ଜାଣନ୍ତୁ ଆଜିର ରାଶିଫଳ

ମେଷ: ଧାର୍ମିକ କାର୍ଯ୍ୟ ପ୍ରତି ମନରେ ଶ୍ରଦ୍ଧା ବଢ଼ିବ। ସାମାଜିକ କାର୍ଯ୍ୟରେ ଆପଣଙ୍କ ଭୂମିକା ପାଇଁ ମାନ ପ୍ରତିଷ୍ଠା ବଢ଼ିବ। ଇ˚ଜିନିୟରଙ୍କୁ ବଡ଼ କ˚ପାନିରେ ଚାକିରି ମିଳିପାରେ।

 

ବୃଷ: ନିଜର ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ। ସରକାରୀ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା ରହିଛି। ଛାତ୍ରଙ୍କୁ କୌଣସି ଶୁଭ ସମାଚାର ମିଳିବ।

 

ମିଥୁନ: ପୂଜାପାଠରେ ସମୟ ବିତିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ପାରିବାରିକ ଜୀବନ ସୁଖମୟ ହେବ। ପ୍ରିୟତମଙ୍କୁ ମନ କଥା କହିବେ।

 

କର୍କଟ: ଜୀବିକା, ପରିବାର ଓ ବନ୍ଧୁଙ୍କ ମଧୢରେ ଭାରସାମ୍ୟ ବଜାୟ ରଖନ୍ତୁ। ଜୀବନରେ ଆଗକୁ ବଢ଼ିବା ଲାଗି ଭଲ ସୁଯୋଗ ଆସିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

 

ସି˚ହ: ସଫଳତାର ରାସ୍ତା ଉନ୍ମୁକ୍ତ ରହିଛି। ଆର୍ଥିକ ସ୍ଥିତି ମଜଭୁତ ହେବ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। କାହାରି ଠାରୁ ଖୁସି ଖବର ପାଇବେ।

 

କନ୍ୟା: ବ୍ୟବସାୟରେ ତ୍ବରିତ ନିଷ୍ପତ୍ତି ଲାଭପ୍ରଦ ହେବ। କୌଣସି ଶୁଭ ସୂଚନା ପାଇବେ। ପରିବାର ସହିତ ଅଧିକ ସମୟ ଅତିବାହିତ କରିବେ।

 

ତୁଳା: ସ୍ବଭାବ ଶାନ୍ତ ଓ ବ୍ୟବହାର ମିଷ୍ଟ ରହିବ। ରାଜନୀତିକ ବ୍ୟକ୍ତିଙ୍କ ସହିତ ଆପଣଙ୍କ ସାକ୍ଷାତ ହେବ। ବ୍ୟବସାୟ ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ।

 

ବିଛା: ଯାହା ବି କାମ କରିବେ ସଫଳତା ପାଇବେ। କୃଷିଜୀବୀଙ୍କୁ ଧନଲାଭ ହେବ। ନୂଆ ଘର ତିଆରି କରିବା ଲାଗି ଆଗ୍ରହ ବଢ଼ିବ। ଘରକୁ ବନ୍ଧୁ ଆସିବେ।

 

ଧନୁ: ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ଅଭିନେତାଙ୍କୁ ରଚନାତ୍ମକ କାର୍ଯ୍ୟ ପାଇଁ ପ୍ରଶ˚ସା ମିଳିବ। ଜୀବନସାଥୀଙ୍କୁ ସୁନା ମୁଦି ଉପହାର ଦେଇପାରନ୍ତି।

 

ମକର: ଲେଖକ ଓ ଅଭିନେତାଙ୍କ ଲାଗି ଦିନଟି ଭଲ। ବନ୍ଧୁଙ୍କ ସହିତ ଲମ୍ବା ସମୟ ଧରି କଥା ହେବେ। ଚାକିରିରେ ପଦୋନ୍ନତି ମିଳିପାରେ। ବେପାରରେ ଲାଭ ହେବ।

 

କୁମ୍ଭ: ଦୀର୍ଘ ଦିନ ଧରି ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ଆପଣଙ୍କ ମନକୁ ଶାନ୍ତି ମିଳିବ। ବେପାର ଉଦ୍ୟୋଗରେ ଲାଭ ହେବ।

 

ମୀନ: ଯାହା କହୁଛନ୍ତି ଧୀରେ ଓ ସ୍ପଷ୍ଟ ଭାବରେ କୁହନ୍ତୁ। ଅନ୍ୟମାନେ ଯେପରି ଆପଣଙ୍କୁ ମନେ ରଖିବେ, ସେ ଦିଗରେ ପ୍ରୟାସ କରନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ସମ୍ବନ୍ଧିତ ଖବର