publive-imageମେଷ: ଦିନଟି ଶାନ୍ତିପୂର୍ବକ ବିତିବ। ଉନ୍ନତିର ନୂଆ ଅବସର ପାଇବେ। ପ୍ରେମ ସଂପର୍କ ମଧୁର ରଖିବା ଲାଗି ବ୍ୟବହାରରେ ସଂଯମ ରଖନ୍ତୁ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ। ‌

Advertisment

publive-imageବୃଷ: ମନରେ କୌଣସି ନୂଆ ଯୋଜନା ପ୍ରସ୍ତୁତ କରିବେ। ଆପଣଙ୍କର ବିଦେଶ ଯିବା ସ୍ବପ୍ନ ପୂରା ହେବ। ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ଯାନ କିଣିବା ଲାଗି ମନ ବଳିବ। ‌

publive-imageମିଥୁନ: ଆପଣଙ୍କ ବିଚାର ସକାରାତ୍ମକ ରଖନ୍ତୁ। ଆପଣଙ୍କୁ ନିଜ ବନ୍ଧୁପରିଜନଙ୍କ ପୂରା ସହଯୋଗ ମିଳିବ। ବେପାରରେ ଲାଭ ହେବାର ଯୋଗ ଅଛି। ପ୍ରେମରେ ସଫଳତା ପାଇବେ।

publive-image

କର୍କଟ: ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। ନିଜର ବାଣୀ ଓ ବ୍ୟବହାରରେ ମଧୁରତା ଆଣିବେ। ଉନ୍ନତି ପାଇଁ ନୂଆ ସୁଯୋଗ ପାଇବେ। କଲେଜ ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିପାରେ।

publive-imageସିଂହ: ଆପଣ ଏଭଳି କୌଣସି ବ୍ୟକ୍ତିଙ୍କ ସହ ମିଶିବେ ଯାହାଙ୍କ ଦ୍ବାରା ଜୀବନରେ ପରିବର୍ତ୍ତନ ଆସିବ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସାମାଜିକ ସ୍ତରର ଭଲ କାମ ପାଇଁ ସମ୍ମାନ ପାଇବେ।

publive-imageକନ୍ୟା: ମନ କିଛି ମାତ୍ରାରେ ଅସ୍ଥିର ରହିପାରେ। ବ୍ୟବସାୟକୁ ନେଇ ଭଲ ଚୁକ୍ତି କରିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ରାଜନୀତିରେ ଥିବା ଲୋକ କୌଣସି ସଭାକୁ ଯିବେ।

publive-imageତୁଳା: କୌଣସି ବ୍ୟକ୍ତି ଆପଣଙ୍କ ଜୀବନରେ ଖୁସି ଓ ଉତ୍ସାହ ନେଇ ଆସିବ। ପରିବାରରେ ବଡ଼ ଆୟୋଜନର ଯୋଜନା ପ୍ରସ୍ତୁତ କରିପାରନ୍ତି। ମହିଳାଙ୍କୁ ଭଲ ଚାକିରିର ସୁଯୋଗ ମିଳିବ।

publive-imageବିଛା: ଆପଣଙ୍କ ଭାବନା ଯଥେଷ୍ଟ ସକାରାତ୍ମକ ରହିବ। ଆମଦାନିର ନୂଆ ଉତ୍ସ ପାଇବେ। ଅଫିସ ଆଲୋଚନାରେ ନିଜ ମତ ରଖିବାରେ ସଫଳ ହେବେ।

publive-imageଧନୁ: ଆପଣଙ୍କ ମନ ଆଧ୍ୟାତ୍ମିକ ରହିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ପରିବାର ସମ୍ବନ୍ଧୀୟ କୌଣସି କାମ ସଂପୂର୍ଣ୍ଣ ହୋଇଯିବ।

publive-imageମକର: କାର୍ଯ୍ୟକ୍ଷେତ୍ରରେ ଏଭଳି କିଛି କରିବେ ଯାହାଦ୍ବାରା ଉପରିସ୍ଥ କର୍ମଚାରୀ ଆପଣଙ୍କର ଗୁଣଗାନ କରିବେ। ମହିଳାଙ୍କୁ ଜିନିଷ କିଣାବିକାରୁ ଲାଭ ହେବ। ସ୍ବାଦିଷ୍ଠ ଖାଦ୍ୟ ଖାଇବେ।

publive-image

କୁମ୍ଭ: ଅଫିସରେ କୌଣସି କାମ ପୂରା କରିବା ପାଇଁ ଅସ୍ଥିର ହୁଅନ୍ତୁ ନାହିଁ। ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟୀ ଭଲ ଖବର ପାଇବେ। ବୈବାହିକ ଜୀବନ ସୁଖମୟ ରହିବ।

publive-imageମୀନ: ଘର ସଫାସୁତୁରା ରଖନ୍ତୁ, ସୁଖ ସମୃଦ୍ଧି ବୃଦ୍ଧି ହେବ। ବ୍ୟବସାୟରେ ପ୍ରତିଷ୍ଠା ଓ ଖ୍ୟାତି ମିଳିବ। ବିରୋଧୀମାନେ କ୍ଷତି କରିବା ଲାଗି ବିଫଳ ପ୍ରୟାସ କରିବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।