ମେଷ: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ଅଫିସ୍ରେ ଅନ୍ୟମାନଙ୍କ ସମ୍ମୁଖରେ ନିଜର ମତ ରଖିବାରେ ସକ୍ଷମ ହେବେ। ବ୍ୟବସାୟରେ କିଛି ନୂତନତ୍ୱ ଆଣିବା ଲାଗି ଦିନଟି ଶୁଭ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ନାରାୟଣୀ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଆପଣ ଖୁସ୍ ମିଜାଜରେ ରହିବେ। ଜୀବନସାଥୀ ଓ ବନ୍ଧୁମାନଙ୍କ ସହିତ ହାସ୍ୟକୌତୁକ କରିବେ। ପୂର୍ବରୁ କରିଥିବା ଯୋଜନାକୁ କ୍ରିୟାନ୍ଵିତ କରିବା ଲାଗି ଦିନଟି ଭଲ। ଛାତ୍ରଙ୍କ ପାଇଁ ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ଶ୍ରୀକୃଷ୍ଣ।
ମିଥୁନ: ଜୀବନସାଥୀଙ୍କ ଠାରୁ ମହତ୍ତ୍ଵପୂର୍ଣ୍ଣ ପରାମର୍ଶ ପାଇବେ। ଆପଣଙ୍କର ଊର୍ଜାର ସ୍ତର ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଭଲ ନୀତି ପ୍ରସ୍ତୁତ କରି କାମ କରିବେ। ବାହାର କାମରେ ଗଲାବେଳେ ସାବଧାନତାର ସହ ବାହନ ଚଳାନ୍ତୁ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ସମଲେଶ୍ୱରୀ।
କର୍କଟ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଯାହା ବି କାମ କରିବେ ବାଧାର ସମ୍ମୁଖୀନ ହେବେନାହିଁ। ବଜାରରେ ବାକି ପଡ଼ିଥିବା ପଇସା ପାଇବେ। ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ଚାକିରି ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।
ସିଂହ: ଦେବୀମାତାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତୁ, ଶୁଭଫଳ ପାଇବେ। ବହୁ ଦିନର କାମ ପୂରା ହେବ। ଚାକିରିଆଙ୍କ ଲାଗି ଦିନଟି ଠିକ୍ ରହିବ। ଘରୋଇ ଜୀବନରେ ସୁଖ ସୁବିଧା ବଢ଼ିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଅମ୍ବିକା।
କନ୍ୟା: ଆତ୍ମସମୀକ୍ଷାରେ ସମୟ ବିତିବ। ଆପଣଙ୍କ ସହିତ ଭୁଲ କରିଥିବା ବ୍ୟକ୍ତିଙ୍କୁ କ୍ଷମା କରି ଦିଅନ୍ତୁ। କାରବାରର ଧୀର ଗତି ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ। ଛାତ୍ରମାନେ ଆଜି ଅଧ୍ୟୟନରେ ଧ୍ୟାନ ଦିଅନ୍ତୁ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ବଗଳାମୁଖୀ।
ତୁଳା: ଜୀବନସାଥୀଙ୍କ ଠାରୁ ଖୁବ୍ ପ୍ରେମ ପାଇବେ। ସନ୍ତାନଙ୍କ ସମ୍ବନ୍ଧରେ ମହତ୍ତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ବ୍ୟବସାୟରେ ଭଲ ସୁଯୋଗ ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଛାତ୍ରଙ୍କ ସମ୍ମୁଖରେ ଦ୍ଵିଧାର ସ୍ଥିତି ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।
ବିଛା: ବେପାରରେ ଉନ୍ନତି ପାଇଁ ଭଲ ଦିନଟିଏ। ପ୍ରତିଟି କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସାଥ ଦେବ। ଅଫିସ୍ରେ ପରିସ୍ଥିତି ଅନୁକୂଳ ରହିବ। ଉପରିସ୍ଥ କର୍ମଚାରୀଙ୍କ ସହିତ ସଂପର୍କ ମଜଭୁତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।
ଧନୁ: ସକାରାତ୍ମକ ଭାବନା ଓ ଊର୍ଜାକୁ ପ୍ରୟୋଗ କରନ୍ତୁ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ଉଧାର ଦେଇଥିବା ଧନ ପ୍ରାପ୍ତ ହେବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ନିବିଡ଼ ହେବ। ସଙ୍ଗୀତ ଶୁଣିବାକୁ ମନ କହିବ। ଶୁଭରଙ୍ଗ: ଲାଲ। ଆରାଧନା: ମହାଦେବ।
ମକର: ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ରାଜନୀତିରୁ ଲାଭ ପାଇବାର ସୁଯୋଗ ମିଳିବ। ଅଫିସ୍ରେ ପ୍ରସନ୍ନତା ଭରା ଦିନଟି ରହିବ। ଜମି କାରବାରରୁ ଲାଭ ମିଳିପାରେ। ଶୁଭରଙ୍ଗ: ମେରୁନ। ଆରାଧନା: ସନ୍ତୋଷୀ ମାତା।
କୁମ୍ଭ: କାରବାରରେ ପରିବର୍ତ୍ତନ ଆଣିବା ଲାଗି ଚେଷ୍ଟା କରିବେ ଏବଂ ସଫଳ ହେବେ। ଦୂରସ୍ଥାନକୁ ଯିବା ପାଇଁ ଯୋଜନା କରିବେ। ପ୍ରିୟବନ୍ଧୁଙ୍କ ସହିତ ସାକ୍ଷାତ ହେବ। ଖୁସି ହୋଇ ଆପଣ ଅଧିକ ଖର୍ଚ୍ଚ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।
ମୀନ: ସ୍ୱଭାବରେ ରୋମାଞ୍ଚକର ସତେଜତା ଦେଖିବେ। ସବୁ କାମ ଆପଣଙ୍କ ମନ ମୁତାବକ ହେବ। ଅଚାନକ ଧନଲାଭ ଯୋଗ ରହିଛି। ରାଜନୀତିରେ ମହତ୍ତ୍ଵାକାଂକ୍ଷା ପୂରା ହେବ। ମହିଳାମାନେ ଜୀବନରେ ଆଗକୁ ବଢ଼ିବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଭୈରବୀ।