ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣ ସଂପୂର୍ଣ୍ଣ ରୂପେ ସୁସ୍ଥ ରହିବେ। ରାଜନୀତିଜ୍ଞ ସମାରୋହର ଯୋଜନା ପ୍ରସ୍ତୁତ କରିବେ। ପୁତ୍ର ପକ୍ଷରୁ ଶୁଭ ଖବର ମିଳିବ। ଶିକ୍ଷକ ଛାତ୍ରଛାତ୍ରୀଙ୍କର ସନ୍ଦେହ ଦୂର କରିବେ।

ବୃଷ: ଅଫିସରେ କୌଣସି କଥାକୁ ନେଇ ମନ ଖରାପ ହୋଇପାରେ। ଆପଣଙ୍କର ବନ୍ଧୁ ସଂଖ୍ୟା ବଢ଼ିବେ। ଆଇନ ଛାତ୍ରଛାତ୍ରୀଙ୍କର ନୂଆ ପାଠ୍ୟକ୍ରମରେ ଯଥେଷ୍ଟ ଉତ୍ସାହ ଆସିବ।

ମିଥୁନ: ଆପଣଙ୍କ ଗୁଣର ପ୍ରଶଂସା ହେବ। କଠିନ କାମରେ ଆପଣ ହାର ମାନିବେନି। ପ୍ରତିଯୋଗିତମୂଳକ କାର୍ଯ୍ୟରେ ସଫଳତା ମିଳିବ। ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ନୂତନତ୍ବ ଆସିବ।

କର୍କଟ: ଅଧ୍ୟାପକଙ୍କ ଲାଗି ଦିନଟି ଲାଭଦାୟକ। ପାଖ ଲୋକଙ୍କ ସାହାଯ୍ୟ ପାଇବେ। ବାପାମାଆ ପିଲାମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କଥା ଚିନ୍ତା କରିବେ। ଘରକୁ କୁଣିଆଁ ଆସିବେ।

ସିଂହ: କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢ଼ିବାର ଯୋଜନା ସଫଳ ହେବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। ଖୁସି ଖବର ମିଳିବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଶୁଭ।

କନ୍ୟା: କାରବାରରେ ଭାବିଚିନ୍ତି ଆଗକୁ ବଢ଼ିବା ଉଚିତ। ଆୟ ବ୍ୟୟରେ ଭାରସାମ୍ୟ ରହିବ। ଭାବିଥିବା କାମରେ ସଫଳତା ପାଇବେ। କର୍ତ୍ତୃପକ୍ଷ ଆପଣଙ୍କୁ ଉପହାର ଦେଇପାରନ୍ତି।

ତୁଳା: ଧର୍ମ ଆଡ଼କୁ ମନ ଢଳିବ। କାହାରି ଠାରୁ ଧାର ନେଇଥିଲେ ପରି‌ଶୋଧ କରି ଦିଅନ୍ତୁ। ବୈବାହିକ ଜୀବନରେ ସୁଖ ବୃଦ୍ଧି ହେବ। ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ।

ବିଛା: ସାମାଜିକ କ୍ଷେତ୍ରରେ କାମ କରୁଥିବା ଲୋକ ସମ୍ମାନିତ ହେବେ। ବସ୍ତ୍ର ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ। ପ୍ରେମୀଯୁଗଳ ମତଭେଦ ଦୂର କରିବେ।

ଧନୁ: ପରିବାର ଲୋକଙ୍କ ସହିତ ତାଳମେଳ ରଖନ୍ତୁ। ପାଠପଢ଼ାରେ ନିଜର ଦାୟିତ୍ବକୁ ଭଲଭାବେ ବୁଝିବେ। ତୈଳଯୁକ୍ତ ଆହାର ଆପଣଙ୍କ ସ୍ବାସ୍ଥ୍ୟକୁ ଦୁର୍ବଳ କରିପାରେ।

ମକର: କାମ କରିବାର ଉତ୍ସାହ ବଢ଼ିବ। ଅଫିସରେ କେବଳ ନିଜ କାମରେ ଧ୍ୟାନ ଦିଅନ୍ତୁ। ସରକାରୀ ଚାକିରିଆଙ୍କର ପଦୋନ୍ନତି ହୋଇପାରେ। ପ୍ରିୟବନ୍ଧୁ ସହ କଥା ହୋଇ ଭଲ ଲାଗିବ।

କୁମ୍ଭ: ଅଫିସ କାମରେ ବ୍ୟସ୍ତ ରହିବେ। ଭ୍ରମଣର ବିଚାର ଆପଣଙ୍କୁ ଅସ୍ଥିର କରିପାରେ। ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। ସୁଷମ ଖାଦ୍ୟ ଭୋଜନ କରନ୍ତୁ।

ମୀନ: ଜୀବନକୁ ଭଲ ଢଙ୍ଗରେ ଜିଇବାର ପ୍ରୟାସ କରିବେ। ଆପଣଙ୍କର ସମସ୍ତ ଚେଷ୍ଟା ସଫଳ ହେବ। ଭାଗ୍ୟର ଦ୍ବାର ଖୋଲିବ। ପରୀକ୍ଷାରେ ଭଲ ନମ୍ବର ପାଇବେ।

ସମ୍ବନ୍ଧିତ ଖବର