ମେଷ: ଆର୍ଥିକ ପକ୍ଷ ମଜଭୁତ ରହିବ। ଜରୁରୀ କାମରେ ସଫଳତା ପାଇବେ। କୌଣସି ଶୁଭ ସମାଚାର ପାଇବେ। ପ୍ରତିଯୋଗୀ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଭବିଷ୍ୟତରେ ଲାଭ ଦେବା ଭଳି ବ୍ୟକ୍ତିଙ୍କ ସହିତ ସଂପର୍କ ହେବ। ସାମାଜିକ ପରିସର ବୃଦ୍ଧି ହେବ। ଜୀବନସାଥୀ ଆପଣଙ୍କ ଭାବନାକୁ ଆଦର କରିବେ। ଜମି କିଣି ପାରନ୍ତି।
ମିଥୁନ: ଠିକ୍ ଦିଗରେ ପରିଶ୍ରମ କଲେ ସଫଳତା ପାଇବେ। ପ୍ରସାଧନ ଦୋକାନୀଙ୍କର ଆର୍ଥିକ ସ୍ଥିତି ସୁଧୁରିବ। ପାରିବାରିକ ଜୀବନ ସୁଖକର ହେବ।
କର୍କଟ: ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ, ଭଲ ହେବ। ବାଲ୍ୟବନ୍ଧୁଙ୍କ ସହିତ ଦେଖା ହେବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ।
ସିଂହ: ମନରେ ସକାରାତ୍ମକ ବିଚାର ଆସିବ। ପାଖ ଲୋକ ଆପଣଙ୍କ ଖୁସିକୁ ଦିଗୁଣ କରିବେ। ବ୍ୟବସାୟରେ ନୂଆ ଅନୁବନ୍ଧ ହେବ। ପରିବାରରେ ଦାୟିତ୍ବ ବଢ଼ିବ।
କନ୍ୟା: କ୍ୟାରିୟରରେ ଆଗକୁ ବଢ଼ିବାର ରାସ୍ତା ଖୋଲିବ। ନୂଆ ଲୋକଙ୍କ ସହିତ ସାକ୍ଷାତ ଲାଭପ୍ରଦ ହେବ। ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ।
ତୁଳା: ନିଜର କାରବାର ବୃଦ୍ଧି ପାଇଁ ଭାବିବେ। ଅଫିସରେ ନୂଆ ଦାୟିତ୍ବ ମିଳିପାରେ। ଜମି କିଣିବା ପୂର୍ବରୁ ଦଲିଲକୁ ଭଲଭାବେ ଯାଞ୍ଚ କରି ନିଅନ୍ତୁ।
ବିଛା: ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ଲକ୍ଷ୍ୟସ୍ଥଳ ଆଡ଼େ ଧ୍ୟାନ ଲାଗି ରହିବ। କୌଣସି ବଡ଼ ଖୁସି ଖବର ପାଇବେ। ଶିକ୍ଷା କ୍ଷେତ୍ରରେ ଉନ୍ନତି ହୋଇପାରେ।
ଧନୁ: ଜୀବନସାଥୀଙ୍କ ସହିତ ମନ୍ଦିର ଯିବେ। ବୁଦ୍ଧିଜୀବୀଙ୍କ ସହିତ ସଂପର୍କ ମଜଭୁତ ହେବ। ଚାକିରି ବୃତ୍ତିରେ ପରିସ୍ଥିତି ଉତ୍ତମ ରହିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।
ମକର: ଜୀବନକୁ ଉତ୍କୃଷ୍ଟ କରିବାର ସୁଯୋଗ ପାଇବେ। ଅନାବଶ୍ୟକ ଯାତ୍ରା ପରିହାର କରନ୍ତୁ। ଛାତ୍ରଙ୍କୁ ଲେଖାପଢ଼ାରେ ସିନିୟରଙ୍କ ସାହାଯ୍ୟ ମିଳିବ।
କୁମ୍ଭ: ଜୀବନସାଥୀଙ୍କ ପୂରା ସହଯୋଗ ମିଳିବ। ଅନ୍ୟମାନଙ୍କୁ ସାହାଯ୍ୟ କରିବାର ସୁଯୋଗ ପାଇବେ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।
ମୀନ: ବ୍ୟବସାୟରେ ନୂଆ ବିଚାର ଲଗାଇଲେ ଲାଭ ହେବ। କୌଣସି ବନ୍ଧୁ କାମରେ ସାହାଯ୍ୟ କରିବେ। ଅଫିସ କାମରେ ଦୂର ସ୍ଥାନକୁ ଯାଇପାରନ୍ତି।