publive-imageମେଷ: ସାଜସଜା ବେପାରୀଙ୍କୁ ଭଲ ଲାଭ ହେବ। ପାରିବାରିକ ଜୀବନରେ ଖୁସି ବଢ଼ିବ। ଶିକ୍ଷକ କୌଣସି ଜରୁରୀ ବୈଠକରେ ସାମିଲ ହେବେ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଅନୁକୂଳ ରହିବ।

Advertisment

publive-imageବୃଷ: ପରିବାରରେ ଆନନ୍ଦ ଉଲ୍ଲାସର ବାତାବରଣ ରହିବ। ଖାଦ୍ୟପାନୀୟ ପ୍ରତି ଧ୍ୟାନ ଦେବା ଜରୁରୀ। ଆପଣଙ୍କ ଉତ୍ତମ ପରାମର୍ଶରେ ଗରିବ ଲୋକଙ୍କର ମାର୍ଗଦର୍ଶନ ହେବ।

publive-imageମିଥୁନ: କାରବାରରେ ଲାଭ ହେବ। ନିଜର ସ୍ବଭାବରେ ଭାରସାମ୍ୟ ରଖି ଚାଲନ୍ତୁ। ଅନ୍ତରଙ୍ଗ ବନ୍ଧୁ ସହିତ ସାକ୍ଷାତ ହୋଇପାରେ। ଚାକିରି ଆଶାୟୀଙ୍କୁ ଭଲ ଜାଗାରେ ନିଯୁକ୍ତି ପ୍ରସ୍ତାବ ମିଳିବ।

publive-imageକର୍କଟ: ଜୀବନସାଥୀ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ପିଲାମାନଙ୍କ ଲାଗି ଦିନଟି ମନୋରଂଜନଭରା ରହିବ। ଛାତ୍ରଛାତ୍ରୀ କୌଣସି ବିଷୟକୁ ବୁଝିବା ପାଇଁ ଶିକ୍ଷକଙ୍କର ସାହାଯ୍ୟ ନେବେ।

publive-imageସିଂହ: ଦାମ୍ପତ୍ୟ ଜୀବନରେ ସୌହାର୍ଦ୍ଦ ବଢ଼ିବ। ଅଫିସରେ ତର୍କବିତର୍କ ଠାରୁ ଦୂରରେ ରହନ୍ତୁ। ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। କଣ୍ଠଶିଳ୍ପୀଙ୍କ ଲାଗି ଭଲ ଦିନ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ।

publive-imageକନ୍ୟା: ବେପାରରେ ପରିଶ୍ରମର ଭଲ ଲାଭ ପାଇବେ। ଯାନ ଚଳାଇବା ବେଳେ ସତର୍ର ରହନ୍ତୁ। ଉଦ୍ୟୋଗରେ କାମ କରୁଥିବା କର୍ମଚାରୀଙ୍କର ଦରମା ବୃଦ୍ଧି ହେବାର ଯୋଗ ଅଛି।

publive-imageତୁଳା: ଜୀବନସାଥୀଠାରୁ କୌଣସି ଖୁସି ଖବର ପାଇବେ। ସକାରାତ୍ମକ ଲୋକଙ୍କ ସହିତ ତାଳମେଳ ରଖନ୍ତୁ। ବ୍ୟବସାୟରେ ବିକ୍ରି ବଢ଼ିବ। ପ୍ରିୟଜନଙ୍କଠାରୁ କୌଣସି ଉପହାର ପାଇବେ।

publive-imageବିଛା: ବଡ଼ଙ୍କର ପରାମର୍ଶରେ କୌଣସି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ ହେବ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ। ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ ରହିବ।

publive-imageଧନୁ: ଇସ୍ପାତ କାରବାର କରୁଥିବା ଲୋକଙ୍କୁ ଭଲ ଲାଭ ମିଳିବ। ଅଫିସରେ ନିଜର କାମ ନିର୍ଦ୍ଧାରିତ ସମୟରେ ପୂରା କରିନେବେ। ପ୍ରିୟଜନଙ୍କ ସହିତ ଫୋନ୍‌ରେ ଦୀର୍ଘ ସମୟ ଧରି କଥା ହେବେ।

publive-imageମକର:-କୌଣସି ପୁରୁଣା ବନ୍ଧୁ ସହିତ ସାକ୍ଷାତ ହେବ। ରାଜନେତାଙ୍କର ମାନସମ୍ମାନ ବଢ଼ିବ। ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀଙ୍କୁ ଭଲ ପରିଣାମ ପ୍ରାପ୍ତ ହେବ।

publive-image

କୁମ୍ଭ: କୌଣସି ବିଶେଷ ଅତିଥିଙ୍କ ଆଗମନରେ ଘରେ ଉତ୍ସାହର ବାତାବରଣ ଲାଗି ରହିବ। ବେପାରରେ ନିବେଶ ପାଇଁ ଦିନଟି ଭଲ। ଅଫିସରେ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରି ଦେବେ।

publive-imageମୀନ: ଦାମ୍ପତ୍ୟ ସମ୍ବନ୍ଧରେ ମିଷ୍ଟତା ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ବିରୋଧୀମାନଙ୍କ ପ୍ରତି ସଜାଗ ରହନ୍ତୁ। ସାମାଜିକ ଗଣମାଧ୍ୟମରେ କେହି ବନ୍ଧୁ ହେବେ। ବିଦ୍ୟାର୍ଥୀ ନିଜର ପାଠପଢ଼ାରେ ଧ୍ୟାନ ଦିଅନ୍ତୁ।