/sambad/media/post_attachments/wp-content/uploads/2017/11/ms-1.jpg)
ମେଷ: ପୂର୍ବରୁ କରିଥିବା ପରିଶ୍ରମରୁ ଆପଣଙ୍କୁ ଲାଭ ମିଳିବ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପ୍ରକଳ୍ପ ଅର୍ପଣ କରିବେ। ସହକର୍ମୀଙ୍କ ସହିତ ବୁଝମଣା ଠିକ୍ ରହିବ। ଜୀବନସାଥୀ ଆପଣଙ୍କ ଠାରୁ ଖୁବ୍ ପ୍ରେମ ପାଇବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ପାଟଣେଶ୍ୱରୀ।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ: ଶରୀର ଓ ମନ ଉଭୟ ସୁସ୍ଥ ରହିବ। କିଛି ନୂଆ କରିବା ପାଇଁ ମନରେ ଆଗ୍ରହ ସୃଷ୍ଟି ହେବ। ନୂଆ ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ମହିଳାଙ୍କୁ ଆଜି ସୁନ୍ଦର ଉପହାର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିମଳା।
/sambad/media/post_attachments/wp-content/uploads/2017/11/mithun.jpg)
ମିଥୁନ: ଦିନଟିର ଶୁଭାରମ୍ଭ ଭଲରେ ହେବ। ସନ୍ଧ୍ୟା ବେଳକୁ ଛୋଟ କଥାକୁ ନେଇ ପରିବାରରେ ବିବାଦ ହୋଇପାରେ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ। ମନରେ ଭିନ୍ନ ଭିନ୍ନ ଚିନ୍ତା ଆସିବା ହେତୁ ବିଳମ୍ବିତ ରାତିରେ ନିଦ୍ରା ଯିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଶାରଳା।
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ: ବେପାର ବୃତ୍ତିରୁ ମନ ଚାହୁଁଥିବା ସଫଳତା ଓ ଲାଭ ପାଇବେ। ରାଜନୀତିରେ ପରିଧି ବଢ଼ାଇବେ। ବିଦେଶରେ ରହୁଥିବା ବନ୍ଧୁଙ୍କ ଠାରୁ ସୁସମ୍ବାଦ ପାଇବେ। ପୁରୁଣା ସଂପତ୍ତିରୁ ଲାଭ ମିଳିବାର ସମ୍ଭାବନା। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ତାରିଣୀ।
/sambad/media/post_attachments/wp-content/uploads/2017/11/singha.jpg)
ସିଂହ: ଦିନଟି ଆପଣଙ୍କ ପାଇଁ ଖୁସିର ସନ୍ଦେଶ ନେଇ ଆସିଛି। ବହୁ ଦିନର ସ୍ୱପ୍ନ ସାକାର ହେବ। ସ୍ଥଗିତ ଥିବା କାମ ପୂରା ହେବ। ପ୍ରତିଷ୍ଠିତ ଲୋକଙ୍କ ସହିତ ସଂପର୍କ ମଜଭୁତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା: ଦେବୀମାତାଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଅଧିକ ସମୟ ଉପବାସ ରହନ୍ତୁ ନାହିଁ। ନୂଆ ଚାକିରିର ପ୍ରସ୍ତାବ ମିଳିପାରେ। ସନ୍ତାନଙ୍କ ପ୍ରସଙ୍ଗ ନେଇ ଚିନ୍ତା ଦୂର ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଦୁର୍ଗା।
/sambad/media/post_attachments/wp-content/uploads/2017/11/tula.jpg)
ତୁଳା: ଆତ୍ମସମୀକ୍ଷାରେ ସମୟ ବିତିବ। ଇଷ୍ଟଦେବଙ୍କୁ ସ୍ମରଣ କରନ୍ତୁ, ସବୁ ଠିକ୍ ହୋଇଯିବ। ଅନ୍ତରଙ୍ଗ ବନ୍ଧୁଙ୍କ ସହାୟତା ପାଇବେ। ଅଫିସ୍ରେ ସାବଧାନ ରହିବା ଆବଶ୍ୟକ। ନିଶାଦ୍ରବ୍ୟ ଠାରୁ ଦୂରେଇ ରହନ୍ତୁ। ଶୁଭରଙ୍ଗ: ନୀଳ। ଆରାଧନା: ପ୍ରଭୁ ହନୁମାନ।
/sambad/media/post_attachments/wp-content/uploads/2017/11/bicha.jpg)
ବିଛା: ଜୀବନସାଥୀଙ୍କ ଠାରୁ ଉପଯୁକ୍ତ ପରାମର୍ଶ ପାଇବେ। ବେପାର ବୃତ୍ତିରେ ବେଶି ଲାଭ ପାଇବା ପାଇଁ ଅଧିକ ମନଯୋଗ ସହକାରେ କାମ କରିବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ନୂଆ ଗାଡ଼ି କିଣିବା ଲାଗି ମନ ବଳିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।
/sambad/media/post_attachments/wp-content/uploads/2017/10/dhanu.jpg)
ଧନୁ: ଭାଗ୍ୟର ଦ୍ଵାର ଉନ୍ମୁକ୍ତ ହୋଇପାରେ। ସବୁ କାମରେ ସଫଳତା ହାସଲ ହେବ। ଆର୍ଥିକ ସ୍ଥିତି ସୁଧୁରିବ। ପରିବାରରେ କୌଣସି ସଦସ୍ୟଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀ ମାତା।
/sambad/media/post_attachments/wp-content/uploads/2017/11/makar.jpg)
ମକର: ବ୍ୟବସାୟରେ ଉନ୍ନତି ପାଇଁ ନୂଆ ରଣ କୌଶଳ ପ୍ରସ୍ତୁତ କରିବେ। ମନର କଥା ମନରେ ରଖନ୍ତୁ; ବିଜୟୀ ହେବେ। ରାଜନୀତିରେ ମନସ୍କାମନା ପୂରା ହେବ। ମହିଳାବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ପ୍ରଭୁଙ୍କ କୃପାରୁ ସଫଳତା ଆପଣଙ୍କ ସାମନାରେ ଦଣ୍ଡାୟମାନ। ଯାହା ବି କାମ କରିବେ ବାଧାର ସମ୍ମୁଖୀନ ହେବେନାହିଁ। ବ୍ୟବସାୟରେ ଭଲ ଲାଭ ହେବ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।
/sambad/media/post_attachments/wp-content/uploads/2017/11/mina.jpg)
ମୀନ: ଆପଣ ନିଜର ପରିଧାନଶୈଳୀ ପ୍ରତି ବିଶେଷ ଧ୍ୟାନ ଦେବେ। ବେକାରଙ୍କୁ ନୂଆ ଚାକିରିର ପ୍ରସ୍ତାବ ମିଳିପାରେ। ପରିବାରରେ ଅଶାନ୍ତି ହ୍ରାସ ହେବ। ପ୍ରିୟବ୍ୟକ୍ତିଙ୍କ ସହିତ ମିଶିବା ପାଇଁ ଉତ୍ସୁକ ହେବେ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/Rashifala-1-1-1-1.jpg)