ମେଷ: ଆପଣଙ୍କ ଧୢାନ ଧର୍ମ କାର୍ଯ୍ୟରେ ଲାଗି ରହିବ। ବନ୍ଧୁଙ୍କ ସହିତ ସମାରୋହକୁ ଯାଇପାରନ୍ତି। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ନିଜ କାମରେ ଯଥେଷ୍ଟ ବ୍ୟସ୍ତ ରହିବେ। ଧନଲାଭର ଯୋଗ ରହିଛି। ରାଜନୀତିରେ ଉଚ୍ଚ ପଦକୁ ମନୋନୀତ ହୋଇପାରନ୍ତି।
ମିଥୁନ: ଆଜି ଆପଣ ଚିନ୍ତାମୁକ୍ତ ରହିବେ। ବ୍ୟବସାୟରେ ତୁରନ୍ତ ଫଇସଲା ଲାଭପ୍ରଦ ହେବ। ସନ୍ଧ୍ୟାରେ ଘରେ ସ୍ବାଦିଷ୍ଠ ଭୋଜନ କରିବେ।
କର୍କଟ: ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ଶିକ୍ଷକଙ୍କୁ ପଦୋନ୍ନତି ମିଳିପାରେ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବେ।
ସି˚ହ: ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବଡ଼ ଲୋକଙ୍କ ସହିତ ମିଶିବା ଲାଭପ୍ରଦ ହେବ। ବ୍ୟାବସାୟିକ କାର୍ଯ୍ୟ ପାଇଁ ଦୂର ସ୍ଥାନକୁ ଯିବେ।
କନ୍ୟା: ଆପଣଙ୍କ ଧ୍ୟାନ ସାମାଜିକ ଓ ରାଜନୀତିକ କାର୍ଯ୍ୟରେ ଲାଗି ରହିବ। କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ବ୍ୟବସାୟରେ ଉନ୍ନତି ହେବ।
ତୁଳା: ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ। ପିତାଙ୍କର ମାର୍ଗଦର୍ଶନ ପାଇବେ। ବେପାରରେ ପରିବର୍ତ୍ତନ ପାଇଁ ଯୋଜନା ତିଆରି କରିବେ।
ବିଛା: ନିଜର କାମକୁ ଠିକ୍ ଭାବେ ତୁଲାଇବେ। ଚିନ୍ତାଗ୍ରସ୍ତ ଥିଲେ ସାଥୀଙ୍କୁ ଚିନ୍ତାର କାରଣ କୁହନ୍ତୁ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।
ଧନୁ: କାମ ସ˚ପୂର୍ଣ୍ଣ ହେବା ଯୋଗୁଁ ଆରାମ ଅନୁଭବ କରିବେ। ଆର୍ଥିକ ସ୍ଥିତି ଠିକ୍ ରହିବ। ପିତାମାତାଙ୍କ ସେବା କରିବାର ସୁଯୋଗ ପାଇବେ।
ମକର: ନୂଆ କାମରେ ଲାଭ ହେବ। ସନ୍ତାନଙ୍କର ଭଲ କ୍ୟାରିୟର୍ ଲାଗି ତାଙ୍କ ଶିକ୍ଷକଙ୍କର ପରାମର୍ଶ ନିଅନ୍ତୁ। ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭ।
କୁମ୍ଭ: ଧର୍ମ କାର୍ଯ୍ୟରେ ମନ ଲାଗିବ। ବ୍ୟବସାୟରେ ବକେୟା ଅର୍ଥ ପାଇବେ। ବନ୍ଧୁ ଆପଣଙ୍କୁ ଦେଖା କରିବାକୁ ଆସିବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।
ମୀନ: ଚାକିରିରେ ନିଜର ଦାୟିତ୍ବକୁ ସୁରୁଖୁରରେ ତୁଲାଇବେ। ଜମି କିଣିବା ପୂର୍ବରୁ ଦଲିଲ ସଂପର୍କରେ ଭଲଭାବେ ଯାଞ୍ଚ କରିନିଅନ୍ତୁ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।