ଜାଣନ୍ତୁ ଆଜିର ରାଶିଫଳ

 

ମେଷ: ଧାର୍ମିକ କାର୍ଯ୍ୟରେ ସହଯୋଗ କରନ୍ତୁ, ଲାଭ ପାଇବେ। ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହେବେ। ପରିବାରରେ କାହାରି ବିବାହ ତାରିଖ ଧାର୍ଯ୍ୟ ହୋଇପାରେ।

 

ବୃଷ: କର୍ମକ୍ଷେତ୍ରରେ ସଫଳତା ପାଇବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହ ଘନିଷ୍ଠ ପରିଚୟ ହେବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ।

ମିଥୁନ: ଅଫିସରେ ସୁନ୍ଦର ପରିବେଶ ଆପଣଙ୍କୁ ଖୁସି କରାଇବ। ନୂଆ ଚାକିରି ଲାଗି ସୁଯୋଗ ଆସିପାରେ। ଜମି ଦଲାଲଙ୍କୁ ଲାଭ ହେବ। ପାରିବାରିକ ଜୀବନ ସୁଖମୟ ହେବ।

କର୍କଟ: ନୂଆ କାମ କରିବା ପାଇଁ ଯୋଜନା କରିବେ। ଆପଣଙ୍କର ନମ୍ର ସ୍ବଭାବ ପାଇଁ ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହେବେ। ଲାଗି ରହିଥିବା ବିବାଦର ସମାଧାନ ହେବ।

ସିଂହ: ଆପଣଙ୍କର ସକାରାତ୍ମକ ବିଚାର ଅନ୍ୟମାନଙ୍କୁ ଆକର୍ଷିତ କରିବ। କୌଣସି ନୂଆ କାମ କରିବା ପାଇଁ ଭାବି ପାରନ୍ତି। କୌଣସି ପ୍ରତିଯୋଗୀ ପରୀକ୍ଷାର ପ୍ରସ୍ତୁତ ପାଇଁ ମନ ବଳାଇବେ।

କନ୍ୟା: ପରିଶ୍ରମର ସୁଫଳ ପାଇବେ। ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ବନ୍ଧୁ ଓ ପରିଜନଙ୍କ ସହ ସହ ପୂର୍ବ ଅପେକ୍ଷା ସମ୍ବନ୍ଧ ଆହୁରି ମଜଭୁତ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

 

ତୁଳା: ଆପଣଙ୍କ ପ୍ରସିଦ୍ଧି ଓ ସମ୍ମାନର ପୂରା ମଜା ନିଅନ୍ତୁ। ବନ୍ଧୁ ଠାରୁ ଶୁଭ ଖବର ପାଇବେ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକ ଆଗକୁ ବଢ଼ିବାର ସୁ‌ଯୋଗ ପାଇବେ।

ବିଛା: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। ଧନଲାଭର ନୂଆ ଉତ୍ସ ଦେଖା ଦେବ। ବାହାରକୁ ବୁଲି ଯିବାର ଯୋଜନା କରିବେ।

 

ଧନୁ: ନକାରାତ୍ମକ ବିଚାର ମନକୁ ବିଚଳିତ କରିପାରେ। ପ୍ରଭୁଙ୍କୁ ସ୍ମରଣ କରନ୍ତୁ ସବୁ ଠିକ୍ ହୋଇଯିବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ବାହନ କିଣିବା ଲାଗି ଆଗ୍ରହ ବଢ଼ିବ।

 

ମକର: ସମୟ ଆପଣଙ୍କ ଲାଗି ବହୁତ ଭଲ। ପୁତ୍ର ଓ ଧନଲାଭ ଯୋଗ ରହିଛି। ଅଫିସରେ ବାକିଥିବା କାମ ପୂରା କରିପାରିବେ। ବ୍ୟବସାୟ ସମ୍ବନ୍ଧିତ କୌଣସି ମହତ୍ତ୍ବପୂର୍ଣ୍ଣ ବୈଠକ ହେବ।

 

କୁମ୍ଭ: ଆପଣଙ୍କର କୌଣସି ଇଚ୍ଛା ପୂରଣ ହେବ। ପାରିବାରିକ ବାତାବରଣ ଶାନ୍ତିଦାୟକ ରହିବ। ଶତ୍ରୁର ଷଡ଼ଯନ୍ତ୍ର ପ୍ରଘଟ ହୋଇଯିବ। ଜୀବନସାଥୀଙ୍କୁ ଭଲ ଉପହାର ଦେଇପାରନ୍ତି।

ମୀନ: ସବୁ ସମସ୍ୟାର ସମାଧାନ ବାହାରିବ। ନେତା ଓ ଉଚ୍ଚାଧିକାରୀଙ୍କ ସହଯୋଗ ପାଇବେ। ଆମଦାନି ବୃଦ୍ଧି ଲାଗି ନୂଆ ଯୋଜନା ମନରେ ଆସିବ। ପାରିବାରିକ ଜୀବନ ସୁଖକର ହେବ।

ସମ୍ବନ୍ଧିତ ଖବର