ଜାଣନ୍ତୁ ଆଜିର ରାଶିଫଳ

 

ମେଷ: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଧନ ସଂପତ୍ତି ବଢ଼ିବ। ଜୀବନସାଥୀଙ୍କୁ ଉପହାର ଦେବେ। ଆପଣଙ୍କୁ ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ କରାଯିବ। ଚାକିରିରେ ପଦୋନ୍ନତି ମିଳିପାରେ।

 

ବୃଷ: ଏକାଗ୍ରତା ସହିତ କାମ ପୂରା କରିବାକୁ ଚେଷ୍ଟା କରିବେ। ନୂଆ ଉତ୍ସରୁ ଆଶାଠୁଁ ଅଧିକ ଧନଲାଭ ହେବ। ସମାରୋହରେ କୌଣସି ଅନ୍ତରଙ୍ଗ ବନ୍ଧୁ ସହିତ ଦେଖା ହେବ।

ମିଥୁନ: ଅଫିସରେ ଅଧିକାରୀଙ୍କ ସାହାଯ୍ୟ ପାଇବେ। ପୂର୍ବରୁ ଲାଗି ରହିଥିବା ବିବାଦର ସମାଧାନ ହୋଇଯିବ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କୁ ନିଜ ହୃଦୟର କଥା କହିବେ।

କର୍କଟ: ଆପଣଙ୍କ ସାମାଜିକ ପରିସର ବୃଦ୍ଧି ପାଇବ। ଦୈନିକ କାମରେ ପୂର୍ଣ୍ଣ ସଫଳତା ପାଇବେ। ପ୍ରିୟ ବନ୍ଧୁ ସହିତ ମିଳନ ଯୋଗ ରହିଛି। ବାହନ କିଣିବା ଲାଗି ଦିନଟି ଶୁଭ।

ସିଂହ: ସାରା ଦିନ କାର୍ଯ୍ୟ ବ୍ୟସ୍ତତାରେ କଟିବ। ଆପଣ କିଛି ନୂଆ ଶିକ୍ଷା ଲାଭ କରିବେ। ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ଜୀବନସାଥୀ ଆପଣଙ୍କୁ ବାହାରକୁ ବୁଲାଇନେବେ।

କନ୍ୟା: ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। କାରବାରରେ ଉନ୍ନତି ହେବ। ଅଫିସ କାମରେ ଦୂର ସ୍ଥାନକୁ ଯିବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।

 

ତୁଳା: ସବୁ କାମ ଆପଣଙ୍କ ମନ ମୁତାବକ ପୂରା ହେବ। ଅନ୍ତରଙ୍ଗ ବନ୍ଧୁ ସହିତ ସାକ୍ଷାତ ହେବ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ। ବେକାରଙ୍କୁ ରୋଜଗାର ମିଳିବ।

ବିଛା: କାମ ନିର୍ଦ୍ଧାରିତ ସମୟରେ ପୂରା ନହେବା ଯୋଗୁଁ ମାନସିକ ଅଶାନ୍ତି ବଢ଼ିପାରେ। କାରବାରରେ ଧନଲାଭ ହେବ। କାହା ସହିତ ତର୍କ କରନ୍ତୁ ନାହିଁ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

 

ଧନୁ: କିଛି ଲୋକଙ୍କର ପୂରା ସମର୍ଥନ ପାଇବେ। ଇଂଜିନିୟରଙ୍କୁ ଭଲ ଅବସର ମିଳିବ। ପରିବାରର ମହତ୍ତ୍ବପୂର୍ଣ୍ଣ କାମ ପୂରା ହୋଇଯିବ। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ।

 

ମକର: କୌଣସି କାମରେ ମାତାପିତାଙ୍କ ସହଯୋଗ ପାଇବେ। ନିଜ ବିଚାରରେ ଅନ୍ୟମାନଙ୍କୁ ସହମତ କରାଇନେବେ। ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ବଢ଼ିବ।

 

କୁମ୍ଭ: ପୂଜାପାଠରେ ସମୟ ବିତିବ। ସବୁ କାମରେ ସଫଳ ହେବେ। ଲୋକେ ଆପଣଙ୍କର ପ୍ରଶଂସା କରିବେ। ଆର୍ଥିକ ସ୍ଥିତି ଚିନ୍ତାଜନକ ହେବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ମୀନ: କୌଣସି ମନୋରଂଜନ କାର୍ଯ୍ୟକ୍ରମରେ ସାମିଲ ହେବେ। ବନ୍ଧୁ ଠାରୁ ଖୁସି ଖବର ପାଇବେ। କର୍ମଜୀବୀ ମହିଳାଙ୍କ ଲାଗି ଦିନଟି ଭଲ। ଜମି ଦଲାଲଙ୍କ ଲାଗି ଭଲ ଦିନଟିଏ।

ସମ୍ବନ୍ଧିତ ଖବର