ଜାଣନ୍ତୁ ଆଜିର ରାଶିଫଳ


ମେଷ: ବନ୍ଧୁମାନଙ୍କ ସହିତ ବୁଝାମଣା ଠିକ୍‌ ରହିବ। ରାଜନୀତିରେ ସଫଳତା ପାଇବେ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ମହିଳାମାନେ ପରିଧାନଶୈଳୀ ପ୍ରତି ବିଶେଷ ଧ୍ୟାନ ଦେବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

 

ବୃଷ: ସାରାଦିନ ଖୁସି ମନରେ ରହିବେ। ବନ୍ଧୁ ଓ ଅନ୍ୟମାନଙ୍କ ସହିତ ହାସ୍ୟକୌତୁକ କରିବେ। କୌଣସି ନୂଆ ବ୍ୟବସାୟର ଶୁଭାରମ୍ଭ କରନ୍ତୁ; ଲାଭ ହେବ। ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କଟକଚଣ୍ଡୀ।

 


ମିଥୁନ: ଗ୍ରହମାନଙ୍କ ଶୁଭଦୃଷ୍ଟି ହେତୁ ଆପଣଙ୍କର ସ୍ୱଭାବ ନେତାଙ୍କ ଭଳି ରହିବ। କଷ୍ଟରେ ଥିବା ବନ୍ଧୁଙ୍କୁ ସହାୟତା କରିବେ। ବିଶେଷ ଯାତ୍ରାରେ ଯାଇପାରନ୍ତି। ଅଚାନକ ଢେର୍‌ସାରା ଧନ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

 

କର୍କଟ: ସମୟର ସଦୁପଯୋଗ କରନ୍ତୁ। ଲକ୍ଷ୍ୟ ପ୍ରତି ଗମ୍ଭୀରତାର ସହିତ ପ୍ରୟାସ କରନ୍ତୁ; ସଫଳ ହେବେ। ନିଜର ବାଣୀ ଓ ବ୍ୟବହାର ପ୍ରତି ଧ୍ୟାନ ଦିଅନ୍ତୁ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 


ସିଂହ: ଦେବ ଦର୍ଶନ କରିବେ। ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। କ୍ୟାରିୟର ଗଢ଼ିବା ପାଇଁ ନୂଆ ସୁଯୋଗ ଆସିବ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

 


କନ୍ୟା: ବାପାଙ୍କର ସ୍ନେହ ଓ ଆଶୀର୍ବାଦ ପାଇବା ହେତୁ ମନକୁ ଶାନ୍ତି ମିଳିବ। ଯାତ୍ରାରେ ଯାଇପାରନ୍ତିି। ଏହା ବ୍ୟବସାୟ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ସ୍ୱାସ୍ଥ୍ୟ ସମ୍ବନ୍ଧରେ ଟିକେ ସତର୍କ ରହନ୍ତୁ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ପ୍ରଭୁ ହନୁମାନ।

 

ତୁଳା: ସଫଳତା ପ୍ରାପ୍ତିର ଦିନଟିଏ। ଯେତେ ମଧୁର କଥା କହିବେ, ସେତେ ଲାଭ ପାଇବେ। ରାଜନୀତିରେ ଉଚ୍ଚପଦକୁ ମନୋନୀତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ବାବା ଚନ୍ଦନେଶ୍ୱର।

 


ବିଛା: ଜୀବନକୁ ସକାରାତ୍ମକ ବନାନ୍ତୁ। ଯେଉଁ କାମ ହାତକୁ ନେବେ ତାହାକୁ ସଂପୂର୍ଣ୍ଣ କରି ବିଶ୍ରାମ ନିଅନ୍ତୁ। ଶତ୍ରୁମାନେ ଆପଣଙ୍କ ପାଇଁ ଯେତେ ସମସ୍ୟା ସୃଷ୍ଟି କରିବେ, ସେତେ ଆପଣଙ୍କୁ ଲାଭ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

 

ଧନୁ: ଆଜି ଦିନଟି ଆପଣଙ୍କ ପାଇଁ ନୂଆ କିଛି କରିବା ଲାଗି ଭଲ ରହିବ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ବ୍ୟବସାୟରେ ଅବରୋଧ ଦୂର ହେବ। ସଙ୍ଗୀତ ଶୁଣିବାକୁ ମନ କହିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଚର୍ଚ୍ଚିକା।

 


ମକର: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। କୌଣସି ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ମିଳିବ। ଯଥେଷ୍ଟ ଲାଭ ସହିତ ଯଶ ବୃଦ୍ଧି ହେବ। ନୂଆ ଘର ବା ଜମି କିଣିବା ପାଇଁ ବିଚାର କରିବେ। ଶୁଭରଙ୍ଗ: ଲାଲ। ଆରାଧନା: ଭଗବାନ ବିଷ୍ଣୁ।

 

କୁମ୍ଭ: ଆପଣଙ୍କ ଭିତରେ ଆତ୍ମବିଶ୍ୱାସ ଅତୁଟ ରହିବ। ଆପଣଙ୍କ ସକାରାତ୍ମକ ମନ୍ତବ୍ୟ ଅନ୍ୟକୁ ପ୍ରଭାବିତ କରିବ। ଅଫିସ୍‌ରେ ଆପଣଙ୍କ ସ୍ଥିତି ମଜଭୁତ ହେବ। ପ୍ରେମ ଆଳାପ ପାଇଁ ଭଲ ଦିନଟିଏ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

 


ମୀନ: କାର୍ଯ୍ୟକ୍ଷେତ୍ରରେ କିଛି ନୂଆ କରନ୍ତୁ; ଧୀରେ ଧୀରେ ଆଗକୁ ବଢ଼ିବେ। ପାରିବାରିକ ସମସ୍ୟା ନେଇ ଆପଣଙ୍କ ମନ ଟିକେ ବିଚଳିତ ହୋଇପାରେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବଗଳାମୁଖୀ।

ସମ୍ବନ୍ଧିତ ଖବର