ମେଷ: କାମ କରିବା ସମୟରେ ନିଜର ମନକୁ ଶାନ୍ତ ରଖନ୍ତୁ। ଅର୍ଥ ସମ୍ବନ୍ଧରେ ବଡ଼ ନିଷ୍ପତ୍ତି ଭାବିଚିନ୍ତି ନେବା ଦରକାର। ଘର ଲୋକଙ୍କ ସହିତ ବାହାରକୁ ବୁଲି ଯାଆନ୍ତୁ, ଭଲ ହେବ।
ବୃଷ: ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ। ମିଡିଆ କ୍ଷେତ୍ରରେ ଥିବା ଲୋକଙ୍କ କାମ ପ୍ରଶଂସିତ ହେବ। ପ୍ରତିଯୋଗିତାମୂଳକ ପରୀକ୍ଷା ସଂପର୍କରେ ଭଲ ଖବର ପାଇବେ।
ମିଥୁନ: କୌଣସି ବ୍ୟକ୍ତିଙ୍କ ଠାରୁ ଆଶାତୀତ ଲାଭ ପାଇବେ। ମହିଳାମାନେ ନୂଆ ଉଦ୍ୟୋଗ ଆରମ୍ଭ କରିବାକୁ ଚାହୁଁଥିଲେ ଦିନଟି ଉତ୍ତମ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।
କର୍କଟ: ନିଜର ବ୍ୟବହାର ମାର୍ଜିତ କରିବା ଲାଗି ଚେଷ୍ଟା କରିବେ। କୌଣସି କାମ ସଂପୂର୍ଣ୍ଣ କରିବାରେ ସମୟ ଲାଗିବ। ଛାତ୍ରଛାତ୍ରୀ ଭଲ ଫଳ ପାଇବା ଲାଗି ଅଧିକ ପରିଶ୍ରମ କରନ୍ତୁ।
ସିଂହ: ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇ ନେବେ। ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ କାମ ଦେଖି ଖୁସି ହେବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।
କନ୍ୟା: ବୁଲାବୁଲିରେ ଅଧିକ ସମୟ କାଟିବେ। ଆପଣଙ୍କର ଆର୍ଥିକ ପକ୍ଷ ସୁଦୃଢ଼ ରହିବ। ବେପାରୀଙ୍କୁ ଅଚାନକ ଧନଲାଭ ହେବ। ଆପଣଙ୍କ କାମରେ ଜୀବନସାଥୀ ଖୁସି ରହିବେ।
ତୁଳା: କାର୍ଯ୍ୟକ୍ଷେତ୍ରରେ ଭଲ ଢଙ୍ଗରେ କାମ କରିବାକୁ ଚେଷ୍ଟା କରିବେ। ଦୀର୍ଘ ଦିନରୁ ଅଟକିଥିବା ସରକାରୀ କାମ ପୂରା ହୋଇଯିବ। ବଡ଼ଙ୍କ ସହଯୋଗ କ୍ୟାରିୟରକୁ ସୁଦୃଢ଼ କରିବ।
ବିଛା: ସନ୍ତାନ ଆପଣଙ୍କୁ ଖୁସି ଖବର ଦେବେ। ରଚନାତ୍ମକ କାମରେ ଆପଣଙ୍କର ଖ୍ୟାତି ହେବ। ପରିବାରରେ ସଭିଏଁ ଖୁସି ହେବେ। ସକାରାତ୍ମକ ଭାବନା ଲାଭ ଦେବ।
ଧନୁ: ଧର୍ମକାର୍ଯ୍ୟରେ ଯୋଗଦାନ କରିବେ। କେହି ଆପଣଙ୍କ କଥାରେ ପ୍ରଭାବିତ ହେବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କର ସହଯୋଗ ମିଳିବ।
ମକର: ଆପଣଙ୍କ ମନ ଆଧ୍ୟାତ୍ମିକ ରହିବ। ରାଜନୀତିରେ ଆର୍ଥିକ ଲାଭ ହେବ। ଅଫିସରେ ଅଧିକ କାର୍ଯ୍ୟଭାର ଯୋଗୁଁ ଜୀବନସାଥୀଙ୍କ ସହ ବୁଲିଯିବାର କାର୍ଯ୍ୟକ୍ରମ ବାତିଲ କରିବେ।
କୁମ୍ଭ: ଘରକୁ ଅଚାନକ କୌଣସି ବନ୍ଧୁ ଆସି ପାରନ୍ତି। ବାଦ ବିବାଦ ଠାରୁ ଦୂରରେ ରହନ୍ତୁ। କଥା ହେବାବେଳେ ନିଜର ବାଣୀ ଉପରେ ସଂଯମ ରଖନ୍ତୁ। ବେପାରରେ ଲାଭ ହେବ।
ମୀନ: ପରିବାର ସହ ଜଡ଼ିତ କୌଣସି ଦାୟିତ୍ବ ନିର୍ବାହ କରିବେ। ବନ୍ଧୁ ମାଧ୍ୟମରେ ଆପଣଙ୍କର ଯୋଜନା ସଫଳ ହେବ। ଅଫିସରେ ଦୀର୍ଘ ଦିନରୁ ବାକିଥିବା କାମ ସଂପୂର୍ଣ୍ଣ ହେବ।