publive-imageମେଷ: ଜୀବନରେ ବହୁତ ଉତ୍‌ଥାନ-ପତନ ଅନୁଭବ କରିବେ। ବ୍ୟବସାୟକୁ ନେଇ ମନରେ ନୂଆ ଯୋଜନା ଆସିବ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ଭ୍ରମଣରେ ଯିବା ଲାଗି ସୁନ୍ଦର ଯୋଗ ରହିଛି। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ବିରଜା।

Advertisment

publive-imageବୃଷ: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ଚିନ୍ତାଶୀଳ ବ୍ୟକ୍ତିଙ୍କ ସହିତ ସଂପର୍କ ମଜଭୁତ ହେବ। ଯାହା ବି କାମ କରିବେ ସହଜରେ ପୂରା ହେବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ବାବା ଧବଳେଶ୍ୱର।

publive-imageମିଥୁନ: ନିଜ ଉପରେ ବିଶ୍ୱାସ ରଖନ୍ତୁ। ସକାରାତ୍ମକ ଭାବନା ଘେନି କାମ କରନ୍ତୁ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ଆମଦାନିର ନୂଆ ରାସ୍ତା ଉନ୍ମୁକ୍ତ ହେବ। ଅଫିସରେ ନୂଆ ଲୋକଙ୍କ ସହିତ ସଂପର୍କ ସ୍ଥାପନ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା ଚନ୍ଦନେଶ୍ୱର।

publive-image

କର୍କଟ: ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ। ସମାଜିକ ମେଳମିଳାପ ବଢ଼ିବ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ଦାୟିତ୍ଵ ଅର୍ପଣ କରିବେ। ମହିଳାଙ୍କୁ ଆଜି ସୁନ୍ଦର ଉପହାର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

publive-image
ସିଂହ: ଆପଣ ବହୁତ କିଛି ଚିନ୍ତା କରିବେ ଯଦ୍ଦ୍ଵାରା ଭବିଷ୍ୟତରେ ଲାଭ ମିଳିବ। ବୈବାହିକ ଜୀବନକୁ ପ୍ରୀତିମୟ ରଖିବା ଲାଗି ଜୀବନସାଥୀଙ୍କ ଭାବନାକୁ ଆଦର କରନ୍ତୁ। ସ୍ୱାସ୍ଥ୍ୟ ସମ୍ବନ୍ଧରେ ସତର୍କ ଓ ଜାଗରୁକ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀ ମାତା।

publive-imageକନ୍ୟା: ଆପଣଙ୍କ ପ୍ରସିଦ୍ଧି ଓ ସମ୍ମାନର ପୂରା ମଜା ନିଅନ୍ତୁ। ଚାକିରି ବୃତ୍ତିରୁ ଆଶାତୀତ ଫଳ ପାଇବେ। ମହତ୍ତ୍ଵପୂର୍ଣ୍ଣ ବ୍ୟାପାରରେ ମିତ୍ରଙ୍କ ସହିତ କଥାବାର୍ତ୍ତା ହେବେ। ବିବାହ ଲାଗି ନିଷ୍ପତ୍ତି ନେଇ ପାରନ୍ତି। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମହାଲକ୍ଷ୍ମୀ।

publive-image

ତୁଳା: ଦିନଟି ଆପଣଙ୍କ ପାଇଁ ସୁଖ ଓ ଆନନ୍ଦଦାୟକ ରହିବ। ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ଫଳାଫଳ ପାଇବେ। କମ୍ପ୍ୟୁଟର ଇଂଜିନିୟରଙ୍କୁ ବଡ଼ କଂପାନିରେ ଚାକିରିର ପ୍ରସ୍ତାବ ମିଳିବ। ପ୍ରିୟବନ୍ଧୁଙ୍କ ସହିତ ନାଟକ ଦେଖିବାକୁ ଯିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ବିରଜା।

publive-image
ବିଛା: ସମୟ ଆପଣଙ୍କୁ ସଫଳତା ଓ ପ୍ରଗତି ଆଣିଦେବ। ଆପଣ ଯାହାକୁ ଯାହା କିଛି କହିବେ ସେ ମନା କରିପାରିବେ ନାହିଁ। ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଉତ୍ତମ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।
ରୀ।

publive-image

ଧନୁ: କଳ୍ପନା ଦୁନିଆରେ ରହିବେ। ଅନ୍ୟମାନଙ୍କ ସହିତ ଖୁସି ବାଣ୍ଟିବେ। ମିତ୍ରଙ୍କ ସହଯୋଗରେ ବ୍ୟବସାୟରେ ଉନ୍ନତି ହେବ। ଅଚାନକ କୌଣସି ଶୁଭ ଖବର ମିଳିବ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ବୁଢ଼ୀଠାକୁରାଣୀ।

publive-image
ମକର: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ସବୁ ସମସ୍ୟାର ସମାଧାନ ହୋଇଯିବ। ପ୍ରସିଦ୍ଧି ଓ ପ୍ରଶଂସା ମିଳିବା ଯୋଗ ରହିଛି। ସରକାରୀ ଚାକିରିଆ ମନ ଚାହୁଁଥିବା ଅଞ୍ଚଳକୁ ବଦଳି ହେବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ୱରୀ।

publive-image

କୁମ୍ଭ: ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରି ପାରିବେ ନାହିଁ। ଭାବିଥିବା କାମରେ ସଫଳତା ମିଳିବ। ବନ୍ଧୁଙ୍କ ଠାରୁ ଭଲ ଖବର ବା ଉପହାର ପାଇବେ। ବୈବାହିକ ଜୀବନ ଆନନ୍ଦଦାୟକ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମହାଲକ୍ଷ୍ମୀ।

publive-image
ମୀନ: ଆଗକୁ ବଢ଼ିବାର ଦିନଟିଏ। ଯୌଥ କାରବାରରୁ ଯଥେଷ୍ଟ ଲାଭ ହେବ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଘରକୁ ସଜାଇ ନୂତନତ୍ଵ ଆଣିବେ। ପ୍ରିୟବନ୍ଧୁଙ୍କ ସହିତ ମିଶିବା ପାଇଁ ଭଲ ସମୟ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।