publive-image

Advertisment

ମେଷ: ବଡ଼ କଂପାନି ସହ କାମ କରିବା ପାଇଁ ପ୍ରସ୍ତାବ ଆସିବ। କାମରେ ଜୀବନସାଥୀଙ୍କ ସହଯୋଗ ପାଇବେ। ଛାତ୍ରଙ୍କ ଲାଗି ଦିନଟି ଭଲ। ବାହନ କିଣିବା ଯୋଗ ଅଛି।

publive-image

ବୃଷ: ସ୍ଥଗିତ କାମ ପୂରା କରିବା ପାଇଁ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଜମି ସମ୍ବନ୍ଧୀୟ ସମସ୍ୟାର ସମାଧାନ ବାହାରିବ। ବ୍ୟବସାୟରେ ପୁଞ୍ଜି ଲଗାନ୍ତୁ, ଦିଗୁଣା ଲାଭ ହେବ।

publive-imageମିଥୁନ: ବେକାରଙ୍କୁ ରୋଜଗାରର ଭଲ ଅବସର ମିଳିବ। ନିଜ କାର୍ଯ୍ୟସୂଚୀରେ ସକାରାତ୍ମକ ପରିବର୍ତ୍ତନ କରିବେ। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ।

publive-imageକର୍କଟ: ଅଫିସରେ କର୍ତ୍ତୃପକ୍ଷଙ୍କ ଠାରୁ ଦୁର୍ବ୍ୟବହାର ପାଇପାରନ୍ତି। ସାମାଜିକ କାର୍ଯ୍ୟ ନେଇ ଆପଣଙ୍କର ପ୍ରଶଂସା ହେବ। ଜମିରେ ନିବେଶ କରିବା ଲାଗି ଦିନଟି ଭଲ।

publive-imageସିଂହ: ନୂଆ ବନ୍ଧୁ କରିବା ପୂର୍ବରୁ ତାଙ୍କ ସମ୍ବନ୍ଧରେ ଭଲଭାବେ ଜାଣି ନିଅନ୍ତୁ। ଅବିବାହିତ ଲୋକଙ୍କୁ ବିବାହ ପ୍ରସ୍ତାବ ମିଳିବ। କାଠ ତିଆରି ଜିନିଷ କିଣିବା ଲାଗି ଦିନଟି ଶୁଭ।

publive-imageକନ୍ୟା: ବାପା ମାଆଙ୍କ ଆଶୀର୍ବାଦ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ସାହାଯ୍ୟ କରିବ। ଲୋକମାନଙ୍କ ମତ ଫଳପ୍ରଦ ସାବ୍ୟସ୍ତ ହେବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ଼ ହେବ।

publive-imageତୁଳା: ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଆପଣଙ୍କର ଆସ୍ଥା ରହିବ। ନିଜ ସ୍ବଭାବରେ ଟିକେ ପରିବର୍ତ୍ତନ ଆଣନ୍ତୁ। ଚାକିରି ଖୋଜୁଥିବା ଲୋକଙ୍କୁ ରୋଜଗାରର ଅବସର ପ୍ରାପ୍ତ ହେବ।

publive-imageବିଛା: ସବୁ କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। କୌଣସି କଥାକୁ ନେଇ ଦ୍ବିଧାରେ ରହିବେ। ବ୍ୟବସାୟ ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ।

publive-imageଧନୁ: ଘରୋଇ ଜିନିଷ କିଣିବା ଲାଗି ଯୋଜନା କରିବେ। ବେପାରୀ ବଡ଼ ଚୁକ୍ତି କରିବାରେ ସଫଳ ହେବେ। ସୋସିଆଲ ମିଡିଆରେ ନୂଆ ବନ୍ଧୁ ବନାଇବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ।

publive-imageମକର: ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। କାର୍ଯ୍ୟ ବ୍ୟସ୍ତତା ହେତୁ କ୍ଳାନ୍ତ ଅନୁଭବ କରିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

publive-image

କୁମ୍ଭ: ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ। ପରିବାରରେ ଆନନ୍ଦ ଉଲ୍ଲାସ ରହିବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହେବ। ପ୍ରିୟଜନଙ୍କ ସହ ବାହାରକୁ ବୁଲି ଯିବେ।

publive-imageମୀନ: ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। ଜୀବନରେ ପରିବର୍ତ୍ତନ ଆସିବା ଯୋଗୁଁ ସୁଖଦ ପରିବେଶ ରହିବ। ସମାଜରେ ମାନ ସମ୍ମାନ ବଢ଼ିବ।