ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଜି ଆପଣ ଉର୍ଜ୍ଜାବାନ୍ ଓ ସକ୍ରିୟ ରହିବେ। ପାରିବାରିକ ମାମଲାରେ ପରିବାର ସଦସ୍ୟଙ୍କ ସାହାଯ୍ୟ ପାଇବେ। ବ୍ୟବସାୟର କରି ଆସୁଥିବା ପ୍ରୟାସରେ ସଫଳ ହେବେ। ଅଚାନକ ଧନପ୍ରାପ୍ତି ହେବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ସୁରେଶ୍ବରୀ।

ବୃଷ: ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। କାରବାରରେ ଆପଣଙ୍କର ଲାଭ ହି ଲାଭ ହେବ। ଜୀବନସାଥୀ ଆପଣଙ୍କୁ ବହୁତ ପ୍ରଶ˚ସା କରିବେ। ଘରକୁ କୌଣସି ଅଚାନକ ମିତ୍ର ଆସିପାରନ୍ତି। ସୁଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

ମିଥୁନ: ଦିନଟି ଆପଣଙ୍କ ଲାଗି ନୂଆ ଖୁସି ନେଇ ଆସିଛି। କୌଣସି ମନୋର˚ଜନ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଆପଣ କୌଣସି ବଡ଼ ଫଇସଲା ନେବାରୁ ନିବୃତ୍ତ ରହନ୍ତୁ। ଆର୍ଥିକ ସ୍ଥିତିରେ ଉଠାଣ ଗଡ଼ାଣ ରହିବ। ଶୁଭରଙ୍ଗ:଼ ଲାଲ। ଆରାଧନା: ପ୍ରଭୁ ହନୁମାନ।

କର୍କଟ: ଆପଣଙ୍କ ଦୃଷ୍ଟିକୋଣ ସକାରାତ୍ମକ ରହିବ। ଆପଣ କୌଣସି ବଡ଼ କାମ କରିପାରନ୍ତି। ଆର୍ଥିକ ସ୍ଥିତି ମଜଭୁତ ହେବ। ବୈବାହିକ ଜୀବନ ଖୁସି ଭରା ରହିବ। ଛାତ୍ରମାନେ ପଢ଼ିବା ସହିତ ଖେଳକୁଦରେ ଭାଗ ନେବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

ସି˚ହ: ଆର୍ଥିକ ରୂପେ ଆପଣ ମଜଭୁତ ବଜାୟ ରହିବେ। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିପାରେ। ଆପଣଙ୍କୁ କୌଣସି ମହିଳା ମିତ୍ରଙ୍କର ସାହାଯ୍ୟ ମିଳିପାରେ। ହୋଟେଲ ବ୍ୟବସାୟୀଙ୍କର ଉନ୍ନତି ହେବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ମଝିଘରିଆଣୀ।

କନ୍ୟା: ଦିନଟି ଖୁସିରେ ଭରା ରହିବ। ଜୀବନରେ ହେବାକୁ ଥିବା ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ। ବ୍ୟବସାୟରେ ଧନଲାଭ ଯୋଗ ରହିଛି। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ହେବ। ଛାତ୍ରମାନେ ଅନ୍ୟାନ୍ୟ ପ୍ରତିଭା ପାଇଁ ପୁରସ୍କତ ହେବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ତାରିଣୀ।

ତୁଳା: ଅଫିସରେ ନୂଆ ଲୋକମାନଙ୍କ ସହିତ ଟିକେ ସ˚ଯତ ରହିବା ଦରକାର। କୌଣସି କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଆପଣଙ୍କୁ କୌଣସି ମହତ୍ତ୍ବପୂର୍ଣ୍ଣ ସମାଚାର ମିଳିବ। ଜୀବନସାଥୀଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଭୈରବୀ।

ବିଛା: ଆପଣଙ୍କର ବୀରତ୍ବକୁ ବଳ ମିଳିବ। ଆପଣ ନିଜର ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। କୌଣସି କଳାତ୍ମକ ଜିନିଷ ପ୍ରତି ଆପଣଙ୍କର ଆକର୍ଷଣ ଅଧିକ ରହିବ। ବିବାହିତ ଲୋକଙ୍କ ଲାଗି ଦିନଟି ସ୍ମରଣୀୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀଗଣେଶ।

ଧନୁ: ଆଜି ଆପଣ ନିଜକୁ ଖୁବ୍‌ ଉର୍ଜବାନ ଅନୁଭବ କରିବେ। ଜୀବନସାଥୀଙ୍କ ସହଯୋଗରେ କୌଣସି କାମ ପୂରା ହେବ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଧନଲାଭ ହେବ। ସାମାଜିକ କ୍ଷେତ୍ରରେ ଯଶ ମିଳିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ମକର: ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ। ଏଭଳି ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ ଯିଏ ସାହାଯ୍ୟ କରିବେ। ଅଫିସରେ ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ସ୍ବାସ୍ଥ୍ୟ ଠିକ୍‌ ଓ ସତେଜ ରହିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ନାରାୟଣୀ।

କୁମ୍ଭ: ପାରିବାରିକ ଜୀବନ ବଢ଼ିଆ ବଜାୟ ରହିବ। ବ୍ୟବସାୟ ସମ୍ବନ୍ଧରେ ଯାତ୍ରା କରିବାକୁ ପଡ଼ିପାରେ। ଧନ ମାମଲାରେ ସ୍ଥିତି ଠିକ୍‌ ରହିବ। ବାହନ କିଣିବାକୁ ମନ ବଳିବ। ଛୋଟ ପିଲାମାନେ ପଢ଼ିବାରେ ରୁଚି ନେବେ। ଶୁଭରଙ୍ଗ: ଆକାଶିନୀଳ। ଆରାଧନା: ସନ୍ତୋଷୀମାତା।

ମୀନ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କର ଭାବିଥିବା କାର୍ଯ୍ୟ ପୂରା ହୋଇଯିବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଭଲ ରହିବ। ପ୍ରିୟ ବନ୍ଧୁ ଆପଣଙ୍କୁ ସୁନ୍ଦର ଉପହାର ଦେଇପାରନ୍ତି। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହେବେ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସମ୍ବନ୍ଧିତ ଖବର