ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ଜୀବିକା ସମ୍ବନ୍ଧିତ ଭଲ ଖବର ପାଇବେ। ପାରିବାରିକ ଜୀବନ ସୁଖକର ହେବ। ପଇସା ସୀମିତ ମାତ୍ରାରେ ଖର୍ଚ୍ଚ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

 

ବୃଷ: ଦିନଟି ଆପଣ ଲାଗି ଶୁଭପ୍ରଦ। କଳ୍ପନା ଦୁନିଆରେ ରହିବେ। ଲକ୍ଷ୍ୟପ୍ରାପ୍ତି ଦିଗରେ ଅଗ୍ରସର ହେବେ। ବ୍ୟବସାୟରୁ ଫାଇଦା ମିଳିବ। ଛାତ୍ରଛାତ୍ରୀମାନେ ମନଲଗାଇ ପଢ଼ନ୍ତୁ। ଶୁଭରଙ୍ଗ: ସବୁଜ। ଆରାଧନା: ସନ୍ତୋଷୀ ମାତା।

 

ମିଥୁନ: ମାନସିକ ସ୍ତରରେ ଅଶାନ୍ତି ମୁକ୍ତ ରହିବେ। ପରିବାରରେ ଏକତା ଓ ପ୍ରେମ ବଢ଼ିବ। ଆପଣଙ୍କ ରୁଚି କଳାତ୍ମକ କାର୍ଯ୍ୟରେ ଅଧିକ ରହିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କୁ ମାନ-ସମ୍ମାନ ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।


କର୍କଟ: ଆପଣଙ୍କ ଦୃଷ୍ଟିକୋଣ ପ୍ରଗତିଶୀଳ ରହିବ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିପାରନ୍ତି। ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ କୀଚକେଶ୍ୱରୀ। ।

 


ସିଂହ: ଦିନଟି ଆପଣଙ୍କ ଲାଗି ଭଲ ଫଳାଫଳ ନେଇ ଆସିବ। ରାଜନୈତିକ ସଂପର୍କରୁ ସ୍ଥଗିତ ଥିବା କାର୍ଯ୍ୟ ଆଗକୁ ବଢ଼ିବ। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ମହିଳାଙ୍କୁ ଅଚାନକ ଧନଲାଭ ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ତାରିଣୀ।

 


କନ୍ୟା: ଚାକିରି ବୃତ୍ତିରେ ଶୃଙ୍ଖଳା ଦେଖାଦେବ। ଅଧିକାରୀବର୍ଗଙ୍କ ସହଯୋଗ ପାଇବେ। ଶତ୍ରୁଙ୍କ ଉପରେ ବିଜୟ ହାସଲ କରିବେ। ପ୍ରେମିକପ୍ରେମିକାଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ଅମ୍ବିକା।

 

ତୁଳା: ପୂଜାପାଠରେ ଅଧିକ ସମୟ ବିତିବ। ବୁଦ୍ଧିଜୀବୀଙ୍କ ସହିତ ସଂପର୍କ ସ୍ଥାପନ ହେବ। ଓକିଲଙ୍କ ପାଇଁ ଦିନଟି ଲାଭଦାୟକ ରହିବ। ଘରୋଇ ଜୀବନରେ ସୁଖ ସୁବିଧା ବଢ଼ିବ। ପ୍ରେମ ସମ୍ବନ୍ଧରେ ମନୋକାମନା ପୂରଣ ହେବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ।

 

ବିଛା: ଆତ୍ମଚିନ୍ତନରେ ସମୟ ବିତିବ। କାର୍ଯ୍ୟକ୍ଷେତ୍ରରେ ସାମାନ୍ୟ ସମସ୍ୟା ସୃଷ୍ଟି ହୋଇପାରେ। ଅଫିସ୍‌ ତରଫରୁ ରାଜ୍ୟ ବାହାରକୁ ଯିବାର ସୁଯୋଗ ମିଳିବ। ସ୍ୱାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ବାବା ଚନ୍ଦନେଶ୍ୱର।

 

ଧନୁ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ଟ୍ରାଭେଲ ଏଜେନ୍‌ସି କରିଥିବା ଲୋକଙ୍କ ପାଇଁ ଦିନଟି ଲାଭପ୍ରଦ। ପ୍ରେମରେ ସଫଳତା ପାଇବେ। ଶୁଭରଙ୍ଗ: ଲାଲ। ଆରାଧନା: ସୂର୍ଯ୍ୟଦେବ।

 

ମକର: ସକାରାତ୍ମକ ଭବିଷ୍ୟତକୁ ନେଇ ମହତ୍ତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବେ। ବନ୍ଧୁ ଓ ଜୀବନସାଥୀ ଉଭୟଙ୍କ ସହଯୋଗ ପାଇବେ। କର୍ମଜୀବୀ ମହିଳାଙ୍କୁ ଅଫିସରେ ଉନ୍ନତି ମିଳିବ। ଛାତ୍ରଙ୍କ ପାଇଁ ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ରାମଚଣ୍ଡୀ।

 

କୁମ୍ଭ: ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ଭାଗ୍ୟ ବୃଦ୍ଧି ଲାଗି ସୁଯୋଗ ଆସିବ। ଖେଳାଳିମାନେ ପୁରସ୍କୃତ ହେବେ। କଳାକାରଙ୍କ ଲାଗି ଦିନଟି ଅନୁକୂଳ। ଆପଣଙ୍କ ପ୍ରତିଭା ଯୋଗୁ ଲୋକଙ୍କୁ ପ୍ରେରଣା ମିଳିବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ସମଲେଶ୍ୱରୀ।

 

ମୀନ: ଆଜି ଆପଣଙ୍କୁ ଦୁଃଖ ଓ ସୁଖ ଅନୁଭବ ହେବ। ମାତାପିତାଙ୍କ ଆଶୀର୍ବାଦ ନିଅନ୍ତୁ; ଆପଣଙ୍କ ଲକ୍ଷ୍ୟ ହାସଲ କରିବା ସହଜ ହେବ। ଅଫିସ୍‌ରେ ନିଜର ଭାଷାଶୈଳୀ ପ୍ରତି ଧ୍ୟାନ ଦିଅନ୍ତୁ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ବଗଳାମୁଖୀ।

ସମ୍ବନ୍ଧିତ ଖବର