ଜାଣନ୍ତୁ ଆଜିର ରାଶିଫଳ

ମେଷ: ଚାକିରିଜୀବୀଙ୍କୁ ଭଲ ସୁଯୋଗ ମିଳିବ। ସାମାଜିକ କାର୍ଯ୍ୟରେ ସଫଳତା ପାଇବେ। ସମ୍ପର୍କର ଗମ୍ଭୀରତାକୁ ବୁଝିବାକୁ ଚେଷ୍ଟା କରିବେ।

ବୃଷ: ବ୍ୟବସାୟ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି। ନିବେଶ ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ବିବାହିତ ଲୋକଙ୍କ ଜୀବନରେ ପ୍ରସନ୍ନତା ଆସିବ।

ମିଥୁନ: ଆପଣଙ୍କ ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ। ବ୍ୟବସାୟରେ ଆର୍ଥିକ ସ୍ଥିତି ମଜଭୁତ ହେବ। ଛାତ୍ରଙ୍କୁ ଉତ୍ତମ ପରିଣାମ ହାସଲ ହେବ।

କର୍କଟ: ସବୁ ମନସ୍କାମନା ପୂରଣ ହେବ। କ୍ୟାରିୟର ସମ୍ବନ୍ଧରେ ଶୁଭ ଖବର ପାଇବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ଘର ମରାମତି ପାଇଁ ଦିନଟି ଶୁଭ।

ସିଂହ: ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ। ପରିବାରରେ ଦାୟିତ୍ବ ବଢ଼ିବ। ଅନ୍ୟମାନଙ୍କ ଆଗରେ ଭାବିଚିନ୍ତି କଥା କୁହନ୍ତୁ। ପ୍ରେମ ଜୀବନ ମଧୁର ହେବ।

କନ୍ୟା: କ୍ୟାରିୟର ଲାଗି ନୂଆ ଅବସର ପାଇବେ। କାହାରିକୁ ଧାରକୁ ଦେଲେ ଠିକଣା ସମୟରେ ଫେରସ୍ତ ପାଇବେ ନାହିଁ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ତୁଳା: ନିଜର ଉଦ୍ଦେଶ୍ୟ ପୂର୍ତ୍ତି ପାଇଁ ସାହାଯ୍ୟ ପାଇବେ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ବ୍ୟବସାୟରେ ଉନ୍ନତି ହେବ।

ବିଛା: ଆପଣ କେବଳ ନିଜ କାମରେ ଧ୍ୟାନ ଦିଅନ୍ତୁ। ମନ ପସନ୍ଦର କଂପାନିରେ ସାକ୍ଷାତକାର ଲାଗି ଡାକରା ଆସିବ। କାରବାର ବୃଦ୍ଧି ପାଇଁ ଭଲ ଅବସର ପାଇବେ।

ଧନୁ: ପୂଜାପାଠରେ ସମୟ ବିତିବ। ବନ୍ଧୁ ସାହାଯ୍ୟରେ ରୋଜଗାର ପାଇବେ। ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଆନନ୍ଦମୟ ରହିବ।

ମକର: କାର୍ଯ୍ୟରେ ସକ୍ରିୟ ରହିବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକ ଭଲ ପ୍ରଦର୍ଶନ କରିବେ। ଜୀବନସାଥୀଙ୍କ ସହିତ ରାତ୍ରିଭୋଜନ ପାଇଁ ଯୋଜନା କରିବେ।

କୁମ୍ଭ: ମାତାପିତାଙ୍କ ସହଯୋଗ ପାଇବେ। ସାମାଜିକ କାର୍ଯ୍ୟରେ ସମୟ ଦେବେ। ଚାକିରିରେ ପଦୋନ୍ନତି ମିଳିପାରେ। ପ୍ରେମ ଜୀବନ ମଧୁର ରହିବ।

ମୀନ: କ୍ୟାରିୟର ଲାଗି ଦିନଟି ବହୁତ ଭଲ। କୋର୍ଟ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ହୋଇପାରେ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।

ସମ୍ବନ୍ଧିତ ଖବର