publive-imageମେଷ: ବକେୟା ଧନ ପାଇବେ। ସାମାଜିକ କାର୍ଯ୍ୟରେ ସହଯୋଗ ଦେବା ପାଇଁ ଚିନ୍ତା କରିବେ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କଲେ ଲାଭ ପାଇବେ। ଜରୁରୀ କାମରେ ଯାତ୍ରା ସୁଖଦ ରହିବ। ‌

Advertisment

publive-imageବୃଷ: ନୂଆ କାମ ଆରମ୍ଭ କରନ୍ତୁ ଯଥେଷ୍ଟ ଲାଭ ହେବ। ନିକଟ ସଂପର୍କିୟ ଆପଣଙ୍କୁ ଭଲ ପରାମର୍ଶ ଦେବେ। ନବ ବିବାହିତ ନିଜର ଜୀବନସାଥୀ ସହ ଭଲ ସମୟ ଅତିବାହିତ କରିବେ।

publive-imageମିଥୁନ: ବାପା ମାଆଙ୍କ ସାହାଯ୍ୟରେ ଆପଣଙ୍କର ବିଶେଷ କାମ ସଂପୂର୍ଣ୍ଣ ହେବ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ସୁସମ୍ବାଦ ପାଇବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

publive-image

କର୍କଟ: ଅଫିସରେ ସହକର୍ମୀ ଆପଣଙ୍କ ବିଚାରରେ ପ୍ରଭାବିତ ହେବେ। ସବୁ ଅଶାନ୍ତିର ସମାଧାନ ବାହାରିବ। କୌଣସି ବରିଷ୍ଠଙ୍କ ସହ କଥାବର୍ତ୍ତା ବେଳେ ସାବଧାନ ଅବଲମ୍ବନ କରନ୍ତୁ।

publive-imageସିଂହ: କେହି ଆପଣଙ୍କ ବେଶଭୂଷାର ପ୍ରଶଂସା କରିପାରନ୍ତି। କୌଣସି ବିଷୟରେ ସମସ୍ୟାର ସମାଧାନ ବାହାରିବ। ସମାଜରେ ଆପଣଙ୍କ କାମର ଚର୍ଚ୍ଚା ହେବ। ଛାତ୍ର ନିଜ ସାଥୀର ସହଯୋଗ ପାଇବେ।

publive-imageକନ୍ୟା: ରୋଜଗାର ପାଇଁ ନୂଆ ଅବସର ପାଇବେ। ବିନା କାରଣରେ କାହାରିକୁ ଦୁର୍ବ୍ୟବହାର କରନ୍ତୁ ନାହିଁ। କୌଣସି ନୂଆ କାମ ଶିଖିବାର ମଉକା ପାଇବେ। ଇଲେକ୍ଟ୍ରିକ୍ ଯାନ କିଣିବା ଯୋଗ ଅଛି।

publive-imageତୁଳା: ନିଜର ଭବିଷ୍ୟତ ସମ୍ବନ୍ଧରେ ଚିନ୍ତା କରିବେ। ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ହେବ। ଘରକୁ ଅଚାନକ କୌଣସି ବନ୍ଧୁ ଆସିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ବହୁତ ଭଲ।

publive-imageବିଛା: ବାକିଥିବା କାମ ପୂରା ହେବାର ସମ୍ଭାବନା। ଘରେ ଅବିବାହିତଙ୍କର ବିବାହ ଲାଗି ଚର୍ଚ୍ଚା‌ ହେବ। ବ୍ୟବସ‌ାୟ କାମରେ ଦୂରସ୍ଥାନକୁ ଯିବେ। ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କ ତରଫରୁ ମାର୍ଗ ଦର୍ଶନ ମିଳିବ।

publive-image
ଧନୁ: ଆପଣଙ୍କର ରଚନାତ୍ମକ ପ୍ରତିଭା ଲୋକଙ୍କ ସମ୍ମୁଖକୁ ଆସିବ। ପାଖ ଲୋକଙ୍କ ଠାରୁ ସୁସମ୍ବାଦ ପାଇବେ। ଧନ ବୃଦ୍ଧି ହେବ। ଧର୍ମକାର୍ଯ୍ୟ କରିବା ଲାଗି ଯୋଜନା ତିଆରି କରିବେ।

publive-image

ମକର: ବାଲ୍ୟବନ୍ଧୁ ସହ ଦେଖା ହେବ। ବଡ଼ ଫଇସଲା ଜୀବନସାଥୀଙ୍କ ସହଯୋଗରେ ନେବେ। ଦୀର୍ଘ ଦିନରୁ ଚିନ୍ତା କରିଥିବା କାମ ପୂରଣ ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

publive-image

କୁମ୍ଭ: ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଯୋଜନା କରିବେ। ପରିବାର ଲୋକଙ୍କ ସହ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। କୌଣସି ବିଶେଷ ବିଷୟରେ ବିଶିଷ୍ଟ ବ୍ୟକ୍ତିଙ୍କର ପରାମର୍ଶ ପାଇବେ।

publive-image

ମୀନ: ପରିବାର ଲୋକଙ୍କର ପରାମର୍ଶ ଆପଣଙ୍କ ଲାଗି ମହତ୍ବପୂର୍ଣ୍ଣ ରହିବ। ସୁଖ ସୁବିଧା ବୃଦ୍ଧି ହେବ। ଅଫିସରେ ମହତ୍ବପୂର୍ଣ୍ଣ ବିଷୟରେ କୌଣସି କତୃପକ୍ଷଙ୍କ ସହ ଆଲୋଚନା କରିବେ। ‌