ଜାଣନ୍ତୁ ଆଜିର ରାଶିଫଳ

ମେଷ: କାମ ପ୍ରତି ନିଜର ଭାବନା ସକାରାତ୍ମକ ରଖନ୍ତୁ। ମିତ୍ରଙ୍କ ସହଯୋଗ ଓ ସାହାଯ୍ୟ ମିଳିବ। ପରିବାରର କୌଣସି ସଦସ୍ୟଙ୍କ ସହିତ ମତଭେଦ ହୋଇପାରେ। ବ୍ୟବସାୟରେ ଶୀଘ୍ର ଫଇସଲା ଲାଭପ୍ରଦ ହେବ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

 

ବୃଷ: ଆପଣଙ୍କ ପ୍ରସିଦ୍ଧି ଓ ସମ୍ମାନର ପୂରା ମଜା ନିଅନ୍ତୁ। ବ୍ୟବସାୟରେ କୌଣସି ଫାଇଦା ପାଇଁ ନୂଆ ଚୁକ୍ତିନାମା ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କର ଭାଗ୍ୟ ଉଜ୍ଜ୍ଵଳ ହେବ। ଛାତ୍ରଙ୍କ ମନ ଲେଖାପଢ଼ାରେ ଲାଗି ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ମଝିଘରିଆାଣୀ।

 


ମିଥୁନ: ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ପରିଣାମ ପାଇବେ। ନୂଆ ଚାକିରିର ପ୍ରସ୍ତାବ ମିଳିପାରେ। ମିତ୍ରଙ୍କରଠାରୁ ଭଲ ଖବର ମିଳିପାରେ। ଶତ୍ରୁଙ୍କୁ ପରାସ୍ତ କରିବେ। ଖେଳାଳିଙ୍କର ପ୍ରଦର୍ଶନ ଭଲ ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଦୁର୍ଗା।

 


କର୍କଟ: ସମୟ ଆପଣଙ୍କୁ ସଫଳତା ଓ ପ୍ରଗତି ଆଣିଦେବ। ଆପଣ ଯାହାକୁ କିଛି କହିବେ, ସେ ମନା କରିପାରିବେ ନାହିଁ। ଚାକିରିଆଙ୍କୁ ସରକାରୀ କାମରେ ସଫଳତା ମିଳିପାରେ। ନୂଆ କାରବାରରେ ଅର୍ଥ ନିବେଶ ଲାଭପ୍ରଦ ହେବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

 

ସିଂହ: ଭଲ ପରିଣାମ ମିଳିବା ଯୋଗ ରହିଛି। ଏକାଗ୍ରତା ସହିତ କାମ କରନ୍ତୁ ଉନ୍ନତି ହେବ। ଅଚାନକ ଧନଲାଭ ଯୋଗ ରହିଛି। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଆପଣଙ୍କ ଦାମ୍ପତ୍ୟ ଜୀବନ ପ୍ରୀତିମୟ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଅମ୍ବିକା।

 

କନ୍ୟା: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହବେ। ଉନ୍ନତି ସମ୍ବନ୍ଧୀୟ ଉପଯୋଗୀ କଥା ସାମନାକୁ ଆସିବ। ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ପରିବାରରେ କୌଣସି ବଡ଼ ଖୁସି ଆସିପାରେ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

 

 ତୁଳା: ଆଜି ଆପଣଙ୍କର ବଡ଼ ସ୍ୱପ୍ନ ପୂରା ହୋଇଯିବ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରି ପାରିବେ ନାହିଁ। ବ୍ୟବସାୟରେ ଅଂଶୀଦାର ହେବା ଲାଗି ସମୟ ଭଲ। ନୂଆ ଲୋକଙ୍କ ସହିତ ମିଶି ପାରନ୍ତି। ଶୁଭରଙ୍ଗ: ନୀଳ। ଆରାଧନା: ବାବା କପିଳାସ।

 

 

ବିଛା: ବ୍ୟବସାୟରେ କଥା ଠିକ୍‌ ଢ଼ଙ୍ଗରେ ରଖନ୍ତୁ, ଲାଭ ହେବ। ରାଜନୈତିକ ସଂପର୍କରୁ ସ୍ଥଗିତ ଥିବା କାମ ଆଗକୁବଢ଼ିବ। ଘରର ବାତାବରଣ ଠିକ୍‌ ରହିବ। ମହିଳାଙ୍କୁ ଅଚାନକ ଧନଲାଭ ହେବ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମାଣିକେଶ୍ୱରୀ। 

 

ଧନୁ: ଭିନ୍ନ ଭିନ୍ନ ପ୍ରକାର ମାମଲାରେ ବ୍ୟସ୍ତ ରହିବେ। ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କର ଅଶାନ୍ତି କମ୍‌ ହେବ। ଗାଡ଼ି ଚଳାଇବା ସମୟରେ ସଡ଼କରେ ସାବଧାନ ରହନ୍ତୁ। ବିଦ୍ୟାର୍ଥୀଙ୍କୁ ସଫଳତା ଲାଗି ଅଧିକ ପରିଶ୍ରମ କରିବାକୁ ହେବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ଭୈରବୀ।

 

ମକର: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ପିତାଙ୍କ ଆଶୀର୍ବାଦ ଆପଣଙ୍କ ସାଥିରେ ରହିବ। ଉନ୍ନତିର ନୂଆ ରାସ୍ତା ବାହାରିବ। ଖେଳାଳିମାନେ ବଢ଼ିଆ ପ୍ରଦର୍ଶନ କରିବେ। ଚାକିରିରେ ଉନ୍ନତି ହେବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ବାବା ଚନ୍ଦନେଶ୍ୱର।

 

କୁମ୍ଭ: ନିଜ ଉପରେ ବିଶ୍ୱାସ ରଖନ୍ତୁ। ସକାରାତ୍ମକ ଭାବନା ଘେନି କାମ କରନ୍ତୁ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ କାମର ପ୍ରଶଂସା ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ଭଲ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ତାରିଣୀ।

 


ମୀନ: ପ୍ରତିଟି କାମରେ ମନ ଲାଗିବ। ଚାକିରି ସମ୍ବନ୍ଧିତ ଭଲ ଖବର ମିଳିବ। ପରିବାର ସହିତ ଧର୍ମାନୁଷ୍ଠାନକୁ ଯାଇପାରନ୍ତି। ଭାଇଙ୍କ ସହଯୋଗରେ ଆୟର ନୂଆ ସ୍ରୋତ ପ୍ରସ୍ତୁତ ହେବ। ସମାଜରେ ଆପଣଙ୍କ ମାନ ସମ୍ମାନ ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

ସମ୍ବନ୍ଧିତ ଖବର