ଜାଣନ୍ତୁ ଆଜିର ରାଶିଫଳ

ମେଷ: କୌଣସି ବିଶେଷ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ରାଜନୀତିରେ ମନ ଚାହୁଁଥିବା ପଦ ପାଇବେ। ସରକାରୀ ଚାକିରିଆଙ୍କୁ ଲାଭ ମିଳିପାରେ।

ବୃଷ: ଆପଣଙ୍କୁ ବ୍ୟବସାୟରେ ଅନେକ ଲାଭ ମିଳିବ। ଜୀବନସାଥୀଙ୍କ ପୂରା ସହଯୋଗ ପାଇବେ। ଘରୋଇ ଚାକିରିଆଙ୍କୁ ନୂଆ ପ୍ରକଳ୍ପ ମିଳିବ। ଘରେ ସୁଖ ବୃଦ୍ଧି ହେବ।

ମିଥୁନ: ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବାକୁ ଚେଷ୍ଟା କରିବେ। ଅନ୍ୟମାନଙ୍କ ଆଗରେ ନିଜର ମତ ରଖିବାରେ ସଫଳ ହେବେ। ଶିକ୍ଷାର୍ଥୀଙ୍କୁ କ୍ୟାରିୟର ସମ୍ବନ୍ଧରେ ଶୁଭ ସୂଚନା ମିଳିବ।

କର୍କଟ: ଆପଣଙ୍କ କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ଆପଣଙ୍କ କଥାକୁ ଲୋକେ ଗମ୍ଭୀରତାର ସହ ଶୁଣିବେ। ପ୍ରିୟତମଙ୍କ ସହ ଆପଣଙ୍କ ସମ୍ବନ୍ଧ ଭଲ ହେବ।

ସିଂହ: କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ବନ୍ଧୁ ଠାରୁ କିଛି ଭଲ ଶିକ୍ଷାଲାଭ କରିବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ବାହନ କିଣିବା ଲାଗି ଆଗ୍ରହ ବଢ଼ିବ।

କନ୍ୟା: କ୍ୟାରିୟରରେ ବଡ଼ ସଫଳତା ପାଇବେ। ଅନ୍ୟମାନଙ୍କ ସହ ଆପଣଙ୍କର ତାଳମେଳ ଭଲ ରହିବ। ପ୍ରେମିକା ସହିତ ରେସ୍ତୋରାଁରେ ଭୋଜନ କରିବେ।

ତୁଳା: କିଛି ନୂଆ କରିବାର ଇଚ୍ଛା ଆପଣଙ୍କ ମନରେ ରହିବ। ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଦାମ୍ପତ୍ୟ ଜୀବନ ମଧୁରତାରେ ପୂର୍ଣ୍ଣ ରହିବ।

ବିଛା: ଆପଣ ନିଜର ଦୋଷ ତ୍ରୁଟି ସ୍ବୀକାର କରିବେ। ବ୍ୟବସାୟରେ ନୂଆ ଗତି ଦେବାକୁ ଚେଷ୍ଟା କରିବେ। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ।

ଧନୁ: କାହାରିକୁ କୌଣସି କଥା ବୁଝାଇବାରେ ଭୁଲ୍ ହୋଇପାରେ। ବେପାର ନେଇ ମନକୁ ନୂଆ ବିଚାର ଆସିବ। ଖାଦ୍ୟ ପାନୀୟ ପ୍ରତି ସଚେତନ ରୁହନ୍ତୁ।

ମକର: ବହୁ ଦିନର ଅପେକ୍ଷା ପରେ ଭଲ ସୁଯୋଗ ମିଳିପାରେ। ଚାକିରିଆଙ୍କର ଉନ୍ନତି ହେବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବନ୍ଧୁ ସହ ବୁଲିଯିବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବେ।

କୁମ୍ଭ: କାରବାର ବୃଦ୍ଧି ପାଇଁ ଭଲ ଅବସର ପାଇବେ। ଆପଣଙ୍କ ବ୍ୟବହାର ସକାରାତ୍ମକ ହେବ। ଫିଲ୍ମ ଉଦ୍ୟୋଗ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ।

ମୀନ: ସକାରାତ୍ମକ ବିଚାର କ୍ୟାରିୟରକୁ ନୂଆ ଦିଶା ଦେବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ଛାତ୍ରମାନେ ଲେଖାପଢ଼ା ବ୍ୟତୀତ ଖେଳକୁଦରେ ଭାଗ ନେବେ।

ସମ୍ବନ୍ଧିତ ଖବର