ଜାଣନ୍ତୁ ଆଜିର ରାଶିଫଳ

ମେଷ: ଲକ୍ଷ୍ୟକୁ ନେଇ ଯାତ୍ରା ପୂରା କରିବାରେ ସଫଳ ହେବେ। ନୂଆ ସାଥୀଙ୍କ ସହିତ ରହି ପୁରୁଣା ସାଥୀଙ୍କୁ ଅଣଦେଖା କଲେ ଅସୁବିଧାରେ ପଡ଼ି ପାରନ୍ତି। ବ୍ୟବସାୟରେ ସଫଳତା ମିଳିବା ଯୋଗ ରହିଛି। ଚାକିରିଆଙ୍କ ପାଇଁ ଦିନଟି ଅନୁକୂଳ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ବୃଷ: ଆପଣଙ୍କ ଭିତରେ ଆତ୍ମବିଶ୍ୱାସ ଅତୁଟ ରହିବ। ଆପଣଙ୍କ ଯୋଗ୍ୟତା ଅନୁସାରେ ଯଥେଷ୍ଟ କାମ ମିଳିବ। ପ୍ରେମ ସମ୍ବନ୍ଧ ଓ ବୈବାହିକ ଜୀବନରେ ସୁଖୀ ରହିବେ। ବିଦ୍ୟାର୍ଥୀଙ୍କୁ ପରିଶ୍ରମ ଅନୁସାରେ ଯଥେଷ୍ଟ ସୁଫଳ ମିଳିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ଶାରଳା।

ମିଥୁନ: ଆଜି ଆପଣ ଯାହା ବି କାମ କରିବେ ଲାଭ ପାଇବେ। ଚାକିରିରେ କର୍ତ୍ତୃତ୍ଵ ବଢ଼ିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ମାନ-ସମ୍ମାନ ପାଇବେ। ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

କର୍କଟ: ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ମିଳିବ। ଆଜିର ସଉଦା ଆଗାମୀ ଦିନ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ କୀଚକେଶ୍ୱରୀ।

 

ସିଂହ: ଅଫିସ୍‌ରେ ଆପଣଙ୍କୁ ଯୋଗ୍ୟ ବିବେଚିତ କରିବାରେ ସଫଳ ହେବେ। ଧନ ବୃଦ୍ଧିର ଶୁଭ ସଂକେତ ପାଇବେ। ବିଦେଶରୁ ସୁସମ୍ବାଦ ପାଇବେ। ଜୀବନରେ କିଛି ନୂଆ କରିବା ପାଇଁ ମନରେ ବିଚାର ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ୱରୀ।

 

କନ୍ୟା: ଆଗକୁ ବଢ଼ିବାର ଦିନଟିଏ। ସବୁ ପ୍ରୟାସ ସଫଳ ହେବ। ବ୍ୟବସାୟରେ ଉନ୍ନତି ଓ ଧନଲାଭ ହେବ। ମୂଲ୍ୟବାନ ଦ୍ରବ୍ୟ କିଣିବା ହେତୁ ଖୁସି ଅନୁଭବ କରିବେ। ଭାଇଭଉଣୀଙ୍କ ସହିତ ସମୟ ଭଲରେ କଟିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ନାରାୟଣୀ।

 

ତୁଳା: ପ୍ରଭୁଙ୍କ ସ୍ମରଣରେ ଆତ୍ମସନ୍ତୋଷ ମିଳିବ। ଗରିବଙ୍କୁ ସହାୟତା କରିବେ। ବେପାରରେ ନୂଆ କାମର ଶୁଭାରମ୍ଭ କରିବେ। ଚାକିରିରେ ଅଧିକ ଦାୟିତ୍ଵ ଗ୍ରହଣ କରିବେ। ପ୍ରେମ ସମ୍ବନ୍ଧରେ ମନୋକାମନା ପୂରଣ ହେବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ କାଳୀଜାଈ।

 

ବିଛା: ବ୍ୟବହାରରେ ପରିବର୍ତ୍ତନ ଆଣନ୍ତୁ; ସଫଳତା ମିଳିବ। ଶତ୍ରୁ ଓ ବିରୋଧୀଙ୍କ ପ୍ରତି ସାବଧାନ ରହନ୍ତୁ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ବ୍ୟବସାୟରେ ନୂଆ ପ୍ରସ୍ତାବ ଉପରେ ବିଚାର କରିବେ। ଜୀବନସାଥୀ ଆପଣଙ୍କ ପ୍ରତି ଦୟାଶୀଳ ରହିବେ। ଶୁଭରଙ୍ଗ: ଧୂସର। ଆରାଧନା: ମହାଦେବ।

 

ଧନୁ: ବ୍ୟବସାୟରେ ଲାଭ ଓ ଉନ୍ନତି ହୋଇପାରେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ବିରୋଧୀଙ୍କ ସହିତ ଦୃଢ଼ ମୁକାବିଲା କରିବେ। ଚାକିରିଆଙ୍କ ପାଇଁ ସମୟ ଅନୁକୂଳ ରହିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

 

ମକର: ଆର୍ଥିକ ଲାଭ ଓ ଉନ୍ନତି ଯୋଗ ପ୍ରବଳ ରହିଛି। ନୂଆ ଅନୁବନ୍ଧ ପାଇଁ ଭଲ ସମୟ। ସରକାରୀ ଚାକିରିରେ ଥିବା ବ୍ୟକ୍ତି ସୁଖବର ପାଇବେ। ସଂପତ୍ତି ବିବାଦର ସମାଧାନ ହେବ। ପ୍ରିୟବନ୍ଧୁଙ୍କ ସହିତ ସନ୍ଧ୍ୟାରେ ବାହାରକୁ ବୁଲି ଯିବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଭଦ୍ରକାଳୀ।

 

କୁମ୍ଭ: ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। କାରବାରରେ ବିସ୍ତାର ହେବ। ଘରକୁ ବନ୍ଧୁୁଙ୍କ ଆସିବା-ଯିବା ଲାଗି ରହିବ। ଖେଳାଳିମାନେ ଭଲ ପ୍ରଦର୍ଶନ କରିବେ। ପ୍ରେମ ପ୍ରସଙ୍ଗରେ ପ୍ରଗାଢ଼ତା ଆସିବ। ସ୍ୱାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ତାରିଣୀ।

 

ମୀନ: ବ୍ୟବସାୟରେ ଉନ୍ନତି ପାଇଁ ନୂଆ ରଣକୌଶଳ ପ୍ରସ୍ତୁତ କରିବେ। ମନର କଥା ମନରେ ରଖନ୍ତୁ; ସଫଳତା ପାଇବେ। ନୂଆ ଲୋକ ଓ ବିଦେଶୀଙ୍କ ସହିତ ମିଶିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଟିକେ ସତର୍କ ରହନ୍ତୁ। ଶୁଭରଙ୍ଗ: ଧୂସର। ଆରାଧନା: ଶ୍ରୀ ଗଣେଶ।

ସମ୍ବନ୍ଧିତ ଖବର