବେ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

publive-image

କୁମ୍ଭ: ନିତିଦିନିଆ କାମରେ ମନ କମ୍‌ ଲାଗିବ। ରାଜନୀତିରେ ଥିବା ଲୋକଙ୍କୁ ବଡ଼ ଦାୟତ୍ବ ମିଳିବ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

publive-imageମୀନ: ଆପଣ ଭିନ୍ନ ଭୂମିକା ନିର୍ବାହ କରିବେ। ଆପଣଙ୍କ ବ୍ୟାବସାୟିକ କୌଶଳ ଫଳପ୍ରଦ ସାବ୍ୟସ୍ତ ହେବ। ଆୟ ବଢ଼ାଇବା ପାଇଁ ଅବସର ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।