ମେଷ: କୌଣସି ସାମାଜିକ ସଂଗଠନରେ ଯୋଡ଼ିବାର ମଉକା ପାଇବେ। ଧନ ସଂପତ୍ତି ଚିନ୍ତାର ସମାଧାନ ବାହାରିବ। ଖୁସି ଖବର ପାଇବେ। କାରବାରରେ ଉନ୍ନତି ହେବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। 
ବୃଷ: ରଚନାତ୍ମକ କାର୍ଯ୍ୟରେ ରୁଚି ନେବେ। ଚାକିରିଜୀବୀ ଚାକିରି ବଦଳାଇବା ପାଇଁ ବିଚାର କରିବେ। କୌଣସି କାମରେ ବନ୍ଧୁର ସାହାଯ୍ୟ ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ। 
ମିଥୁନ: ଜୀବନସାଥୀ ଓ ପିଲାମାନଙ୍କ ଠାରୁ ବହୁତ ଖୁସି ପାଇବେ। ସରକାରୀ ଚାକିରିଆଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା। ଆପଣଙ୍କ ସଚ୍ଚୋଟତାର ଚର୍ଚ୍ଚା ଚାରିଆଡ଼େ ହେବ। 

କର୍କଟ: ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। କୋର୍ଟ କଚେରି ମାମଲାର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ମନପ୍ରାଣ ଢ଼ାଳି କାମ କଲେ ସଫଳତାର ପାହାଚ ଚଢ଼ିବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।
ସିଂହ: ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ସଫଳ ହେବ। ଅଚାନକ ଧନଲାଭ ହେବ। ଅଫିସରେ ସାବଧାନତା ଅବଲମ୍ବନ କରନ୍ତୁ। ବାଣୀ ଉପରେ ଯେତେ ନିୟନ୍ତ୍ରଣ ରଖିବେ ସେତେ ଲାଭ ହେବ।
କନ୍ୟା: ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ। ତାହାକୁ ଆପଣ ସହଜରେ ସଂପୂର୍ଣ୍ଣ କରିପାରିବେ। ଧନ ସଂଚୟ ଲାଗି ଯୋଜନା କରି ପାରନ୍ତି। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।
ତୁଳା: ଇଜିନିୟରଙ୍କୁ ଆର୍ଥିକ ଲାଭ ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ସମ୍ବନ୍ଧରେ ମଧୁରତା ଆସିବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।
ବିଛା: ସମ୍ବନ୍ଧରେ ବ୍ୟବଧାନ ଭରିବା ପାଇଁ ଦିନଟିଏ। ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାରେ ପ୍ରଭାବିତ ହେବେ। ବନ୍ଧୁର ପରାମର୍ଶ କାମରେ ଆସିବ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ।

ଧନୁ: ଭୁଲ୍ ରାସ୍ତାରେ ନେଇଯିବା ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ। ଟଙ୍କା ନେଣେଦେଣେରେ ସାବଧାନତା ଅବଲମ୍ବନ କରନ୍ତୁ। ଜମି ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ପିଲାଙ୍କ ସଫଳତାରେ ଗର୍ବ ଅନୁଭବ କରିବେ।

ମକର: ବନ୍ଧୁ ସହ ବାହାରକୁ ବୁଲି ଯିବାର ଅବସର ପାଇବେ। ପରିବାରରେ ସୁଖଦ ବାତାବରଣ ରହିବ। ଅଫିସରେ ଅଧୁରା ଥିବା କାମ ପୂରା କରିବାକୁ ଚେଷ୍ଟା କରିବେ। ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ପାଇବେ।

କୁମ୍ଭ: ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଶୁଭ। ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ଟେଣ୍ଡ ହାଉସ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ପାରିବାରିକ ଜୀବନରେ ସୁଖୀ ରହିବେ।

ମୀନ: ସବୁ ଆହ୍ବାନର ସାମନା କରିବାରେ ସଫଳ ହେବେ। ଅଫିସରେ କୌଣସି ବଡ଼ ଦାୟିତ୍ବ ପାଇବେ। ବାଣୀ ଉପରେ ସଂଯମ ରଖନ୍ତୁ। ବିରୋଧୀମାନେ କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/rasi1.jpg)