ମେଷ: ଘରୋଇ କ୍ଳେଶ ଦୂର ହେବ। ଆଜି ନୂଆ କାମ ଆରମ୍ଭ କଲେ, ଆପଣଙ୍କ ଲାଗି ଲାଭପ୍ରଦ ହେବ। ନୂଆ ଲୋକମାନଙ୍କ ସହ ମିଶିବାର ସୁଯୋଗ ପାଇବେ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ସ୍ବାସ୍ଥ୍ୟରେ ସୁଧାର ହେବ। କୌଣସି କାମରେ ଆପଣଙ୍କୁ ଲାଭ ମିଳିବ। ଅଫିସରେ ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ପଦୋନ୍ନତି ପାଇଁ ବିଚାର କରିପାରନ୍ତି।
ମିଥୁନ: ପୂଜାପାଠରେ ସମୟ ବିତିବ। ବ୍ୟାଙ୍କରେ କାମ କରୁଥିବା ଲୋକମାନଙ୍କ ଲାଗି ଦିନଟି ଶୁଭ। କାହାରି ଉପରେ ତୁରନ୍ତ ଭରସା କରନ୍ତୁ ନାହିଁ।
କର୍କଟ: ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ବାଧା ଉପୁଜିପାରେ। ଭ୍ରମଣ କରୁଥିବା ସମୟରେ ଜରୁରୀ କାଗଜପତ୍ର ନିଜ ପାଖରେ ରଖନ୍ତୁ। ସ୍ବାସ୍ଥ୍ୟରେ ଅବନତି ଦେଖାଦେବ।
ସି˚ହ: ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ। ବେପାର କ୍ଷେତ୍ରରେ ଆଗକୁ ବଢ଼ିବା ଲାଗି ନୂଆ ସୁଯୋଗ ମିଳିବ। ରାଜନୀତିରେ ସଫଳତା ପାଇବେ।
କନ୍ୟା: ନିତିଦିନିଆ କାମ ବିନା ବାଧାବିଘ୍ନରେ ସ˚ପନ୍ନ ହେବ। ଆପଣଙ୍କୁ ଆଜି ସମ୍ମାନିତ କରାଯାଇପାରେ। ରାଜନୀତିରେ ସବୁ କିଛି ଭଲ ହେବ।
ତୁଳା: ବ୍ୟବସାୟରେ ଉନ୍ନତି ହେବ। ଅପ୍ରତ୍ୟାଶିତ ଧନପ୍ରାପ୍ତି ହୋଇପାରେ। ପାରିବାରିକ ସମସ୍ୟାର ସମାଧାନ ବାହାରିବ। ଛାତ୍ରଙ୍କ ଲାଗି ଦିନଟି ଭଲ।
ବିଛା: ଆଜି କାର୍ଯ୍ୟର ସ˚ପୂର୍ଣ୍ଣ ଫଳ ପାଇବେ। ସମାଜ ସେବା କରୁଥିବା ବ୍ୟକ୍ତିମାନଙ୍କ ଲାଗି ଦିନଟି ଉତ୍ତମ। ଘରକୁ ବନ୍ଧୁ ଆସିବେ।
ଧନୁ: ଇଷ୍ଟଦେବଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ରହିଛି। କାରବାରରେ ଲାଭ ହେବ। ମହିଳାମାନେ ଜୀବନସାଥୀଙ୍କ ଠାରୁ ଉପହାର ପାଇବେ।
ମକର: ଆପଣଙ୍କର ପରାକ୍ରମ ଓ ପୁରୁଷାର୍ଥ ବଢ଼ିବ। ଅନ୍ୟମାନଙ୍କୁ ନିଜ କଥାରେ ଆକର୍ଷିତ କରିନେବେ। କିଛି ଅନୁଭବୀ ଲୋକଙ୍କ ସହିତ ସାକ୍ଷାତ ହେବ।
କୁମ୍ଭ: ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଉନ୍ନତିର ନୂଆ ରାସ୍ତା ଖୋଲିବ। ଜରୁରୀ କାମରେ ଜୀବନସାଥୀଙ୍କ ସାହାଯ୍ୟ ପାଇବେ।
ମୀନ: କାମ ପୂରା କରିବା ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ଖର୍ଚ୍ଚ ବଢ଼ିପାରେ। ବିବାହିତ ନିଜର କଥାଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ।