ମେଷ: ଆପଣଙ୍କ ଆୟର ସାଧନ ବୃଦ୍ଧି ହେବ। କରିଥିବା ଯୋଜନାର ସଫଳତା ପାଇବେ। ସମାଜରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହେବ। ଅଚାନକ ପ୍ରିୟ ବନ୍ଧୁଙ୍କୁ ଭେଟିବେ।
ବୃଷ: ଜମି ବା ଭବନ କିଣିପାରନ୍ତି। ପୁଞ୍ଜି ବଜାରରେ ଯଥେଷ୍ଟ ଲାଭ ମିଳିବାର ସମ୍ଭାବନା ଅଛି। ଚାକିରି ବା ବ୍ୟବସାୟରେ ସ୍ଥାନ ବଦଳାଇବେ। ବୈବାହିକ ଜୀବନ ସୁଖମୟ ରହିବ।
ମିଥୁନ: କାର୍ଯ୍ୟକ୍ଷେତ୍ରରେ ଅନୁକୂଳ ପରିବେଶରେ କାମ କରିବେ। ପରିବାର ସହିତ ସମୟ କାଟିବେ। ନିଜ ଦଳର ଭଲ ନେତୃତ୍ବ ନେବେ। ଛୋଟ କଥା ନେଇ ଅଧିକ ଭାବନ୍ତୁ ନାହିଁ।
କର୍କଟ: ବ୍ୟବସାୟ କାମରେ ବାପାଙ୍କ ସାହାଯ୍ୟ ନେବେ। ଆପଣଙ୍କୁ ଚାକିରି ବଦଳାଇବାର ପ୍ରସ୍ତାବ ମିଳିପାରେ। ଜୀବନସାଥୀଙ୍କ ସହିତ ସମୟ ଅତିବାହିତ କରିବେ।
ସିଂହ: ନିଜ ଭାବନାକୁ ସକାରାତ୍ମକ ରଖନ୍ତୁ। ଈପ୍ସିତ ଫଳ ମିଳିବ। ବେପାରୀଙ୍କୁ ଭଲ ସୁଯୋଗ ମିଳିବ। ପରିବାରରେ ଧାର୍ମିକ ଆୟୋଜନ ହୋଇପାରେ। ପ୍ରେମ ଜୀବନ ଭଲ ରହିବ।
କନ୍ୟା: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଶଂସା ହେବ। ବାପା ମାଆଙ୍କ ସହିତ ତୀର୍ଥରେ ଯିବେ। ସ୍ବାସ୍ଥ୍ୟକୁ ନେଇ ସାବଧାନ ରହନ୍ତୁ। ସମାଜରେ ମାନ ସମ୍ମାନ ବୃଦ୍ଧି ହେବାର ଯୋଗ ଅଛି।
ତୁଳା: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ବିରୋଧୀ ବନ୍ଧୁତାର ହାତ ବଢ଼ାଇବେ। ପରିଜନଙ୍କ ଠାରୁ ଭଲ ଖବର ପାଇବେ।
ବିଛା: ସରକାରୀ କ୍ଷେତ୍ରରେ ଥିବା ଲୋକଙ୍କର ପଦୋନ୍ନତି ସହ ଭଲ ଜାଗାକୁ ବଦଳି ହେବ। ବିବାହ ଦିଗରେ ଲାଗି ରହିଥିବା ଅସୁବିଧା ଦୂର ହେବ। ଜମି କିଣିବା ପାଇଁ ମନ ସ୍ଥିର କରିପାରନ୍ତି।
ଧନୁ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଚାକିରି ପରିବର୍ତ୍ତନର ଯୋଗ ଅଛି। ବୈବାହିକ ଜୀବନରେ ନୂଆ ନୂଆ ଖୁସି ଆସିବ। ରଚନାତ୍ମକ କାର୍ଯ୍ୟ କରିବାର ମଉକା ମିଳିବ।
ମକର: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ପରିବାରରେ ବଡ଼ ଲୋକଙ୍କ ଠାରୁ ଭଲ ପରାମର୍ଶ ପାଇବେ। କଳା କ୍ଷେତ୍ରରେ ଥିବା ଲୋକଙ୍କୁ ମହତ୍ତ୍ବପୂର୍ଣ୍ଣ ଅବସର ମିଳିବ।
କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ବେପାର ବଢ଼ିବାର ସମ୍ଭାବନା ଅଧିକ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ନମ୍ବର ହାସଲ କରିବେ।
ମୀନ: ଚାକିରିଆଙ୍କୁ ନୂଆ ଅବସର ମିଳିବ। ବେପାରରେ ଲାଭ ହେବ। ରାଜନେତା ଉଚ୍ଚ ପଦକୁ ଉନ୍ନୀତ ହୋଇପାରନ୍ତି। ଜମି ସଂପର୍କିତ ମାମଲା ସମାଧାନ ହୋଇଯିବ।