ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦୁନିଆକୁ ଜିଣି ନେବାର ଉତ୍ସାହ ଆପଣଙ୍କ ଭିତରେ ରହିବ। କୌଣସି କାର୍ଯ୍ୟ ନୂଆ କରି ମୂଳରୁ ଆରମ୍ଭ କରିବେ। ପୁରୁଣା ଜମି ବିକ୍ରୟରୁ ଲାଭ ହେବ। ପ୍ରିୟବନ୍ଧୁଙ୍କ ସହିତ ଧର୍ମକ୍ଷେତ୍ରକୁ ଯାତ୍ରାରେ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

 

ବୃଷ: ଆପଣଙ୍କ ମନୋଭାବ ଭଲ ରହିବ। ନୂଆ ବ୍ୟବସାୟରେ ଅର୍ଥନିବେଶ କରନ୍ତୁ, ଭବିଷ୍ୟତରେ ଲାଭ ମିଳିବ। ଅହଂକାର ଉପରେ ନିୟନ୍ତ୍ରଣ ରଖନ୍ତୁ। ମହିଳାମାନେ ଜୀବନରେ ଆଗକୁ ବଢ଼ିବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

 

ମିଥୁନ: ଖୁସ୍‌ ମିଜାଜରେ ରହିବେ। କୌଣସି ଅଶାନ୍ତି ଆପଣଙ୍କ ପାଖକୁ ଆସିବ ନାହିଁ। ଧନଲାଭର ନୂଆ ଅବସର ମିଳିପାରେ। ପରିବାର ସହିତ ତାଳମେଳ ବଜାୟ ରହିବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।


କର୍କଟ: ଧାର୍ମିକ କାର୍ଯ୍ୟରେ ସହଯୋଗ କରନ୍ତୁ, ଚାକିରି ଓ ବ୍ୟବସାୟରୁ ଲାଭ ମିଳିବ। ଅଚାନକ ଖୁସି ଖବର ପାଇବେ। ଜରୁରୀ କାମରେ ଦୂର ସ୍ଥାନକୁ ଯାତ୍ରାରେ ଯିବେ। ବାପାଙ୍କ ଠାରୁ ଝିଅମାନେ ଉପହାର ପାଇବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ବୁଢ଼ୀଠାକୁରାଣୀ।

 


ସିଂହ: ଦିନଟି ଆପଣଙ୍କ ଲାଗି ଭଲ। ପୁରୁଣା କଥା ମନେ ପକାଇ ସମୟ ନଷ୍ଟ କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ। ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କ ଅଶାନ୍ତି କମ୍‌ ହେବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ସରସ୍ୱତୀ।

 


କନ୍ୟା: ମାନସିକ ଅଶାନ୍ତିରୁ ମୁକ୍ତି ମିଳିପାରେ। ବୁଦ୍ଧିମତ୍ତାରେ କାମ କରନ୍ତୁ, ସଫଳତା ଓ ଲାଭ ପାଇବେ। ସାମାଜିକ କ୍ଷେତ୍ରରେ ଯଶ ବଢ଼ିବ। ନୂଆ ଚାକିରିର ସୁଯୋଗ ରହିଛି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବଗଳାମୁଖୀ।

 

ତୁଳା: ପୂଜାପାଠରେ ସମୟ ବିତିବ। ବହୁ ଦିନର ଚିନ୍ତା ଦୂର ହେବ। ବ୍ୟବସାୟରେ ନୂଆ ପ୍ରସ୍ତାବ ଓ ପ୍ରକଳ୍ପ ମିଳିବ। ଅବିବାହିତାଙ୍କୁ ନିକଟ ସଂପର୍କୀୟଙ୍କ ଠାରୁ ବିବାହର ଭଲ ପ୍ରସ୍ତାବ ମିଳିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ବାବା କପିଳାସ।

 

ବିଛା: ଦେବୀମାତାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତୁ, ସମ୍ଭାବ୍ୟ ସଂକଟ ଦୂର ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ନୂଆ ଦାୟିତ୍ଵ ମିଳିପାରେ। ଛାତ୍ରଛାତ୍ରୀମାନେ ଲେଖାପଢ଼ା ଲାଗି ସମୟର ରୁଟିନ ତିଆରି କରନ୍ତୁ। ଶୁଭରଙ୍ଗ: ମାଜେଣ୍ଡା। ଆରାଧନା: ମାଆ କୀଚକେଶ୍ୱରୀ।

 

ଧନୁ: ବ୍ୟବହାରରେ ସକାରାତ୍ମକ ବଜାୟ ରଖନ୍ତୁ, ଲାଭ ହେବ। ଆପଣଙ୍କର ଆବଶ୍ୟକତା ବେଳେ ବନ୍ଧୁବର୍ଗ ସାହାଯ୍ୟ ସହଯୋଗ କରିବେ। ସଡ଼କରେ ବାହନ ଚଳାଇବା ସମୟରେ ସଚେତନ ରହନ୍ତୁ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ପାଟଣେଶ୍ୱରୀ।

 

ମକର: ଜୀବନ ସତ୍‌ସଙ୍ଗରେ ଭଲରେ କଟିବ। ଅଫିସ୍‌ରେ ଆପଣଙ୍କର କୌଣସି କାମର ପ୍ରଶଂସା ହୋଇପାରେ। ବ୍ୟବସାୟରେ ପ୍ରତିରୋଧ ଦୂର ହେବ। ବିବାହ ପାଇଁ ନିଷ୍ପତ୍ତି ନେଇ ପାରନ୍ତି। ଶୁଭରଙ୍ଗ: ଲାଲ। ଆରାଧନା: ବାବା ଗୁପ୍ତେଶ୍ୱର।

 

କୁମ୍ଭ: ଦିନଟି ଆପଣଙ୍କ ଲାଗି ଖାସ୍‌ ରହିବ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ଓ ପ୍ରଶଂସା ମିଳିବା ଯୋଗ ରହିଛି। ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ଛାତ୍ରଙ୍କର ମନ ଲେଖାପଢ଼ାରେ ଲାଗି ରହିବ। ଶୁଭରଙ୍ଗ: ମେରୁନ। ଆରାଧନା: ବାବା ସାଇରାମ।

 

ମୀନ: ଭାଗ୍ୟ ଆପଣଙ୍କୁ ସାଥ ଦେବ। ପୁରୁଣା କାମ ପୂରା ହେବ। ଜୀବନସାଥୀଙ୍କୁ ଖୁସି କରିବା ଲାଗି ଦେଇଥିବା ପ୍ରତିଶ୍ରୁତି ରଖିବେ। ରାଜନୀତିରେ ସଫଳତା ମିଳିବ। ନୂଆ ଜମି କିଣିବା ପାଇଁ ଯୋଜନା କରିବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ବିରଜା।

ସମ୍ବନ୍ଧିତ ଖବର