ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆଜି ଆପଣଙ୍କର ଅଧିକତର କାମ ପୂରା ହୋଇଯିବ। ଆପଣଙ୍କ ଶାନ୍ତ ସ୍ୱଭାବର ପ୍ରଶଂସା ମିଳିବ। ଅଚାନକ ଧନଲାଭ ହେବ। ମହିଳାମାନେ ପରିଧାନ ଓ ଗହଣା କିଣିବା ପାଇଁ ଉତ୍ସୁକ ହେବେ। ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

 

ବୃଷ: ଆପଣଙ୍କ ଶୌର୍ଯ୍ୟକୁ ବଳ ମିଳିବ। ଗୋଟିଏ ଦିଗରେ ପ୍ରୟାସ କରନ୍ତୁ ଯଥେଷ୍ଟ ସଫଳତା ପାଇବେ। ଧନ ସମ୍ବନ୍ଧିତ ପୁରୁଣା ସମସ୍ୟାର ସମାଧାନ ହେବ। ପ୍ରିୟ ବନ୍ଧୁଙ୍କ ସହିତ ସଂପର୍କ ନିବିଡ଼ ହେବ। ସୁସ୍ୱାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ବିରଜା।

 

ମିଥୁନ: ସକାରାତ୍ମକ ଭାବନାରେ ରହନ୍ତୁ, କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରିପାରିବେ। ବୈଦେଶିକ ବେପାର ସମ୍ବନ୍ଧିତ ଭଲ ଖବର ପାଇବେ। ଜୀବନସାଥୀଙ୍କ ଖୁସି ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ହେବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ସମଲେଶ୍ୱରୀ।

 

କର୍କଟ: ଘରୋଇ ଜୀବନରେ ସୁଖ ସୁବିଧା ବୃଦ୍ଧି ହେବ। ଯାହା ବି କାମ କରିବେ ସଫଳତା ଓ ଲାଭ ପାଇବେ। କଳାତ୍ମକ ବିଷୟରେ ବିଶେଷ ରୁଚି ରହିବ। ନୂଆ ଜିନିଷ କିଣିବା ଲାଗି ସମୟ ଶୁଭ। ଚାକିରି ଅନେ୍ଵଷଣରେ ଥିବା ମହିଳାଙ୍କୁ ଶୁଭ ଖବର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା କପିଳାସ।

 

ସିଂହ: ଚାକିରି ଓ ବ୍ୟବସାୟରେ ସ୍ଥିତି ଭଲ ରହିବ। ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କୁ ପସନ୍ଦ ହେବ। ସାମାଜିକ କ୍ଷେତ୍ରରେ ଯଶ ବଢ଼ିବ। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ରହିବ। ଛାତ୍ରମାନେ ଲେଖାପଢ଼ାରେ ଏକାଗ୍ରତା ରଖନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 

କନ୍ୟା: ପ୍ରଭୁଙ୍କ ସ୍ମରଣରେ ନୂଆ ସକାରାତ୍ମକ ଊର୍ଜା ଅନୁଭବ କରିବେ। ମନରେ ଗୁରୁଜନଙ୍କ ପ୍ରତି ପ୍ରେମଭାବ ରହିବ। ଅଫିସରେ ଆପଣଙ୍କ କାମକୁ ଠିକ୍‌ ଦିଶା ଦେବେ। ଯିବାକୁ ଥିବା ଯାତ୍ରା ଲାଭଦାୟକ ହେବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ଭଗବାନ ବିଷ୍ଣୁ।

 

ତୁଳା: ପୂରା ଦିନ ସତର୍କ ରହିବାର ଆବଶ୍ୟକତା ରହିଛି। ବଡ଼ଙ୍କ ରାୟ ଗ୍ରହଣ କରନ୍ତୁ, ଭଲ ହେବ। ଅଫିସରେ କୌଣସି କାମକୁ ତରବରରେ କରନ୍ତୁନାହିଁ। ବନ୍ଧୁ ଆପଣଙ୍କ ସହିତ ପ୍ରତାରଣା କରି ପାରନ୍ତି। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ନୀଳ। ଆରାଧନା: ସନ୍ତୋଷୀ ମାତା।

 

ବିଛା: ଦିନଟି ଆପଣଙ୍କ ପାଇଁ ହର୍ଷଉଲ୍ଲାସ ଭରା ରହିବ। କୌଣସି ନୂଆ କାମ କରନ୍ତୁ; ସଫଳତା ମିଳିବ। ଜମି ଦଲାଲଙ୍କ ପାଇଁ ଦିନଟି ଶୁଭ ରହିବ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ମହିଳାଙ୍କୁ ଆଜି ସୁନ୍ଦର ଉପହାର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

 

ଧନୁ: ଦିନସାରା ବ୍ୟବସାୟ ଲାଗି ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବେ। ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ପାଇବେ। ଗଣମାଧ୍ୟମ ଓ ସଂଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ପ୍ରଗତି ହେବ। ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

 

ମକର: କାମ କରିବା ଗତିରେ ଯଥେଷ୍ଟ ଉତ୍ସାହ ରହିବ। ବ୍ୟବସାୟରେ ଯଥେଷ୍ଟ ଆମଦାନି ହେବ। ଆପଣଙ୍କୁ କିଛି ଶୁଭ ଖବର ମିଳିପାରେ। କଳା ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଭଲ ପ୍ରଦର୍ଶନ କରିବେ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଭଦ୍ରକାଳୀ।

 

କୁମ୍ଭ: ଆଜି ଆପଣ ଯଥେଷ୍ଟ କାମ ପୂରା କରିବେ। ଚାକିରି ଖୋଜୁଥିବା ବ୍ୟକ୍ତି ଚାକିରି ପାଇଯିବେ। ପରିବାର ସହିତ ଆନନ୍ଦରେ ସମୟ ବିତେଇବେ। ରାଜନୀତିରେ ମନୋକାମନା ପୂରଣ ହେବ। ଛାତ୍ରଙ୍କୁ ସିନିୟରଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ପାଟଣେଶ୍ୱରୀ।

 

ମୀନ: କ୍ୟାରିୟର ପାଇଁ ସୁବର୍ଣ୍ଣ ସୁଯୋଗ। ଦୀର୍ଘ ଦିନର ମନସ୍କାମନା ପୂରଣ ହେବ। ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ସମ୍ମାନିତ ହୋଇପାରନ୍ତି। ପରିବାରରେ ଖୁସିର ମାହୋଲ୍‌ ରହିବ। ପ୍ରେମ ସଂପର୍କ ବୃଦ୍ଧି ହେତୁ ମନ ଖୁସି ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

ସମ୍ବନ୍ଧିତ ଖବର