ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ଭିତରେ ନୂଆ ଊର୍ଜା ସଂଚାର ହେବ। କୌଣସି କାମ ଆରମ୍ଭ କରିବା ଲାଗି ସମୟ ଭଲ। ଚାକିରିଆଙ୍କୁ ସହଯୋଗୀଙ୍କ ସହଯୋଗ ମିଳିବ। ଶତ୍ରୁଙ୍କ ଉପରେ ବିଜୟ ହାସଲ କରିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। ଶୁଭରଙ୍ଗ: ଧୂସର। ଆରାଧନା: ବାବା ଗୁପ୍ତେଶ୍ୱର।

 

ବୃଷ: ଦିମାକରେ ଉଚ୍ଛୃଙ୍ଖଳ ସମାପ୍ତ ହୋଇଯିବ। କ୍ୟାରିୟରର ଠିକ୍‌ ଦିଶାରେ ଅଗ୍ରସର ହେବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ସମାଜସେବା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କର କାମ ପୂରା ହେବ। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବିରଜା।

 

ମିଥୁନ: ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ବ୍ୟବସାୟରୁ ମନ ଚାହୁଁଥିବା ସଫଳତା ପାଇବେ। ନୂଆ ଘର ନିର୍ମାଣ ପାଇଁ ଯୋଜନା କରିବେ। ଛାତ୍ରଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: ମେରୁନ। ଆରାଧନା: ପ୍ରଭୁ ହନୁମାନ।

 


କର୍କଟ: ଭାଗ୍ୟର ସହଯୋଗ ପାଇବେ। ପ୍ରତ୍ୟେକ କାମ ବିନା ବିଘ୍ନରେ ସଂପନ୍ନ ହେବ। ବ୍ୟବସାୟରୁ ଫାଇଦା ପାଇଁ କୌଣସି ବ୍ୟକ୍ତି ମିଳିବେ। ଚାକିରିରେ ବିଶେଷ ଦାୟିତ୍ଵ ଗ୍ରହଣ କରିବେ। ଜୀବନସାଥୀଙ୍କ ସହିତ ଭଲ ତାଳମେଳ ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

 

ସିଂହ: ଦିନଟି ଉତ୍ସାହ ବର୍ଦ୍ଧକ ରହିବ। କାମ ଓ ପରିଶ୍ରମରୁ ଆପଣଙ୍କୁ ପୂରା ଫାଇଦା ମିଳିବ। ସାମାଜିକ କାର୍ଯ୍ୟରେ ଆପଣଙ୍କର ଯୋଗଦାନ ପାଇଁ ପୁରସ୍କାର ମିଳିପାରେ। ସନ୍ଧ୍ୟାରେ କୌଣସି ବନ୍ଧୁଙ୍କ ସହିତ ସମୟ ବିତେଇବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ସମଲେଶ୍ୱରୀ।

 

କନ୍ୟା: ଆପଣ ନିଜ ବ୍ୟବହାରରେ ଲୋକଙ୍କ ହୃଦୟ ଜିଣିବେ। କାଚ ବ୍ୟବସାୟୀଙ୍କୁ ଆଜି ବିଶେଷ ଫାଇଦା ହେବ। ଅଚାନକ ଖୁସି ଖବର ମିଳିବ। ନୂଆ ପରିଯାଜନାରେ କାମର ଶୁଭାରମ୍ଭ କରିବେ। ପ୍ରେମ ସମ୍ବନ୍ଧ ଭଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

 

 ତୁଳା: ଦିନଟି ଦୁଃଖ-ସୁଖଭରା ରହିବ। ଲାଭର ସ୍ଥିତି ହ୍ରାସ ହୋଇପାରେ। ବିରୋଧୀଙ୍କ ପ୍ରତି ସାବଧାନ ରହନ୍ତୁ। ବୈବାହିକ ଜୀବନରେ କିଛି କଥାକୁ ନେଇ ମତଭେଦ ହୋଇପାରେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଶୁଭରଙ୍ଗ: ନୀଳ। ଆରାଧନା: ବାବା ଆଖଣ୍ଡଳମଣି।

 

 

ବିଛା: ଦିନଟି ଆପଣଙ୍କ ପାଇଁ ସ୍ମରଣୀୟ। କିଛି ନୂଆ ଶିକ୍ଷା ଲାଭ କରିବେ। ବଜାରରେ ଅଟକିଥିବା ପଇସା ମିଳିପାରେ। ଉନ୍ନତିର ନୂଆ ଅବସର ମିଳିବ। ଚାକିରିଆଙ୍କୁ ପାରିତୋଷିକ ମିଳିପାରେ। ଘରର ବାତାବରଣ ଠିକ୍‌ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।

 

ଧନୁ: ବ୍ୟବସାୟରେ ବିସ୍ତାର ଲାଗି ନୂଆ ପ୍ରସ୍ତାବ ପାଇବେ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ଆପଣଙ୍କ ରୁଚି କଳାତ୍ମକ କାମରେ ଅଧିକ ରହିବ। ପରିବାରରେ ଆପଣଙ୍କର ପ୍ରାଧାନ୍ୟ ବୃଦ୍ଧି ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କୀଚକେଶ୍ୱରୀ।

 

ମକର: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ରହିବ। କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ସୁବର୍ଣ୍ଣ ସୁଯୋଗ ମିଳିବ। ରାଜନୀତିରେ ଆର୍ଥିକ ଲାଭ ହେବ। ଛାତ୍ରଙ୍କୁ କୌଣସି ମିତ୍ର ସାହାଯ୍ୟ କରିବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଭଦ୍ରକାଳୀ।

 

କୁମ୍ଭ: ପୂରା ଦିନ ସତର୍କ ରହିବାର ଆବଶ୍ୟକତା ରହିଛି। ବଡ଼ଙ୍କ ରାୟ ଗ୍ରହଣ କରନ୍ତୁ; ଭଲ ହେବ। ଅଫିସ୍‌ରେ କୌଣସି କଥାକୁ ନେଇ କର୍ତ୍ତୃପକ୍ଷଙ୍କ ସହିତ ମତଭେଦ ହୋଇପାରେ। ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ଦୁର୍ଗା।

 


ମୀନ: ସୌଭାଗ୍ୟ ପ୍ରାପ୍ତିର ଦିନଟିଏ। ବ୍ୟବସାୟ ପାଇଁ ଭଲ ପ୍ରସ୍ତାବ ପାଇବେ। କର୍ମଜୀବୀ ମହିଳାଙ୍କର ଅଫିସ୍‌ରେ ଉନ୍ନତି ହେବ। ସମାଜରେ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ସମ୍ବନ୍ଧିତ ଖବର