ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ମନୋବଳ ଦୃଢ଼ ରହିବ। ଯିବାକୁ ଥିବା ଯାତ୍ରା ଲାଭଦାୟକ ହେବ। ମିତ୍ରଙ୍କ ପୂରା ସହଯୋଗ ପାଇବେ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପରିଯୋଜନା ଅର୍ପଣ କରିବେ। ଘରର ବାତାବରଣ ଆନନ୍ଦଉଲ୍ଲାସ ରହିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ସୂର୍ଯ୍ୟଦେବ।

ବୃଷ: ଯେଉଁ କାମ ହାତକୁ ନେବେ ସଂପୂର୍ଣ୍ଣ କରି ରହିବେ। ବୈଦେଶିକ ବେପାର ସମ୍ବନ୍ଧିତ ଭଲ ଖବର ପାଇବେ। ଚାକିରିରେ ନିଜର ସୁରକ୍ଷା ଓ ପ୍ରତିପତ୍ତି ବଜାୟ ରହିବା ପାଇଁ ଆପଣଙ୍କୁ ମାର୍ଗ ତିଆରି କରିବାକୁ ହେବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ କୀଚକେଶ୍ୱରୀ।

ମିଥୁନ: ଆପଣଙ୍କ ସକାରାତ୍ମକ ବିଚାରରେ ଲୋକେ ପ୍ରଭାବିତ ହେବେ। ଚାକିରିରେ ଉନ୍ନତି ଯୋଗ ରହିଛି। ବ୍ୟବସାୟରେ ବିକ୍ରି ବଢ଼ିବ ଓ ଭଲ ଲାଭ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଖୁବ୍‌ ଭଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

କର୍କଟ: ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ଆପଣ କିଛି ନୂଆ କରି ଦେଖାଇବା ଲାଗି ଯୋଜନା କରିପାରନ୍ତି। କାନୁନ ବିବାଦ ସମାଧାନ କରିବାରେ ସଫଳତା ମିଳିବ। ଆପଣଙ୍କୁ ଶିକ୍ଷକଙ୍କ ପୂର୍ଣ୍ଣ ସହଯୋଗ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସରସ୍ୱତୀ।

 

ସିଂହ: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଝଗଡ଼ାକୁ ସମାପ୍ତ କରିବାକୁ ଚେଷ୍ଟା କରିବେ ଏବଂ ସଫଳ ହେବେ। କ୍ୟାରିୟର ଗଢ଼ିବା ପାଇଁ ଭଲ ଅବସର ମିଳିବ। ପାରିବାରିକ ଜୀବନରେ ସୁଖୀ ରହିବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ସମଲେଶ୍ୱରୀ।

 

କନ୍ୟା: ଧ୍ୟାନ ଓ ଯୋଗ ମାଧ୍ୟମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାକୁ ଶିକ୍ଷା ଲାଭ କରିବେ। ବ୍ୟବସାୟର ନୂଆ ପ୍ରସ୍ତାବ ଉପରେ ବିଚାର କରିବେ। ଜମି ନେଣଦେଣରେ ଲାଭ ହେବ। ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ଶ୍ରୀକୃଷ୍ଣ।

 

ତୁଳା: କୌଣସି ନୂଆ ଅବସର ମିଳିବା ହେତୁ ଜୀବନରେ ପରିବର୍ତ୍ତନ ଆସିବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ଚାକିରିରେ ସକାରାତ୍ମକ ପରିବର୍ତ୍ତନ ହୋଇପାରେ। ପ୍ରେମ ସଂପର୍କରେ ସଫଳତା ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

 

ବିଛା: ସୁଖ ସୌଭାଗ୍ୟ ବୃଦ୍ଧି ହେବ। କାନୁନ ବିବାଦ ଆଜି ସମାପ୍ତ ହୋଇପାରେ। ଆୟ ବୃଦ୍ଧିର ସୁଯୋଗ ଆସିବ। ଚାକିରି ଖୋଜୁଥିବା ବ୍ୟକ୍ତି ବଢ଼ିଆ ଚାକିରି ପାଇବେ। ପ୍ରିୟ ବନ୍ଧୁଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିମଳା।

 

ଧନୁ: ଆପଣଙ୍କ ଏକାଗ୍ରତାରେ ବୃଦ୍ଧି ହେବ। ଅଟକିଥିବା ପଇସା ମିଳିପାରେ। ନୂଆ ପରିଯୋଜନାରେ କାମ କରିବେ। ସନ୍ତାନଙ୍କ କ୍ୟାରିୟର ସମ୍ବନ୍ଧରେ ମହତ୍ତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବେ। ପରିବାରରେ ଖୁସିର ବାତାବରଣ ରହିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ବାବା ଧବଳେଶ୍ୱର।

 

ମକର: ଭାବନାକୁ ସକାରାତ୍ମକ ବନାଇ ରଖନ୍ତୁ, ସଫଳତା ପାଇବେ। ଦୂର ସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। କାହାରିକୁ ସହଜରେ ବିଶ୍ୱାସ କରନ୍ତୁ ନାହିିଁ। ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନ ଦ୍ୱାରା ଯଥେଷ୍ଟ ଲାଭ ପାଇବେ। ଶୁଭରଙ୍ଗ: ମେରୁନ। ଆରାଧନା: ବାବା ଚନ୍ଦନେଶ୍ୱର।

 

କୁମ୍ଭ: ଦିନଟି ଆପଣଙ୍କ ପାଇଁ ଲାଭ ଓ ଉନ୍ନତି ନେଇ ଆସିଛି। ଆପଣଙ୍କ ପ୍ରତିଭା ଅନୁସାରେ ଆପଣଙ୍କୁ ଯଥେଷ୍ଟ ସଫଳତା ମିଳିବ। ଲେଖକଙ୍କୁ ପୁରସ୍କାର ମିଳିପାରେ। ପତି-ପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 

ମୀନ: ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ। କାମରେ ଆପଣଙ୍କର ଆତ୍ମବିଶ୍ୱାସର ଝଲକ ଦେଖାଦେବ। ରାଜନୀତିରେ ମହତ୍ତ୍ଵାକାଂକ୍ଷା ପୂରା ହେବ। ବିରୋଧୀଙ୍କୁ ପରାସ୍ତ କରିବେ। ଆପଣଙ୍କ ଦାମ୍ପତ୍ୟ ଜୀବନ ପ୍ରୀତିମୟ ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ନାରାୟଣୀ।

ସମ୍ବନ୍ଧିତ ଖବର