ଜାଣନ୍ତୁ ଆଜିର ରାଶିଫଳ

ମେଷ: ବ୍ୟକ୍ତିତ୍ଵର ବିକାଶ ପାଇଁ ଦିନଟି ବଢ଼ିଆ। କ୍ୟାରିୟର ମାମଲାରେ ଆପଣଙ୍କ ସହିତ କିଛି ଭଲ ହୋଇପାରେ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ଆହୁରି ଘନିଷ୍ଠ ହେବ। ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ପାଟଣେଶ୍ୱରୀ।

 

ବୃଷ: ଆଜି ଆପଣ ନିଜକୁ ଭଲ ଭାବେ ପ୍ରସ୍ତୁତ କରିବେ। ପୁରୁଣା ମନୋକାମନା ପୂରା ହେବ। ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ପ୍ରଭୁ ହନୁମାନ।

 

ମିଥୁନ: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ରଚନାତ୍ମକ କାମରେ ଆପଣଙ୍କର ନାମ ହେବ। ରାଜନୀତିରେ ଯୋଗାଯୋଗ ଭଲ ରହିବ। ସନ୍ତାନ ପ୍ରସଙ୍ଗରେ ଚିନ୍ତା ଦୂର ହେବ। ସମସ୍ତଙ୍କ ସହିତ ଖୁସି ବାଣ୍ଟିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

 


କର୍କଟ: ପ୍ରଭୁଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ଆପଣଙ୍କ କାମରେ ସିନିୟରଙ୍କ ସହଯୋଗ ମିଳିବ। କୌଣସି ଶୁଭ ସୂଚନା ମିଳିବା ହେତୁ ପରିବାରରେ ଖୁସିର ମାହୋଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

 


ସିଂହ: ଜୀବନକୁ ସକାରାତ୍ମକ ବନାନ୍ତୁ। ଆଜି ଆପଣ ଯାହା ବି କରିବେ ସଫଳ ହେବେ। ମହିଳା ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

 


କନ୍ୟା: ଭାଗ୍ୟର ସାଥ ମିଳିବ। ଆଜି ଆପଣଙ୍କର ସବୁ କାମ ସହଜରେ ପୂରା ହୋଇଯିବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀ ମାତା।

 

ତୁଳା: ଆପଣଙ୍କୁ ନିଜର ପ୍ରତିଭାରୁ ବଡ଼ ଲାଭ ହେବ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ରାଜନୀତି ସଂପର୍କିତ କାମରେ ରୁଚି ରହିବ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା ଚନ୍ଦନେଶ୍ୱର।

 

 

ବିଛା: ଦିନଟି ସକାରାତ୍ମକଭରା ରହିବ। ବ୍ୟକ୍ତିଗତ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଚାକିରି ପରିବର୍ତ୍ତନ କରିବା ପାଇଁ ଦିନଟି ଭଲ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଦୁର୍ଗା।

 

ଧନୁ: ଆପଣ ଶାନ୍ତ ଓ ଚିନ୍ତା ମୁକ୍ତ ରହିବେ। ମନ୍ଦିରକୁ ଯାଇ ଠାକୁର ଦର୍ଶନ କରନ୍ତୁ; ଆପଣଙ୍କର ଗୋଟେ ପରେ ଗୋଟେ କାମ ପୂରା ହୋଇଯିବ। ପରିବାରଜନଙ୍କ ଠାରୁ ଖୁସି ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

 


ମକର: ଆପଣଙ୍କ ପାଇଁ ଉନ୍ନତିର ପଥ ଖୋଲା ରହିଛି। କାରବାର ମାମଲାରେ ବିଦେଶ ଯାତ୍ରା କରିପାରନ୍ତି। ବିବାହିତ ଜୀବନସାଥୀଙ୍କ କଥା ମାନି ନେଲେ ସମ୍ବନ୍ଧରେ ମଧୁରତା ଆସିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

 

କୁମ୍ଭ: ଆପଣଙ୍କ ପାଇଁ ସମୟ ଅନୁକୂଳ। ଉଚ୍ଚାଧିକାରୀଙ୍କ ସହଯୋଗ ସରଳତାରେ ପ୍ରାପ୍ତି ହେବ। ନୂଆ ବ୍ୟବସାୟର ଶୁଭାରମ୍ଭ କରିବା ପାଇଁ ଦିନଟି ଉତ୍ତମ। ଜୀବନସାଥୀ ଓ ବନ୍ଧୁମାନଙ୍କ ଠାରୁ ସ୍ନେହ ପ୍ରାପ୍ତ କରିବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଶାରଳା।

 

ମୀନ: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ। ସୁଖଦ ସମ୍ବାଦ ମିଳିବା ହେତୁ ମନ ପ୍ରସନ୍ନ ହୋଇଯିବ। ପ୍ରିୟ ବନ୍ଧୁଙ୍କ ସହିତ ବାହାରକୁ ଭୋଜନ ପାଇଁ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଙ୍ଗଳା।

ସମ୍ବନ୍ଧିତ ଖବର