ଜାଣନ୍ତୁ ଆଜିର ରାଶିଫଳ

ମେଷ: ସକାରାତ୍ମକ ଭବିଷ୍ୟତକୁ ନେଇ ମହତ୍ତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବେ। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ମିଶିବାର ସୁଯୋଗ ରହିଛି। ପରିବାରରେ ଧାର୍ମିକ ଶୁଭକାର୍ଯ୍ୟ ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ଜାଗରୁକ ଓ ସତର୍କ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ବାବା କପିଳାସ।

 

ବୃଷ: ଚାକିରିରେ ଉତ୍ସାହର ସହିତ କାମ କରିବେ। ସହକର୍ମୀଙ୍କ ସହିତ ବୁଝାମଣା ଠିକ୍‌ ରହିବ। ଅଚାନକ ଧନଲାଭ ହେବ। ପ୍ରେମ ଓ ରୋମାନ୍‌ସ ପାଇଁ ଦିନଟି ଭଲ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ କରିବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

 

ମିଥୁନ: ଆପଣଙ୍କ କାମକୁ କେହି ବିରୋଧ କରିବେ। ଚୁପଚାପ ରହି ନିଜର କାମ କରନ୍ତୁ, ବିଳମ୍ବ ହେଲେ ବି ସବୁ ଠିକ୍‌ ହୋଇଯିବ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ବିମଳା।


କର୍କଟ: ପରିଜନ ଓ ବନ୍ଧୁଙ୍କ ସହଯୋଗ ପାଇବେ। କାରବାରକୁ ନେଇ ମନରେ ନୂଆ ବିଚାର ଆସିବ। ରୁଷ୍ଟଥିବା ବନ୍ଧୁଙ୍କୁ ମନାଇବାରେ ସଫଳ ହେବେ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

 

ସିଂହ: ସାରାଦିନ ଖୁସି ମନରେ ରହିବେ। ଜୀବନସାଥୀଙ୍କର ଖୁବ୍‌ ପ୍ରେମ ପାଇବେ। କାର୍ଯ୍ୟରେ ଆପଣଙ୍କ ଆତ୍ମବିଶ୍ୱାସର ଝଲକ ଦେଖାଦେବ। ଅଚାନକ ଧନଲାଭ ହେବ। ବିଦ୍ୟାର୍ଥୀଙ୍କ ଲାଗି ସମୟ ଅନୁକୂଳ। ଶୁଭରଙ୍ଗ: ସବୁଜ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 


କନ୍ୟା: ନିଜର କାମ ଉତ୍ସାହର ସହ କରିବେ। ଆର୍ଥିକ ସ୍ଥିତି ମଜଭୁତ ରହିବ। କୌଣସି ମଞ୍ଚରେ ସମ୍ମାନିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ଛାତ୍ରମାନେ ଅଧ୍ୟୟନରେ ଅଧିକ ସମୟ ଦେବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

 

ତୁଳା: ସମୟର ସଦୁପଯୋଗ କରନ୍ତୁ। ଲକ୍ଷ୍ୟ ପ୍ରତି ଗମ୍ଭୀରତା ସହିତ ପ୍ରୟାସ କରନ୍ତୁ; ସଫଳ ହେବେ। ବ୍ୟବସାୟରୁ ଫାଇଦା ପାଇଁ କୌଣସି ବ୍ୟକ୍ତି ମିଳିବେ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଆନନ୍ଦଦାୟକ ରହିବ। ଶୁଭରଙ୍ଗ: ନୀଳ। ଆରାଧନା: ବାବା ଲିଙ୍ଗରାଜ।

 

ବିଛା: ଦୀର୍ଘଦିନରୁ ସ୍ଥଗିତ ଥିବା କାମ ପୂରା ହେବ। ରାଜନୀତିରେ ଆଦର ସମ୍ମାନ ପାଇବେ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ପରିବାରର ଲୋକଙ୍କ ସହିତ ଉତ୍ତମ ବୁଝାମଣା ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଝିଘରିଆଣୀ।

 

ଧନୁ: ଧୈର୍ଯ୍ୟ ଧରି କାମ କରନ୍ତୁ; ସଫଳ ହେବେ। ଆପଣ ନିଜ ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ। ଚାକିରିରେ କିଛି ପରିବର୍ତ୍ତନ ହେବ କିମ୍ବା ବଦଳିର ପୂର୍ବାଭାସ ପାଇବେ। ଘରକୁ ଅତିଥିଙ୍କ ଆସିବାଯିବା ଲାଗି ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

 

ମକର: ପ୍ରଭୁଙ୍କ ଧ୍ୟାନରେ ମନକୁ ଶାନ୍ତି ମିଳିବ। ପରିବାରର ବଡ଼ଙ୍କ ଠାରୁ ସହାୟତା ପାଇ ଖୁସି ରହିବେ। କାରବାରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ମହିଳାଙ୍କୁ ବଢ଼ିଆ ଚାକିରିର ପ୍ରସ୍ତାବ ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ନାରାୟଣୀ।

 

କୁମ୍ଭ: ପୁରୁଣା ଚିନ୍ତା ଆଜି ସମାପ୍ତ ହେବ। ଆପଣଙ୍କ ସ୍ଥଗିତ ଥିବା କାମରେ କେହି ସାହାଯ୍ୟ କରିବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ମହିଳାଙ୍କୁ କୌଣସି ଜିନିଷ କିଣିବାରେ ଫାଇଦା ହେବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ଗାୟତ୍ରୀ।

 

ମୀନ: ଅଫିସ୍‌କୁ ସୁନ୍ଦର ଭାବେ ସଜାଇ ପାରନ୍ତି। ବନ୍ଧୁଙ୍କ ଠାରୁ ସୁସମ୍ବାଦ ପାଇ ଖୁସି ହେବେ। ରାଜନୀତିରେ ସୀମା ବଢ଼ାଇବେ। ନୂଆ ଚାକିରିର ସୁଯୋଗ ରହିଛି। ପରିବାର ସହିତ ଅଧିକ ସମୟ ବିତେଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

ସମ୍ବନ୍ଧିତ ଖବର