ଜାଣନ୍ତୁ ଆଜିର ରାଶିଫଳ

ମେଷ: ପାରିବାରିକ ବାତାବରଣ ସୁଖମୟ ରହିବ। କୌଣସି କାମ ପୂରା କରିବାରେ ନିଜ ଲୋକଙ୍କ ସାହାଯ୍ୟ ପାଇବେ। ପ୍ରେମୀଯୁଗଳ ପରସ୍ପରଙ୍କୁ ବୁଝିବାକୁ ଚେଷ୍ଟା କରିବେ।

ବୃଷ: ଶାରୀରିକ ଓ ମାନସିକ ରୂପେ ସୁସ୍ଥ ରହିବେ। କୌଣସି କାମ ଆରମ୍ଭ କରିବା ପୂର୍ବରୁ ବଡ଼ଙ୍କ ଅନୁମତି ନିଅନ୍ତୁ। ଚାକିରିଜୀବୀଙ୍କ ଲାଗି ଭଲ ଦିନଟିଏ।

ମିଥୁନ: ଦିନଟି ଆପଣଙ୍କ ଲାଗି ମହତ୍ତ୍ବପୂର୍ଣ୍ଣ ରହିବ। ବ୍ୟବସାୟରେ ଆଶାଜନକ ପରିଣାମ ପାଇବେ। ଜୀବନସାଥୀ ଆପଣଙ୍କୁ ମନାଇବା ପାଇଁ ଭଲ ଜିନିଷ ଖାଇବାକୁ ଦେବେ।

କର୍କଟ: ଶତ୍ରୁ ଆପଣଙ୍କଠୁଁ ଦୂରରେ ରହିବେ। କୌଣସି ଭଲ ଖବର ପାଇବେ। ରାଜନୀତିରେ ଆର୍ଥିକ ଲାଭ ହେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନନିବେଶ କରନ୍ତୁ।

ସିଂହ: ପରିବାର ଲୋକଙ୍କର ପୂରା ସହଯୋଗ ପାଇବେ। ରାଜନୀତି କାର୍ଯ୍ୟରେ ଆପଣଙ୍କ ରୁଚି ବଢ଼ିବ। ବନ୍ଧୁ ସହିତ ମନଖୋଲା କଥା ହେଲେ ସମସ୍ୟାର ସମାଧାନ ବାହାରିବ।

କନ୍ୟା: ଆପଣଙ୍କ ଜୀବନରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇଯିବ। କୌଣସି ବଡ଼ ଯୋଜନା ଆରମ୍ଭ କରିପାରନ୍ତି। ନବବିବାହିତଙ୍କ ଲାଗି ଦିନଟି ବହୁତ ଭଲ।

ତୁଳା: ଆପଣଙ୍କର ଅଧୁରା କାମ ସଂପୂର୍ଣ୍ଣ ହେବ। କବିମାନଙ୍କର ପୁରୁଣା କାବ୍ୟର ପ୍ରଶଂସା ହୋଇପାରେ। ଆପଣଙ୍କର ଖର୍ଚ୍ଚ ବଢ଼ିପାରେ। ଜୀବନସାଥୀଙ୍କର ପ୍ରେମ ଓ ସୁଖ ପାଇବେ।

ବିଛା: ବଡ଼ କଂପାନି ସହିତ ଚାକିରି ପାଇଁ କଥାବାର୍ତ୍ତା କରିବେ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ଧନୁ: ପରିବାର ଲୋକଙ୍କ ସହିତ ଯୁକ୍ତିତର୍କ ହୋଇପାରେ। ବ୍ୟବସାୟରେ କିଛି ପରିବର୍ତ୍ତନ କରିପାରନ୍ତି। କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।

ମକର: ଯାହା ବି କାମ କରିବାକୁ ଚାହିଁବେ ତାହା ନିଶ୍ଚିତ ପୂରା ହେବ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଜୀବନସାଥୀଠୁଁ ବହୁତ ଖୁସି ପାଇବେ।

କୁମ୍ଭ: ଆପଣ କୌଣସି ବଡ଼ ଖୁସି ଖବର ପାଇବେ। ବେପାର ପାଇଁ ଉନ୍ନତିର ଅବସର ପାଇବେ। ମହିଳମାନେ ରୋଷେଇ ସମୟରେ ସାବଧାନ ରୁହନ୍ତୁ।

ମୀନ: ଆପଣଙ୍କ ମନକୁ ନୂଆ ନୂଆ ବିଚାର ଆସିବ। ଅଚାନକ କୌଣସି ଉତ୍ସରୁ ଧନଲାଭ ହେବ। ବ୍ୟବସାୟୀଙ୍କ ଲାଗି ଦିନଟି ସାମାନ୍ୟ ରହିବ। ପରିବାରରେ ସୁଖଶାନ୍ତି ବୃଦ୍ଧି ହେବ।

ସମ୍ବନ୍ଧିତ ଖବର