ଜାଣନ୍ତୁ ଆଜିର ରାଶିଫଳ

ମେଷ: ଜମିରେ ନିବେଶ ପାଇଁ ଦିନଟି ଭଲ। କ୍ରୋଧ କଲେ କାମ ବିଗିଡ଼ି ଯାଇପାରେ। ରାଜନୀତିରେ ସଫଳତା ପାଇବେ। ବୈବାହିକ ଜୀବନ ସୁଖମୟ ରହିବ।

ବୃଷ: ବୈବାହିକ ଜୀବନରେ ନୂଆ ରକମର ଖୁସି ମିଳିବ। କଳାତ୍ମକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ନୂଆ ଯୋଜନା ଲାଗୁ କରନ୍ତୁ, ଲାଭ ହେବ। ଘରେ ସୁଖ ଶାନ୍ତି ବଜାୟ ରହିବ।

ମିଥୁନ: ଅଫିସରେ ଆପଣଙ୍କର ଆତ୍ମବିଶ୍ବାସ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ବିରୋଧୀ ବନ୍ଧୁତାର ହାତ ବଢ଼ାଇ ପାରନ୍ତି। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ଼ ହେବ।

କର୍କଟ: ସମାଜରେ ଆପଣଙ୍କର ନାମ ଉଜ୍ଜ୍ବଳ ହେବ। ଅଚାନକ ଧନଲାଭର ଯୋଗ ଅଛି। ପରିବାର ଗହଣରେ ଖୁସିରେ ସମୟ କାଟିବେ। କର୍ମଜୀବୀ ମହିଳାଙ୍କର ଦରମା ବଢ଼ିପାରେ।

ସିଂହ: ଜମି ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। କ୍ରିକେଟ୍‌ ଖେଳାଳିଙ୍କ ଲାଗି ଦିନଟି ଭଲ। ନିତିଦିନିଆ ଖର୍ଚ୍ଚ ବଢ଼ିପାରେ।

କନ୍ୟା: ସବୁ ଆହ୍ବାନର ଦୃଢ଼ ମୁକାବିଲା କରିବେ। ଅଫିସରେ କୌଣସି ବଡ଼ ଦାୟିତ୍ବ ଗ୍ରହଣ କରିବେ। ଜୀବନସାଥୀଙ୍କ ସହିତ ସିନେମା ଦେଖିବାର ଯୋଜନା ହେବ।

ତୁଳା: ବେପାର ବଢ଼ାନ୍ତୁ ଧନଲାଭ ହେବ। ପୁରୁଣା ବନ୍ଧୁ ସହିତ ମିଶିବା ପାଇଁ ତାଙ୍କ ଘରକୁ ଯିବେ। ଜରୁରୀ କାମ ସଂପୂର୍ଣ୍ଣ ହେବା ଯୋଗୁଁ ଅଭିନନ୍ଦନ ପାଇବେ। ବିରୋଧୀ ଦୂରେଇ ରହିବେ।

ବିଛା: ପ୍ରତିଟି କାମ ସହଜରେ ସଂପୂର୍ଣ୍ଣ ହୋଇଯିବ। ବଜାର ଯିବା ସମୟରେ ବେଶୀ ପଇସା ନେଇ ଯାଆନ୍ତୁ। ଘରୋଇ କମ୍ପାନିରେ କାମ କରୁଥିବା ଲୋକଙ୍କର ପଦୋନ୍ନତି ହୋଇପାରେ।

ଧନୁ: ଅନ୍ୟମାନଙ୍କ ମାମଲାରେ ନିଜର ମତ ଦିଅନ୍ତୁ ନାହିଁ। ଜମି ବିକ୍ରି କଲେ ଲାଭ ହେବ। ଜୀବନସାଥୀଙ୍କ ସହଯୋଗ ଉତ୍ସାହିତ କରିବ। ସ୍ବାସ୍ଥ୍ୟ ନେଇ ସତର୍କ ରହିବା ଆବଶ୍ୟକ।

ମକର: ବ୍ୟବସାୟରେ ଅନ୍ୟ ଦିନ ଅପେକ୍ଷା ଯଥେ‌ଷ୍ଟ ଲାଭ ହେବ। ସାମାଜିକ କାର୍ଯ୍ୟ ପାଇଁ ଆପଣ ସମ୍ମାନିତ ହେବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

କୁମ୍ଭ: ଆଗକୁ ବଢ଼ିବାର ସୁଯୋଗ ମିଳିବ। ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ। ବିଲଡର୍‌ଙ୍କର ଧନଲାଭ ହେବ। ଘରର ସବୁ ସମସ୍ୟା ଦୂର ହୋଇଯିବ।

ମୀନ: ଭୁଲ୍‌ ରାସ୍ତାରେ ନେଇଯିବା ଭଳି ଲୋକଙ୍କ ପ୍ରତି ସାବଧାନ ରହନ୍ତୁ। ଜୀବନସାଥୀଙ୍କ ଜୀବନରେ ପରିବର୍ତ୍ତନ ଆସିବ। ସନ୍ତାନ ପ୍ରତି ବିଶ୍ବାସ ବଢ଼ିବ। ସଂପର୍କୀୟଙ୍କ ଠାରୁ ଭଲ ଖବର ଶୁଣିବେ।

ସମ୍ବନ୍ଧିତ ଖବର