ଜାଣନ୍ତୁ ଆଜିର ରାଶିଫଳ


ମେଷ: ମହତ୍ତ୍ଵପୂର୍ଣ୍ଣ କାମରେ ସଫଳତା ମିଳିବା ହେତୁ ମନ ଖୁସି ରହିବ। ଘରୋଇ ବିବାଦ ସମାପ୍ତ ହେବ। ବ୍ୟବସାୟରେ ଅଚାନକ ଧନଲାଭ ହେବ। ବିବାହ ପାଇଁ ସୁନ୍ଦର ପ୍ରସ୍ତାବ ଆସିପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

ବୃଷ: ପ୍ରତିଟି କ୍ଷେତ୍ରରେ ଭାଗ୍ୟ ସାଥ ଦେବ। ବେପାରରେ ଉନ୍ନତି ଓ ଧନଲାଭ ହେବ। ସଫଳତାର ଖୁସି ଆପଣଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶୋଇବାକୁ ଦେବ ନାହିଁ। ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

 


ମିଥୁନ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଜୀବନରେ କିଛି ନୂଆ କରିବା ଲାଗି ମନରେ ଭାବନା ଉଦ୍ରେକ ହେବ। ଆପଣଙ୍କର ନମ୍ର ସ୍ୱଭାବ ପାଇଁ ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହେବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ହର ପାର୍ବତୀ।

 

କର୍କଟ: ପୁରୁଣା ସମସ୍ୟା ସାମନାକୁ ଆସିପାରେ। ଗୁରୁତ୍ଵପୂର୍ଣ୍ଣ ଦଲିଲ ଭଲ ଭାବେ ପଢ଼ି ଦସ୍ତଖତ କରନ୍ତୁ। ଆମଦାନି ପାଇଁ କୌଣସି ନୂଆ ରଣନୀତି ପ୍ରସ୍ତୁତ କରିବେ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଲାଲ। ଆରାଧନା: ସୂର୍ଯ୍ୟଦେବ।

 


ସିଂହ: ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳମିଳାପ ହେବ। ମହତ୍ତ୍ଵପୂର୍ଣ୍ଣ କଥା ପାଇଁ ଆଗେଇ ଆସନ୍ତୁ, ସହଜ ବାର୍ତ୍ତା ହେବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ୱରୀ।

 


କନ୍ୟା: ଆଗକୁ ବଢ଼ିବାର ଦିନଟିଏ। ଆପଣଙ୍କ ନିର୍ଭୀକ ବ୍ୟକ୍ତିତ୍ଵ ଅନ୍ୟମାନଙ୍କୁ ଆକର୍ଷିତ କରିବ। ସଂପତ୍ତି ବିବାଦ ସମାପ୍ତ ହେବ। ଇଂଜିନିୟରିଂ ଛାତ୍ରଙ୍କୁ ଚାକିରିର ପ୍ରସ୍ତାବ ମିଳିବ। ମହିଳା ବନ୍ଧୁଙ୍କ ସହିତ ଗପସପରେ ସମୟ କଟିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

 

ତୁଳା: ଭାଗ୍ୟର ସହଯୋଗ ପାଇବେ ହେଲେ କାମ କରିବାକୁ ପଛଘୁଞ୍ଚା ଦିଅନ୍ତୁ ନାହିଁ। ଅଚାନକ ଧନଲାଭର ନଜର ଆସିବ। ପ୍ରିୟବନ୍ଧୁଙ୍କ ଠାରୁ ସୁସମ୍ବାଦ ପାଇବେ। ନିଜର ଖୁସି ଅନ୍ୟମାନଙ୍କ ସହିତ ବାଣ୍ଟନ୍ତୁ; ମନ ପ୍ରସନ୍ନ ରହିବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଦୁର୍ଗା।

 


ବିଛା: ଆପଣ କିଛି ମହତ୍ତ୍ଵପୂର୍ଣ୍ଣ କାମ କରିବେ। ଯଥେଷ୍ଟ ଲାଭ ସହିତ ଯଶ ବୃଦ୍ଧି ହେବ। ଚାକିରିଆଙ୍କ ପାଇଁ ସମୟ ଅନୁକୂଳ। କର୍ତ୍ତୃପକ୍ଷ ଆପଣଙ୍କ ଉପରେ ଖୁସି ରହିବେ। ନୂଆ ଘର କିଣିବା ଲାଗି ଯୋଜନା କରିବେ। ଶୁଭରଙ୍ଗ: ଧୂସର। ଆରାଧନା: ବାବା ମହାମୃତ୍ୟୁଞ୍ଜୟଶ୍ୱର।

 

ଧନୁ: ଊର୍ଜାର ସ୍ତର ଉଚ୍ଚ ରହିବ। କୌଣସି ବଡ଼ ସଫଳତା ମିଳିବ। ସରକାରୀ ଚାକିରିଆଙ୍କୁ ଲାଭ ମିଳିବାର ଯୋଗ ରହିଛି। ବ୍ୟବସାୟ ସମ୍ବନ୍ଧିତ କୌଣସି ମହତ୍ତ୍ଵପୂର୍ଣ୍ଣ ବୈଠକ ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଗୁପ୍ତେଶ୍ୱର।

 


ମକର: ଅଫିସ୍‌ରେ କୌଣସି କଥାକୁ ନେଇ କର୍ତ୍ତୃପକ୍ଷଙ୍କ ଠାରୁ କଡ଼ା କଥା ଶୁଣିବାକୁ ପଡ଼ିପାରେ। ସମସ୍ୟାର ସମାଧାନ ଲାଗି କୌଣସି ନିକଟ ବନ୍ଧୁଙ୍କ ପରାମର୍ଶ ନିଅନ୍ତୁ। ମହିଳାମାନେ ଖୁସିର ସହିତ ଜିନିଷପତ୍ର କିଣିବେ। ପ୍ରେମ ଆଳାପ ପାଇଁ ଦିନଟି ଭଲ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

 

କୁମ୍ଭ: ଦିନଟି ଆପଣଙ୍କ ଲାଗି ଅନୁକୂଳ। ଚାକିରି ଓ ବ୍ୟବସାୟରୁ ଆର୍ଥିକ ଲାଭ ମିଳିବ। ଜୀବନସାଥୀଙ୍କ ସହଯୋଗରେ ଘରର ମାହୋଲ୍‌ ଭଲ ହେବ। ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ତାରିଣୀ।

 


ମୀନ: ନିଜ ଉପରେ ବିଶ୍ୱାସ ରଖନ୍ତୁ। ଦେବୀମାତାଙ୍କୁ ଆରାଧନା କରନ୍ତୁ, ସମ୍ଭାବ୍ୟ ସଂକଟ ଦୂର ହେବ। ବିଦେଶରେ ଜଡ଼ିତ ବ୍ୟବସାୟୀ ଆଜି ବଡ଼ ଡିଲ୍‌ କରିବେ। ରହସ୍ୟ ବିଦ୍ୟା ପ୍ରତି ଆକୃଷ୍ଟ ହେବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବଗଳାମୁଖୀ।

ସମ୍ବନ୍ଧିତ ଖବର