ଜାଣନ୍ତୁ ଆଜିର ରାଶିଫଳ

ମେଷ: ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଚେଷ୍ଟା କରିବେ। ଲାଭ ପାଇଁ ଅବସର ପାଇବେ। ନୂଆ ସଂପର୍କ ଗଢ଼ିବା ପୂର୍ବରୁ ବ୍ୟକ୍ତିର ସ୍ବଭାବକୁ ଭଲଭାବେ ଜାଣନ୍ତୁ।

ବୃଷ: ଆପଣଙ୍କର ବୃଦ୍ଧି ହେଉଥିବା ଶକ୍ତି ଦ୍ବାରା କିଛି ଲୋକ ପ୍ରଭାବିତ ହେବେ। ଲୁଗା ବ୍ୟବସାୟୀଙ୍କୁ ଲାଭ ହେବ। ମହିଳାମାନେ ନିଜ କାମରେ ବ୍ୟସ୍ତ ରହିବେ।

ମିଥୁନ: ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କର ଆୟ ଭଲ ହେବ। ଲୋକେ ଆପଣଙ୍କ ପରିଶ୍ରମର ପ୍ରଶଂସା କରିବେ। ଘର କାମରେ ପରିବାର ଲୋକଙ୍କ ସହଯୋଗ ମିଳିବ।

କର୍କଟ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। କାମ ସମାପ୍ତ କରି ଆରାମ ଅନୁଭବ କରିବେ। ପ୍ରିୟଜନଙ୍କ ସହ ବାହାରେ ରାତ୍ରିଭୋଜନ କରିବେ।

ସିଂହ: କାରବାର ବୃଦ୍ଧି ପାଇଁ ପରିବାର ଲୋକଙ୍କ ପରାମର୍ଶ ନେବେ। ଚାକିରିଆଙ୍କ ଲାଗି ଦିନଟି ଲାଭଦାୟକ ରହିବ। ସମ୍ବନ୍ଧରେ ନୂଆ ଚେତନା ସଂଚାର ହେବ।

କନ୍ୟା: ଅନ୍ୟମାନଙ୍କ ଉପରେ ଭଲ ପ୍ରଭାବ ପକାଇବାକୁ ଚେଷ୍ଟା କରିବେ। ଧାର ଦେଇଥିବା ପଇସା ଫେରସ୍ତ ପାଇବେ। ସନ୍ତାନ ପକ୍ଷରୁ ଖୁସି ଖବର ମିଳିବ।

ତୁଳା: କାହାରିକୁ କୌଣସି କଥା ବୁଝାଇବାରେ ତ୍ରୁଟି ହୋଇପାରେ। ବେପାର ନେଇ ମନକୁ ନୂଆ ବିଚାର ଆସିବ। ମହିଳାଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ।

ବିଛା: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। କୌଣସି ନୂଆ କାରବାରରେ ପୁଞ୍ଜି ଲଗାଇବା ପାଇଁ ଭାବିବେ। ବୈବାହିକ ଜୀବନ ଖୁସି ଭରା ରହିବ।

ଧନୁ: ବ୍ୟବସାୟରେ କୌଣସି କଥାକୁ ନେଇ ଚିନ୍ତିତ ହୋଇପାରନ୍ତି। ଫିଲ୍ମ ଉଦ୍ୟୋଗରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ। ଦାମ୍ପତ୍ୟ ସମ୍ବନ୍ଧରେ ଦୂରତ୍ବ ସମାପ୍ତ ହେବ।

ମକର: ଦିନଟି ଆନନ୍ଦ ଉଲ୍ଲାସ ଭରା ରହିବ। ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ। ନିଜର ଲୋକଙ୍କ ସହ ଘନିଷ୍ଠତା ବଜାୟ ରହିବ।

କୁମ୍ଭ: ଏକତରଫା ଚିନ୍ତା ଆପଣଙ୍କୁ ଅଡୁଆରେ ପକାଇପାରେ। ଅଧୁରା ଥିବା ସରକାରୀ କାମ ପୂରା ହୋଇପାରେ। ଇଂଜିନିୟର ନୂଆ ପ୍ରକଳ୍ପରେ କାମ କରିବେ।

ମୀନ: ଆପଣଙ୍କ ବ୍ୟକ୍ତିତ୍ବରେ କିଛି ପରିବର୍ତ୍ତନ ଆସିବ। ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ। ବ୍ୟବସାୟ ସମ୍ବନ୍ଧରେ ଯାତ୍ରା ଯୋଗ ଅଛି।

ସମ୍ବନ୍ଧିତ ଖବର