ଟମାଟୋରେ ସାଧାରଣତଃ ପୌଷ୍ଟିକ୍ ତତ୍ତ୍ୱ ଭରପୁର ମାତ୍ରାର ରହିଥାଏ, ଯାହାକି ବ୍ୟକ୍ତିର ଶରୀରରେ ପ୍ରୋଟେଷ୍ଟ୍ କ୍ୟାନ୍ସର୍ର କୋଷିକାକୁ ବୃଦ୍ଧି ହେବାକୁ ଦେଇନଥାଏ। ଏହାବ୍ୟତୀତ ଟମାଟୋରରେ ରହିଥିବା କୈରୋଟିନୟଡ୍ ନାମକ ତତ୍ତ୍ୱ ମଧ୍ୟ ବ୍ୟକ୍ତିକୁ ଟ୍ୟୁମର୍ ଜନିତ ସମସ୍ୟାରୁ ରୋକିବାରେ ବିଶେଷ ସହାୟକ ହୋଇଥାଏ।ତେବେ ଏଥିରେ ରହିଥିବା ଲାଇକୋପିନ୍ ନାମକ ରସାୟନ ବି କ୍ୟାନସର୍ ସହ ଲଢ଼ିବାରେ ସହାୟକ ହୋଇଥାଏ। ତେଣୁ ନିୟମିତ ରୂପରେ ଟମାଟୋରର ସେବନ ବ୍ୟକ୍ତିଠାରେ ୬୦ ପ୍ରତିଶତ କ୍ୟାନସର୍ ସମସ୍ୟାକୁ କମ୍ କରିଥାଏ ବୋଲି ଏହି ଗବେଷଣାରେ କୁହାଯାଇଛି।
ଯାହାକୁ ନେଇ ଏହା ମଧ୍ୟ କୁହାଯାଇଛି ଯେ ,ଅନ୍ୟ ଖାଦ୍ୟ ପଦାର୍ଥକୁ ଆମେ ଯେତେବେଳେ ଫ୍ରାଏ କରିଥାଉ ସେଥିମଧ୍ୟରୁ ସାଧାରଣତଃ ପୋଷକ ତତ୍ତ୍ୱ କମ୍ ହୋଇଯାଇଥାଏ। ହେଲେ ଟାମାଟୋର ହେଉଛି ଏପରି ଏକ ପରିବା ଅଟେ,ଯାହାକୁ କି ଫ୍ରାଏ କରିବା ପରେ ବି ଏଥିରୁ ପୋଷକତତ୍ତ୍ୱ ପୂର୍ବାବସ୍ଥା ରହିଥାଏ।
ବିଶେଷଜ୍ଞମାନେ କହିଛନ୍ତି କି ,ଟମାଟୋରେ ରହିଥିବା ଲାଇକୋପିନ୍ ନାମକ ରସାୟନର କ୍ୟାନସର୍ କୋଷିକାକୁ ନଷ୍ଟ କରିବାରେ ବିଶେଷ ଭାବେ ସମର୍ଥ ଅଟେ।ଏତଦ୍ବ୍ୟତୀତ ବି ଟମାଟୋରରେ ଲାଇକୋପିନ୍ ତଥା ବୀଟା କୈରୋଟିନ୍ ବହୁତ ମାତ୍ରାରେ ପାଇବାକୁ ମିଳିଥାଏ। ତେବେ ଏହି ବୀଟା କୈରୋଟିନ୍ର ସବୁଠୁଁ ଖାସ୍ କଥା ହେଉଛି ଏଇଆ ଯେ,ଏହା ବ୍ୟକ୍ତି ଶରୀରକୁ ପ୍ରବେଶ କରି ଭିଟାମିନ୍-ଏ ରେ ପରିବର୍ତ୍ତନ ହୋଇଯାଇଥାଏ, ଯାହାକି ହାଡଜନିତ କ୍ୟାନସର୍ ସମସ୍ୟା ପାଇଁ ବହୁତ ଲାଭକାରୀ ହୋଇଥାଏ। ତେଣୁ ଆପଣ ପ୍ରତ୍ୟେକ ଦିନ ଭାବରେ ଆପଣଙ୍କ ଖାଦ୍ୟରେ ଟମାଟୋକୁ ସାମିଲ୍ କରନ୍ତୁ ଏବଂ କ୍ୟାନସର୍ ସମସ୍ୟାରୁ ରକ୍ଷା ପାଆନ୍ତୁ।