publive-imageମେଷ: ଆପଣ ନିଜ କାମରେ ସଫଳତା ଓ ଲାଭ ପାଇବେ। ଅନ୍ୟମାନଙ୍କ କାମରେ ନିଜର ମତ ଦିଅନ୍ତୁ ନାହିଁ। ଘରକୁ କୌଣସି ନୂଆ ବନ୍ଧୁଙ୍କ ଆଗମନ ହେବ।

Advertisment

publive-imageବୃଷ: ପୂର୍ବ କଥାକୁ ନେଇ ଚିନ୍ତାରେ ରହିବେ। ପାରିବାରିକ କାମରେ ପିତାମାତା ସାହାଯ୍ୟ ପାଇବେ। ଉପାର୍ଜନ ଲାଗି ଭଲ ସୁଯୋଗ ଆସିବ। ମହିଳାଙ୍କ ଲାଗି ଭଲ ଦିନଟିଏ।

publive-imageମିଥୁନ: ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ସଙ୍ଗୀତ ଛାତ୍ରଙ୍କୁ ଭଲ ଗୁରୁ ମିଳିବେ। ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

publive-image

କର୍କଟ: ପରୋପକାର ଲାଗି ସମୟ ଦେବେ। ଜମିରେ ନିବେଶ ଲାଗି ଭଲ ଦିନଟିଏ। ସନ୍ତାନ ବ୍ୟବସାୟ କାମରେ ସହଯୋଗ କରିବେ। ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ।

publive-imageସିଂହ: ଆପଣଙ୍କ ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ। ବହୁ ଦିନର ଆଶା ପୂରଣ ହେବ। ପ୍ରସାଧନ ଦୋକାନୀଙ୍କୁ ଯଥେଷ୍ଟ ଲାଭ ମିଳିବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

publive-imageକନ୍ୟା: ବ୍ୟବସାୟୀଙ୍କୁ ଆଶା ଠାରୁ ଅଧିକ ଲାଭ ହେବ। ସ୍ବଭାବରେ ବିରକ୍ତି ଭାବ ରହିବ। ଇଂଜିନିୟରଙ୍କ ଲାଗି ଦିନଟି ଲାଭପ୍ରଦ। ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ଘନିଷ୍ଠତା ବଢ଼ିବ।

publive-imageତୁଳା: ନୂଆ କାମରେ ରୁଚି ବଢ଼ିବ। ସରକାରୀ ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ସାମାଜିକ ପରିସର ବୃଦ୍ଧି ହେବ। ପାରିବାରିକ ଜୀବନ ସୁଖମୟ ହେବ।

publive-imageବିଛା: ସେମାନଙ୍କୁ ସମୟ ଦିଅନ୍ତୁ ଯେଉଁମାନେ ଆପଣଙ୍କୁ ପ୍ରୋତ୍ସାହତ କରନ୍ତି। ଅଫିସରେ ଅଧିକ ସମୟ ପରିଶ୍ରମ କଲେ ବାକି କାମ ପୂରା ହୋଇଯିବ। ପ୍ରେମ ଜୀବନ ଭଲ ରହିବ।

publive-imageଧନୁ: ଆପଣଙ୍କ ରାସ୍ତାରେ ଥିବା ବାଧା ଦୂର ହେବ। ସନ୍ଧ୍ୟା ସୁଦ୍ଧା କୌଣସି ଭଲ ଖବର ପାଇବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ରହିବ।

publive-imageମକର: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ। ଅନ୍ୟମାନଙ୍କର ସମସ୍ୟା ବୁଝିବାକୁ ଚେଷ୍ଟା କରନ୍ତୁ। ରୋଜଗାର ଖୋଜୁଥିବା ଯୁବକଙ୍କୁ ଭଲ ସୁଯୋଗ ମିଳିବ।

publive-image

କୁମ୍ଭ: ପୂଜାପାଠରେ ସମୟ ବିତିବ। ପଡ଼ୋଶୀ ସବୁ ପାସୋରି ବନ୍ଧୁତାର ହାତ ବଢ଼ାଇବେ। ବ୍ୟବସାୟରେ ଆଶା ଠାରୁ ଅଧିକ ଲାଭ ପାଇବେ। ଯୁବପିଢ଼ି ଲାଗି ଦିନଟି ଭଲ ରହିବ।

publive-imageମୀନ: ଚାଲେଞ୍ଜକୁ ଦୃଢ଼ ଭାବେ ମୁକାବିଲା କରନ୍ତୁ। ଚାକିରିରେ ବଦଳି ହୋଇପାରେ। ବେପାରରେ ଲାଭ ହେବ। ସପରିବାର ଧର୍ମାନୁଷ୍ଠାନକୁ ଯିବା ପାଇଁ ଯୋଜନା କରିବେ।