ଜାଣନ୍ତୁ ଆଜିର ରାଶିଫଳ


ମେଷ: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। କୌଣସି ବଡ଼ ସଫଳତା ମିଳିବ। ବ୍ୟବସାୟରେ ତୁରନ୍ତ ଫଇସଲା ଲାଭପ୍ରଦ ହେବ। ପ୍ରିୟ ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବେ। ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

 

ବୃଷ: ଦିନଟି ଆପଣଙ୍କୁ ସଫଳତା ଓ ପ୍ରଗତି ଆଣିଦେବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପରିଜନଙ୍କ ସହିତ ଆନନ୍ଦପୂର୍ବକ ସମୟ ବିତେଇବେ। ବିଜ୍ଞାନ ଛାତ୍ର ଆଜି ନୂଆ ଶିକ୍ଷାଲାଭ କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

 


ମିଥୁନ: ଖୁସ୍‌ ମିଜାଜରେ ରହିବେ। ନୂଆ କାରବାର ଲାଗି ଆଗ୍ରହ ବଢ଼ିବ। କର୍ମଜୀବୀ ମହିଳାଙ୍କର ଅଫିସ୍‌ରେ ଉନ୍ନତି ହେବ। ପ୍ରିୟ ବନ୍ଧୁଙ୍କ ସହିତ ଭ୍ରମଣରେ ଯାଇପାରନ୍ତି। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ନାରାୟଣୀ।

 

କର୍କଟ: ଆପଣଙ୍କ ମିଷ୍ଟ ବ୍ୟବହାରରେ ନୂଆ ଲକ୍ଷ୍ୟ ହାସଲ କରିବେ। ଆୟରେ ଅଚାନକ ବୃଦ୍ଧି ହେବ। କମ ଦାମ୍‌ରେ ଭଲ ଘର ମିଳିପାରେ। ବିଦେଶରେ ଜଡ଼ିତ ବ୍ୟବସାୟୀ ଆଜି ବଡ଼ ଡିଲ୍‌ କରିବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ତାରିଣୀ।

 


ସିଂହ: ଚାକିରିରେ ଥିବା ବ୍ୟକ୍ତି ଓ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଶୁଭକାରୀ ରହିବ। କୌଣସି କାମରୁ ବଡ଼ ଫାଇଦା ହେବ। ମହିଳାଙ୍କୁ ଘର କାମରେ ପତିଙ୍କ ସହଯୋଗ ମିିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ୱରୀ।

 


କନ୍ୟା: ଆପଣଙ୍କର ପରାକ୍ରମ ବୃଦ୍ଧି ହେବ। ବ୍ୟବସାୟରେ ଉନ୍ନତିର ସମ୍ଭାବନା। ପୁରୁଣା ଚିନ୍ତା ଆଜି ସମାପ୍ତ ହେବ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଖୁବ୍‌ ଭଲ କରିବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଦୁର୍ଗା।

 

ତୁଳା: ପୂଜାପାଠରେ ଅଧିକ ସମୟ ବିତିବ। ମନରେ ନବୀନ ଉତ୍ସାହ ସଂଚାର ହେବ। ଯାହା ବି କାମ କରିବେ ସଫଳ ହେବେ। ଆର୍ଥିକ ସ୍ଥିତିରେ ଲାଗି ରହିଥିବା ଚିନ୍ତା ଦୂର ହେବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ମଙ୍ଗଳା।

 


ବିଛା: କୋର୍ଟ କଚେରି ମାମଲାରେ ବ୍ୟସ୍ତତା ବଢ଼ିବ। ଉଧାର ନେବା ଓ ଦେବାରୁ ନିବୃତ୍ତ ରହନ୍ତୁ। କାର୍ଯ୍ୟକ୍ଷେତ୍ରରେ ସାମାନ୍ୟ ସମସ୍ୟା ସୃଷ୍ଟି ହୋଇପାରେ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଶୁଭରଙ୍ଗ: ଧୂସର। ଆରାଧନା: ବାବା ମହାମୃତ୍ୟୁଞ୍ଜୟଶ୍ୱର।

 

ଧନୁ: ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳମିଳାପ ବଢ଼ିବ। ଦୀର୍ଘ ଦିନରୁ ଲାଗି ରହିଥିବା ଘରୋଇ ସମସ୍ୟା ଦୂର ହେବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

 


ମକର: ଆଜିର ଦିନଟି କିଛି ନୂଆ କରିବା ଲାଗି ଭଲ ରହିବ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ଭୂସଂପତ୍ତି ସମସ୍ୟା ସମାପ୍ତ ହୋଇଯିବ। ପ୍ରେମିକପ୍ରେମିକାଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ବାଦାମୀ। ଆରାଧନା: ବାବା ଆଖଣ୍ଡଳମଣି।

 

କୁମ୍ଭ: ବ୍ୟାବସାୟିକ ଯାତ୍ରା ପାଇଁ ଦିନଟି ଅନୁକୂଳ। ସ୍ଥଗିତ ଥିବା ସରକାରୀ କାମ ପୂରା ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ। ସାହିତ୍ୟ କବିତା ଆସରରେ ଯୋଗ ଦେବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 


ମୀନ: ଚାକିରିରେ ଅନୁକୂଳ ପାଇବା ପାଇଁ ପରିଶ୍ରମ ଅଧିକ କରିବେ। ଉଦାର ରହିଲେ ଆପଣଙ୍କୁ ଲାଭ ମିଳିବ। ନୂଆ ଘର କିଣିବା ପାଇଁ ଯୋଜନା କରିବେ। ସ୍ୱାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବଗଳାମୁଖୀ।

ସମ୍ବନ୍ଧିତ ଖବର