publive-image‌‌ମେଷ: ଶାରୀରିକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। ବ୍ୟବସାୟରେ ତୁରନ୍ତ ଫଇସଲା ଲାଭପ୍ରଦ ହେବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ କରିବେ। ‌

Advertisment

publive-imageବୃଷ: କୌଣସି ଜରୁରୀ କାମରେ ଦୂରସ୍ଥାନକୁ ଯିବେ। ଅଫିସରେ କାମର ବୋଝ ବଢ଼ିପାରେ। ପରିବାର ଲୋକଙ୍କୁ ଆପଣଙ୍କ ଠାରୁ ବହୁତ ଅପେକ୍ଷା ରହିବ। ଶରୀର ସୁସ୍ଥ ରଖିବା ଲାଗି ଖର୍ଚ୍ଚ କରିବେ।

publive-imageମିଥୁନ: ଧୈର୍ଯ୍ୟଧରି କାମ କରନ୍ତୁ ସଫଳ ହେବେ। ଅଫିସରେ କୌଣସି କଥାକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ଠିକ୍ କରିବେ। ଗୃହିଣୀଙ୍କୁ ଘର କାମରେ ପତିଙ୍କ ସହଯୋଗ ମିଳିବ।

publive-image

କର୍କଟ: ଲକ୍ଷ୍ୟ ପ୍ରତି ଗମ୍ଭୀରତାର ସହ ପ୍ରୟାସ କରନ୍ତୁ ସଫଳ ହେବେ। ବନ୍ଧୁବର୍ଗଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଖେଳାଳୀଙ୍କର ପ୍ରଦର୍ଶନ ଭଲ ରହିବ। ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଭଲ ହେବ।

publive-imageସିଂହ: ନିଜକୁ ଲୋକଙ୍କ ନଜରରେ ବଢ଼ିଆ ପ୍ରମାଣିତ କରିପାରିବେ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଇଂଜିନିୟର ଛାତ୍ରଙ୍କ ଲାଗି ଦିନଟି ଭଲ।

publive-imageକନ୍ୟା: କାର୍ଯ୍ୟକ୍ଷେତ୍ରରେ ଏଭଳି ସୁଯୋଗ ପାଇବେ ଯାହା ଦ୍ବାରା ଭବିଷ୍ୟତ ଜୀବନ ଉଜ୍ଜ୍ବଳମୟ ହେବ। ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

publive-imageତୁଳା: ପ୍ରତିଟି କାମରେ ମନ ଲାଗିବ। ଚାକିରି ସମ୍ବନ୍ଧିତ ଭଲ ଖବର ପାଇବେ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଦାମ୍ପତ୍ୟ ଜୀବନରେ ସାମଞସ୍ୟ ବଜାୟ ରହିବ।

publive-imageବିଛା: କାରବାର ବୃଦ୍ଧି ଲାଗି ଦିନଟି ଭଲ। ବିରୋଧୀମାନେ କ୍ଷତି ପହଞ୍ଚାଇବା ପାଇଁ ବଫଳ ପ୍ରୟ‌ାସ କରିବେ। ଅଫିସ କାମରେ ଚିନ୍ତା କମ୍ ରହିବ। ନୂଆ ସଂପର୍କ ଗଢ଼ିବା ପାଇଁ ଦିନଟି ଭଲ।

publive-image
ଧନୁ: କାର୍ଯ୍ୟକ୍ଷେତ୍ରରେ ବୃଦ୍ଧି ଲାଗି ଦିନଟି ଭଲ। କଳା ସଙ୍ଗୀତ କ୍ଷେତ୍ରରେ ଥିବା ଲୋକମାନେ ଭଲ ପ୍ରଦର୍ଶନ କରିବେ। ସୁସମ୍ବାଦ ପାଇବେ। ଜୀବନସାଥୀଙ୍କ ବ୍ୟବହାରରେ ଆପଣଙ୍କୁ ଖୁସି ମିଳିବ।

publive-image

ମକର: ନୂଆ କାମ କରିବା ପାଇଁ ଦିନଟି ବହୁତ ଭଲ। ଲୁଗା ବ୍ୟବସାୟୀ ଯଥେଷ୍ଟ ଲାଭ ପାଇବେ। ପାରିବାରିକ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଛାତ୍ରଛାତ୍ରୀଙ୍କର ଅଧ୍ୟୟନରେ ମନ ଲାଗିବ। ‌

publive-image

କୁମ୍ଭ: ବ୍ୟବସାୟୀ କିଛି ନୂଆ ଯୋଜନା ତିଆରି କରିବେ। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ। କତୃପକ୍ଷ ଆପଣଙ୍କ ଦରମା ବୃଦ୍ଧି ପାଇଁ ନିଷ୍ପତ୍ତି ନେଇପାରନ୍ତି। ପ୍ରେମିକାଙ୍କୁ ଉପହାର ଦେଇପାରନ୍ତି।

publive-image

ମୀନ: ମସ୍ତିଷ୍କରେ ଘୂରି ବୁଲୁଥିବା ନକାରାତ୍ମକ ଚିନ୍ତା ସମାପ୍ତ ହୋଇଯିବ। ଶୁଭ ଖବର ମିଳିବା ଯୋଗ ରହିଛି। ଆୟରେ ବୃଦ୍ଧି ହେବ। ଅଫିସରେ ସମସ୍ତେ ଆପଣଙ୍କୁ ସହଯୋଗ କରିବେ।