ଜାଣନ୍ତୁ ଆଜିର ରାଶିଫଳ

ମେଷ: ବୈବାହିକ ଜୀବନ ଖୁସିରେ ପୂର୍ଣ୍ଣ ରହିବ। ଅଫିସରେ ପରିବେଶ ଅନୁକୂଳ ରହିବ। ରାଜନୀତିରେ ସଫଳତା ପାଇବେ। ନିଜର ଚକ୍ଷୁ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

ବୃଷ: ଶୁଭ ଖବର ମିଳିବା ଯୋଗୁଁ ପରିବାରରେ ଖୁସିର ପରିବେଶ ରହିବ। ଆପଣଙ୍କ କାମରେ ଜୀବନସାଥୀ ପ୍ରସନ୍ନ ହେବେ। ବିରୋଧୀମାନଙ୍କ ପ୍ରତି ସାବଧାନ ରୁହନ୍ତୁ।

ମିଥୁନ: ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରରେ ସମସ୍ତଙ୍କୁ ସାହାଯ୍ୟ କରିବାରେ ସଫଳ ହେବେ। କାମରେ ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ପାଇବେ। ବ୍ୟବସାୟରେ ଲାଭ ହେବ।

କର୍କଟ: ଛୋଟ କଥା ପ୍ରତି ଧ୍ୟାନ ଦେଲେଯାଇ ସଫଳତା ପାଇବେ। ବାପାମାଆଙ୍କ ପରାମର୍ଶ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ। ଅଧିକାରୀଙ୍କ ପ୍ରତି ବ୍ୟବହାର କୋମଳ ରଖନ୍ତୁ।

ସିଂହ: ଅଫିସରେ ଭାବିଥିବା କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇଯିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହୋଇପାରେ। ଭ୍ରମଣ ସୁଖଦ ରହିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

କନ୍ୟା: ଅଧିକାରୀମାନଙ୍କ ସହ ବିଶେଷ ମାମଲାରେ କଥାବାର୍ତ୍ତା କରିବେ। ଜରୁରୀ କାମରେ ଜୀବନସାଥୀଙ୍କ ପରାମର୍ଶ ନେବା ଭଲ। ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବେ।

ତୁଳା: ଆପଣଙ୍କର ଜରୁରୀ କାମ ସଂପୂର୍ଣ୍ଣ ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବାର ଯୋଜନା କରିବେ। ମହିଳାମାନେ ଜିନିଷ କିଣିବାକୁ ସହରକୁ ଯାଇପାରନ୍ତି।

ବିଛା: ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ଅଫିସରେ ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ଛାତ୍ରଙ୍କ ଲାଗି ଦିନଟି ଲାଭପ୍ରଦ ହେବ।

ଧନୁ: ଧନଲାଭର ସୁଯୋଗ ପାଇବେ। ଅଯଥା କଥାଠୁଁ ଦୂରରେ ରୁହନ୍ତୁ। ଦୀର୍ଘ ଦିନର ଆଶା ପୂରଣ ହେବ। ଛାତ୍ରୀମାନେ ସହପାଠୀଙ୍କ ସାହାଯ୍ୟ ପାଇବେ।

ମକର: କାମରେ ଭାଇ ଭଉଣୀଙ୍କ ସହଯୋଗ ପାଇବେ। କଳାକ୍ଷେତ୍ରରେ ଥିବା ଲୋକଙ୍କୁ ଉନ୍ନତିର ନୂଆ ମାର୍ଗ ମିଳିବ। ଛାତ୍ରଙ୍କ ଲାଗି ଦିନଟି ଭଲ।

କୁମ୍ଭ: ନିତିଦିନିଆ କାମରେ ସଫଳତା ପାଇବେ। ଲୋକମାନଙ୍କୁ ଆପଣଙ୍କ ବିଚାର ପସନ୍ଦ ଆସିବ। ପାରିବାରିକ ଜୀବନ ସୁଖକର ହେବ। ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ହେବାର ସମ୍ଭାବନା ଅଛି।

ମୀନ: ଅଫିସ କାମରେ ବ୍ୟସ୍ତ ରହିବେ। ସମ୍ବନ୍ଧକୁ ନେଇ ଅଧିକ ଭାବପ୍ରବଣ ହେବେ। ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆପଣଙ୍କ ସବୁ ସମସ୍ୟାର ସମାଧାନ ବାହାରିବ।

ସମ୍ବନ୍ଧିତ ଖବର