ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଭାଗ୍ୟ ଆପଣଙ୍କୁ ସାଥ ଦେବ। ବ୍ୟବସାୟ ଓ ଚାକିରିରେ ପୁରୁଣା ବିବାଦ ସମାପ୍ତ ହୋଇଯିବ। ଧନଲାଭର ସ˚କେତ ନଜର ଆସିବ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି। ଛାତ୍ରୀଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ଦୁର୍ଗା।

ବୃଷ: ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦିଗୁଣା କରିବ। ଲାଗି ରହିଥିବା ବିବାଦର ସାମାଧାନ ଟକେ ବିଳମ୍ବ ହେବ। ଧାର୍ମିକ କାର୍ଯ୍ୟରେ ଆପଣଙ୍କର ରୁଚି ଜାଗ୍ରତ ହେବ। ସ୍ବାସ୍ଥ୍ୟ ପ୍ରତି ଧୢାନ ଦିଅନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

ମିଥୁନ: ସାହସ ବଜାୟ ରଖନ୍ତୁ, ଆପଣଙ୍କୁ ଲାଭ ହେବ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। କାରବାରରେ ସ୍ଥଗିତ ଥିବା କାମ ପୂରା ହେବ। ପ୍ରେମ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

କର୍କଟ: ଆଜି ଊର୍ଜା ଓ ପ୍ରେରଣାରେ ଭରି ରହିବେ। ଆପଣ କୌଣସି ବଡ଼ ନିର୍ଣ୍ଣୟ ନେଇପାରନ୍ତି। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ରାଜନୈତିକ ମହତ୍ବାକା˚କ୍ଷା ପୂରା ହେବ। ଶୁଭରଙ୍ଗ: ଘିଅରଙ୍ଗ। ଆରାଧନା: ମାଆ ସମଲେଶ୍ବରୀ।

ସି˚ହ: ଶାସନରେ ଥିବା ଲୋକଙ୍କ ସହିତ ସ˚ପର୍କ ବଢ଼ିବ। ତାଙ୍କ ଦ୍ବାରା ଭବିଷ୍ୟତରେ ଲାଭ ପାଇବେ। କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ କରିବେ ଏବ˚ ସଫଳ ହେବେ। ଆପଣଙ୍କ ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଉତ୍ତମ ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମହାଲକ୍ଷ୍ମୀ।

କନ୍ୟା: ଆପଣଙ୍କର ନୂଆ ଲୋକଙ୍କ ସହିତ ମିଷ୍ଟାଳାପ ହେବ। ଯାହାକି ଭବିଷ୍ୟତରେ ଲାଭ ମିଳିବ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଯୁବତୀମାନେ ପ୍ରିୟବନ୍ଧୁଙ୍କ ସହିତ ଗପସପରେ ସମୟ ବିତେଇବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଶାରଳା।

ତୁଳା: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ନୂଆ କାର୍ଯ୍ୟକୁ ନେଇ ଯୋଜନା ପ୍ରସ୍ତୁତ କରିବେ। ବୟୋଜ୍ୟେଷ୍ଠଙ୍କ ସହିତ ସମ୍ବନ୍ଧ ନିକଟସ୍ଥ ହେବ। ସମାଜରେ ମାନ ସମ୍ମାନ ପାଇବେ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

 

 

ବିଛା: ଇଷ୍ଟଦେବଙ୍କୁ ଆରାଧନା କରନ୍ତୁ, ଲାଭ ହେବ। ଆପଣ ନିଜ କାମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବେ। ବ୍ୟବସାୟର ବିସ୍ତାର ପାଇଁ ସୁଯୋଗ ପାଇବେ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ମଝିଘରିଆଣୀ।

ଧନୁ: ପୂଜାପାଠରେ ଅଧିକ ସମୟ ବତିବ। କୌଣସି ଖୁସି ଖବର ପାଇବେ। ଆପଣଙ୍କ କାର୍ଯ୍ୟରେ ସଫଳ ରହିବେ। ଶତ୍ରୁମାନେ କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରି ପାରିବେ ନାହିିଁ। ଶୁଭରଙ୍ଗ: ମ୍ୟାଜଣ୍ତା। ଆରାଧନା: ମାଆ ସୁରେଶ୍ବରୀ।

ମକର: ବ୍ୟବହାରରେ ସକାରାତ୍ମକ ବଜାୟ ରଖନ୍ତୁ, ଲାଭ ହେବ। ସ୍ବାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ। ନୂଆ ସଉଦା କରିବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଅଫିସ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ନୂଆ କାମ ଆରମ୍ଭ ଓ କୌଣସି ସମସ୍ୟାର ସମାଧାନ କରିବା ଲାଗି ଭାଗ୍ୟର ସହଯୋଗ ମିଳିବ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ବୈବାହିକ ଜୀବନ ଭଲ ରହିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ବିରଜା।

ମୀନ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଇଷ୍ଟଦେବ ଆଶୀର୍ବାଦରୁ କାମ ପୂରା ହେବ। ସମ୍ମାନିତ ଲୋକଙ୍କ ସହିତ ମିଶିବେ। ସମାଜିକ କ୍ଷେତ୍ରରେ ଯଶ ମିଳିବ। ଅଫିସରେ ନୂଆ ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସମ୍ବନ୍ଧିତ ଖବର