ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଖୁସିଭରା ରହିବ। ବ୍ୟବସାୟ ପାଇଁ ଭଲ ଅବସର ପାଇବେ। ଆର୍ଥିକ ସମସ୍ୟାର ସମାଧାନ ହେବ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ସଫଳତା ମିଳିବାର ପ୍ରବଳ ସମ୍ଭାବନା ରହିଛି। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

ବୃଷ: ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ପ୍ରବଳ ରହିଛି। ବଡ଼ କାରବାରର ସଉଦା ହାତକୁ ଆସିପାରେ। ଅଫିସ୍‌ରେ କାମର ଚାପ କମ୍‌ ରହିବ। ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ବିମଳା।


ମିଥୁନ: ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ନୂଆ ଗାଡ଼ି କିଣିବା ପାଇଁ ମନ ବଳିବ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ବାବା ହରିଶଙ୍କର।


କର୍କଟ: ଦିନଟି ଆପଣଙ୍କ ପାଇଁ ଅନୁକୂଳ। ଚାକିରି ଓ ବ୍ୟବସାୟରେ ଆର୍ଥିକ ଲାଭ ହେବ। କୌଣସି ସମାରୋହରେ ଯାଆନ୍ତୁ, ଆପଣଙ୍କ ମାନ-ସମ୍ମାନ ବଢ଼ିବ। ପ୍ରେମ ପ୍ରସଙ୍ଗରେ ସଫଳତା ପ୍ରାପ୍ତି ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କୀଚକେଶ୍ୱରୀ।

 


ସିଂହ: ଅଫିସ୍‌ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଜମି ସମ୍ବନ୍ଧିତ ମାମଲାରେ ସାବଧାନତା ଅବଲମ୍ବନ କରନ୍ତୁ। ଆପଣଙ୍କୁ ଘରୋଇ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଖର୍ଚ୍ଚ ବୃଦ୍ଧି ହେବାର ସମ୍ଭାବନା ରହିଛି। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 


କନ୍ୟା: ସବୁ କାମ ଆପଣଙ୍କ ମନ ମୁତାବକ ହେବ। ଶାନ୍ତ ସ୍ୱଭାବ ଯୋଗୁଁ ଆପଣଙ୍କୁ ପ୍ରଶଂସା ମିଳିବ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ମହିଳାମାନେ ପରିଧାନ ଓ ଗହଣା କିଣିବା ପାଇଁ ସହରକୁ ଯିବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ବିରଜା।

 


ତୁଳା: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ। ଅଚାନକ ଖୁସି ଖବର ମିଳିବ। ଚାକିରିରେ ନୂଆ ପ୍ରସ୍ତାବ ମିଳିପାରେ। ପ୍ରିୟବନ୍ଧୁଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

 

ବିଛା: ଫାଲତୁ କଥାବାର୍ତ୍ତାରୁ ନିବୃତ୍ତ ରହନ୍ତୁ। ବ୍ୟବସାୟ ଠିକ୍‌ ଢଙ୍ଗରେ ପରିଚାଳନା କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଧନର ଆଗମନ ହେବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

 

ଧନୁ: କାମ ବୋଝରୁ ଆପଣ ଟିକେ ଅଶାନ୍ତିରେ ରହିବେ। ବିରୋଧୀଙ୍କ ପ୍ରତି ସତର୍କ ରହିବାର ଆବଶ୍ୟକତା ରହିଛି। ସେୟାର କିଣିବା ବା ନୂତନ କାରବାରରେ ଅର୍ଥନିବେଶ ପାଇଁ ବିଚାର କରିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ବାବା ଆଖଣ୍ଡଳମଣି।

 

ମକର: ବ୍ୟବସାୟ ପରିବର୍ତ୍ତନରେ ଆପଣଙ୍କ ଭାଗ୍ୟ ଉଜ୍ଜ୍ଵଳ ହେବ। ଆର୍ଥିକ କ୍ଷେତ୍ରରେ ଯଥେଷ୍ଟ ସୁଧାର ହେବ। ଚାକିରି ପାଇଁ କରି ଆସୁଥିବା ପ୍ରୟାସରେ ଭଲ ଫଳାଫଳ ପାଇବେ। ପ୍ରେମୀଜନଙ୍କ ଠାରୁ ସୁଖ ଓ ସନ୍ତୋଷ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ନାରାୟଣୀ।

 

କୁମ୍ଭ: ପ୍ରଭୁଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ଯେଉଁ କାମର ଶୁଭାରମ୍ଭ କରିବେ ତାହା ଆପଣଙ୍କୁ ଭବିଷ୍ୟତରେ ଭଲ ଫଳ ଦେବ। ଆପଣଙ୍କ ବନ୍ଧୁ ଆପଣଙ୍କ ପ୍ରତି ଖୁସି ରହିବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଅମ୍ବିକା।

 

 
ମୀନ: କୌଣସି ଲକ୍ଷ୍ୟକୁ ନେଇ ଉତ୍ସୁକ ରହିବେ। ଅଫିସ୍‌ରେ କୌଣସି ସହକର୍ମୀଙ୍କ ସହିତ ବିତର୍କ ହୋଇପାରେ। ନୂଆ କାମରେ ଧୀରେ ଧୀରେ ଗତି ଆସିବ। ସ୍ୱାସ୍ଥ୍ୟ ପ୍ରତି ଟିକେ ସତର୍କ ରହନ୍ତୁ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ କୀଚକେଶ୍ୱରୀ।

ସମ୍ବନ୍ଧିତ ଖବର