ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଭଲ ବ୍ୟବହାରରେ ଆଖପାଖର ଲୋକ ଖୁସି ରହିବେ। ସବୁ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ଭଲ ରହିଲେ ବି ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ବୃଷ: ପରିବାର ଲୋକଙ୍କ ସହ ମନ୍ଦିରକୁ ଯିବେ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ପ୍ରେମୀଯୁଗଳ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ।

ମିଥୁନ: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। କ୍ୟାରିୟରରେ ବଡ଼ ସୁଯୋଗ ପାଇପାରନ୍ତି। ସମାଜରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ହେବ।

କର୍କଟ: ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ପିଲାମାନଙ୍କୁ କିଛି ଭଲ ଶିଖାଇବେ। ଅଫିସରେ ଆପଣଙ୍କ କାମରେ କର୍ତ୍ତୃପକ୍ଷ ଖୁସି ରହିବେ।

ସିଂହ: ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରନ୍ତି। କୌଣସି କାମ ପାଇଁ ଅଧିକ ଯାଆସ କରିବାକୁ ପଡ଼ିପାରେ। କୋର୍ଟ କାମରେ ବରିଷ୍ଠଙ୍କ ସାହାଯ୍ୟ ନେବାକୁ ପଡ଼ିପାରେ।

କନ୍ୟା: ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ଅଫିସରେ ଆପଣଙ୍କ ବେଶଭୂଷାର ପ୍ରଶଂସା ହୋଇପାରେ। କୌଣସି କ୍ଷେତ୍ରରେ ନିବେଶ ପୂର୍ବରୁ ଭଲଭାବରେ ଯାଞ୍ଚ କରିନିଅନ୍ତୁ।

ତୁଳା: ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ବିଦ୍ୟାର୍ଥୀଙ୍କ ମନ ଲେଖାପଢ଼ାରେ ଲାଗି ରହିବ।

ବିଛା: ଜୀବନସାଥୀଙ୍କ ସହ କୋମଳ ଭାଷାରେ କଥାବାର୍ତ୍ତା କରନ୍ତୁ। କାମ ସଂପୂର୍ଣ୍ଣ କରିବାରେ ଅଧିକ ସମୟ ଲାଗିପାରେ। ଆମଦାନି ବୃଦ୍ଧି ପାଇଁ ମୁଣ୍ଡକୁ ନୂଆ ଯୋଜନା ଆସିପାରେ।

ଧନୁ: ଅତ୍ୟଧିକ ଆତ୍ମବିଶ୍ବାସ ହାନିକାରକ ହୋଇପାରେ। ଚାକିରିଆଙ୍କୁ ନୂଆ କାମ ମିଳିପାରେ। ଭୂସଂପତ୍ତି କିଣିବା ଯୋଗ ରହିଛି। ଛାତ୍ରଙ୍କ ଲାଗି ଦିନଟି ଶିକ୍ଷଣୀୟ।

ମକର: ଆପଣଙ୍କ ମାନସିକ ସ୍ଥିତି ବହୁତ ଭଲ ରହିବ। ନୂଆ ବିଚାର ସହ ନୂଆ କାମ ଆରମ୍ଭ କରିପାରନ୍ତି। ତେଜରାତି ବ୍ୟବସାୟୀଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ।

କୁମ୍ଭ: କୌଣସି ବନ୍ଧୁ ଆପଣଙ୍କ ଘରକୁ ଆସିବେ। ଆପଣଙ୍କର ଅଧୁରା କାମ ସଂପୂର୍ଣ୍ଣ ହେବ। କାରବାରରେ ବୃଦ୍ଧି ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ।

ମୀନ: କୌଣସି ବିଶେଷ କାମରେ ଅନ୍ୟମାନଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ବକେୟା ଅର୍ଥ ପାଇବେ। ପରିବାର ଲୋକ ଆପଣଙ୍କ ସବୁ ନିଷ୍ପତ୍ତିରେ ଆପଣଙ୍କୁ ସମର୍ଥନ କରିବେ।

ସମ୍ବନ୍ଧିତ ଖବର