publive-imageମେଷ: ଜୀବନଶୈଳୀ ପରିବର୍ତ୍ତନ କରିବା ଦରକାର। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ଆପଣ ବିଲଡ଼ର ହୋଇଥିଲେ ଭାବିଚିନ୍ତି ପୁଞି ନିବେଶ କରନ୍ତୁ। ପ୍ରେମ ସମ୍ବନ୍ଧରେ ସଫଳତା ପାଇବେ। ‌

Advertisment

publive-imageବୃଷ: ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ଲେଖାପଢ଼ା ପ୍ରତି ଆପଣଙ୍କର ରୁଚି ବଢ଼ିବ। ଭାଗ୍ୟର ସହଯୋଗ ମିଳିବା ଯୋଗୁଁ ସବୁ କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ।‌

publive-imageମିଥୁନ: ଆପଣଙ୍କର ମନୋଭାବ ଭଲ ରହିବ। ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ଅଫିସରେ ଆପଣଙ୍କ କାମର ସହକର୍ମୀ ପ୍ରଶଂସା କରିବେ। ଖେଳାଳୀମାନଙ୍କ ଲାଗି ଦିନଟି ଭଲ।

publive-image

କର୍କଟ: ଆପଣ ଆତ୍ମବିଶ୍ବାସରେ ପରିପୂର୍ଣ୍ଣ ରହିବେ। କାର୍ଯ୍ୟକ୍ଷେତ୍ରରେ ବୃଦ୍ଧି ଲାଗି ସୁଯୋଗ ପାଇବେ। ପରିବାର ଲୋକଙ୍କ ସହିତ ସମ୍ବନ୍ଧରେ ମଧୁରତା ବଢ଼ିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। ‌

publive-imageସିଂହ: ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ହେବ। ନିଜର ଧ୍ୟାନ ଲକ୍ଷ୍ୟ ଆଡ଼କୁ ସଜାଇ ରଖିବେ। ଜୀବନସାଥୀ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ।

publive-imageକନ୍ୟା: ବିଶେଷ କାମ ପାଇଁ ଆପଣଙ୍କ ମନରେ ନୂଆ ବିଚାର ଆସିବ। ଜମି ଲାଗି ଆପଣଙ୍କୁ ଭଲ ଡ଼ିଲ୍ ମିଳିବ। ରାଜନୀତିରେ ମହତ୍ବାକାଂକ୍ଷା ପୂରା ହେବ। ବନ୍ଧୁଙ୍କ ସହ ସମ୍ବନ୍ଧ ମଧୁର ହେବ। ‌

publive-imageତୁଳା: ଜୀବନକୁ ସୁନ୍ଦର କରିବା ଲାଗି ସୁଯୋଗ ପାଇବେ। ପାରିବାରିକ ଜୀବନରେ ସୁଖ ଶାନ୍ତି ବଜାୟ ରହିବ। ବ୍ୟବସାୟ ସମ୍ବନ୍ଧୀୟ ଲୋକଙ୍କ ସହ ଯୋଡ଼ିବାର ଅବସର ପାଇବେ।

publive-imageବିଛା: ଚାକିରି ବୃତ୍ତି ମାମଲରେ ପରିସ୍ଥିତି ଭଲ ରହିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଶିକ୍ଷାକ୍ଷେତ୍ରରେ ଭଲ ପରିଣାମ ପାଇବେ। ପତି ପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ।

publive-image
ଧନୁ: ଅର୍ଥ ସଂପର୍କିତ ମାମଲାରେ ବୁଦ୍ଧିମତ୍ତାରେ କାମ କରନ୍ତୁ। ଅଧିକାରୀମାନଙ୍କ ସହ ଭଲ ତାଳମେଳ ରଖନ୍ତୁ। ବ୍ୟବସାୟର ନୂଆ ଦିଗ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।

publive-image

ମକର: ଆପଣ ଭାବିଥିବା ସବୁ କାମ ସଂପୂର୍ଣ୍ଣ ହୋଇଯିବ। ଜୀବନସାଥୀର ପୂରା ସହଯୋଗ ପାଇବେ। ଆପଣଙ୍କର ବ୍ୟାଙ୍କ ବାଲାନ୍ସ ବୃଦ୍ଧି ହେବ। କୌଣସି ନୂଆ ବ୍ୟବସାୟରେ ପୁଞି ଲଗାଇବା ପାଇଁ ଭାବିବେ।

publive-image

କୁମ୍ଭ: ଆପଣଙ୍କୁ ଭାଗ୍ୟର ପୂରା ସହଯୋଗ ମିଳିବ। ଜୀବନସାଥୀର ବ୍ୟବହାରରେ ପ୍ରଭାବିତ ହେବେ। ଲିଖନ କାର୍ଯ୍ୟ କରୁଥିବା ଲୋକଙ୍କର ପ୍ରଶଂସା ହେବ। ପ୍ରେମ ଜୀବନ ଭଲ ରହିବ।

publive-image

ମୀନ: ପରିବାର ଲୋକଙ୍କ ଆବଶ୍ୟକତାକୁ ପୂରା କରିବାକୁ ଚେଷ୍ଟା କରିବେ। ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।